ETV Bharat / business

କୋଭିଡ ମାଡ: ଜୁଲାଇରେ ଗାଡି ପଞ୍ଜିକରଣ 36 ପ୍ରତିଶତ ହ୍ରାସ

author img

By

Published : Aug 10, 2020, 6:19 PM IST

ଜୁଲାଇରେ ଜୁନ ତୁଳନାରେ ପଞ୍ଜିକରଣ ସଂଖ୍ୟା ବଢିଛି । କିନ୍ତୁ ବର୍ଷାନୁକ୍ରମିକ ଆଧାରରେ ଅଟୋ ସେକ୍ଟରରେ ଅଭିବୃଦ୍ଧି ସ୍ବାଭାବିକ ହେବା ନଜର ଆସୁନି । ଅଧିକ ପଢନ୍ତୁ..

କୋଭିଡ ମାଡ:  ଜୁଲାଇରେ ଗାଡି ପଞ୍ଜିକରଣ 36 ପ୍ରତିଶତ ହ୍ରାସ
କୋଭିଡ ମାଡ: ଜୁଲାଇରେ ଗାଡି ପଞ୍ଜିକରଣ 36 ପ୍ରତିଶତ ହ୍ରାସ

ନୂଆଦିଲ୍ଲୀ: ଅଣାୟତ ଅଟୋମୋବାଇଲ ସେକ୍ଟରକୁ ଆହୁରୀ ଦୁର୍ବଳ କରିଦେଇଛି କୋରୋନା ପ୍ରହାର । ଜୁଲାଇ ମାସରେ ଅଟୋମୋବାଇଲ ପଞ୍ଜିକରଣ 36.27 ପ୍ରତିଶତ ହ୍ରାସ ହୋଇଛି । ଫେଡରେସନ ଅଫ ଅଟୋମୋବାଇଲ ଡିଲର୍ସ ଆସୋସିଏସନ (ଫାଡା) ସୋମବାର ଏ ନେଇ ସୂଚନା ଦେଇଛି ।

ଫାଡା କହିଛି କି, ଦେଶରେ କୋଭିଡ-19 ଲକଡାଉନ କଟକଣା ଧୀରେ ଧୀରେ କୋହଳ ହେଉଛି । ଫାଡା ଙ୍କ ଅଧ୍ୟକ୍ଷ ଆଶୀଷ ହର୍ଷରାଜ କାଲେ କହିଛନ୍ତି କି, ‘‘ଜୁଲାଇରେ ଜୁନ ତୁଳନାରେ ପଞ୍ଜିକରଣ ସଂଖ୍ୟା ବଢିଛି । କିନ୍ତୁ ବର୍ଷାନୁକ୍ରମିକ ଆଧାରରେ ଅଟୋ ସେକ୍ଟରରେ ଅଭିବୃଦ୍ଧି ସ୍ବାଭାବିକ ହେବା ନଜର ଆସୁନି । ’’

2020 ଜୁଲାଇ ରେ 15,132 ଗାଡି ପଞ୍ଜିକରଣ ସହ 3 ଚକିଆ ପଞ୍ଜିକରଣ 74.33 ପ୍ରତିଶତ ହ୍ରାସ ପାଇଛି । ଯାହାକି ଗତ ବର୍ଷ ଏହି ଅବଧିର ଏହା 58,940 ଥିଲା । ସେହିପରି କମର୍ସିଆଲ ଗାଡି 2019 ଜୁଲାଇରେ 69,338 ପଞ୍ଜିକରଣ ହୋଇଥିଲା ବେଳେ ଏବେ ବର୍ଷ 72.18 ପ୍ରତିଶତ କମି 19,293 ପଞ୍ଜିକରଣ ହୋଇଛି ।

ଏଭଳି ଭାବେ 2019 ଜୁଲାଇରେ 13.98 ଲକ୍ଷ ତୁଳନରେ ଦୁଇଚକିଆ ଗାଡି ପଞ୍ଜିକରଣ ଗତ ମାସରେ 8.74 ଲକ୍ଷ ଥିଲା । ଯାହାକି 37.47 ପ୍ରତିଶତ ହ୍ରାସ ରେକର୍ଡ କରିଛି । ଯାତ୍ରୀବାହୀ ଯାନଗୁଡିକର ପଞ୍ଜିକରଣ ଏହି ଅବଧିରେ 25.19 ପ୍ରତିଶତ ହ୍ରାସ ହୋଇ 1.57 ଲକ୍ଷରେ ପହଞ୍ଚିଛି । ଯାହା ପୂର୍ବ ବର୍ଷ 2.1 ଲକ୍ଷ ଥିଲା।

କାଲେ କହିଛନ୍ତି ଯେ ବର୍ତ୍ତମାନର ବଜାର ସ୍ଥିତି ସର୍ବ ଭାରତୀୟ ସ୍ତରରେ ବାସ୍ତବ ଚାହିଦା ସ୍ଥିତିକୁ ସୂଚିତ କରୁନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.