ETV Bharat / business

ଭରନ୍ତୁ ଆଇଟିଆର ଫର୍ମ, ଆଉ ପାଆନ୍ତୁ ଏହି ସବୁ ଲାଭ - notified

ଡେରି ନ କରି ଜୁଲାଇ 31 ସୁଦ୍ଧା ଭରନ୍ତୁ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫର୍ମ । ଏହାଦ୍ବାରା ମିଳିପାରିବ ବହୁ ଫାଇଦା । ତେବେ କଣ ରହିଛି ଜାଣନ୍ତୁ ?

ପ୍ରତିକାତ୍ମକ ଫଟୋ
author img

By

Published : Apr 6, 2019, 10:09 PM IST

ନୂଆଦିଲ୍ଲୀ: ଆରମ୍ଭ ହୋଇଗଲା ନୂଆ ଆର୍ଥିକ ବର୍ଷ । ଏଥିପାଇଁ ଆୟକର ବିଭାଗ ଜାରି କରିସାରିଛି ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫର୍ମ । ତେବେ ଡେରି ନ କରି ଶୀଘ୍ର ଏହି ଫର୍ମକୁ ଭରି ଜମା କରନ୍ତୁ । ଏହା ଫଳରେ ଆପଣଙ୍କୁ ବହୁ ଫାଇଦା ମିଳିପାରିବ । ଯାହା ମାଧ୍ୟମପରେ ଆପଣ ଆବଶ୍ୟକତାବେଳେ ଆର୍ଥିକ ସହାୟତା ମଧ୍ୟ ପାଇପାରିବେ ।

ତେବେ ଜାଣନ୍ତୁ କଣ ଏହି ଆଇଟିଆର ଫର୍ମ-

ଏହି ଫର୍ମ ଜରିଆରେ ଚାକିରିଆମାନେ ନିଜ ବାର୍ଷିକ ଆୟ ସମ୍ପର୍କରେ ସୂଚନା ଦେଇଥାନ୍ତି । ଏକ ଫର୍ମରେ ନିଜ ଆୟର ସମସ୍ତ ତଥ୍ୟ ସମ୍ବନ୍ଧରେ ଟିକିନିଖି ଖବର ଦେଇଥାନ୍ତି ।

ଏହାକୁ ଭରିଲେ କଣ ମିଳିବ ଫାଇଦା-

1. ଆଇଟିଆର ଏହି ଫର୍ମ ଭରିବା ପରେ ସବୁଠୁ ବଡ ଫାଇଦା ହୋମ ଓ କାର ଲୋନ ନେବା ଉପରେ ମିଳିଥାଏ । ଆଇଟିଆର ଫାଇଲ କରିଥିବା ଲୋକଙ୍କୁ ବ୍ୟାଙ୍କ ସହଜରେ ଲୋନ ଦେଇଥାଏ । କାରଣ ଏହା ଦ୍ବାରା ବ୍ୟାଙ୍କର ବିଶ୍ବାସ ଆସିଯାଇଥାଏ ।

2. ଯଦି ଆପଣ କାରବାର ମଧ୍ୟ କରୁଛନ୍ତି, ଆଉ କୌଣସି ବିଭାଗ ପାଇଁ କନଟ୍ରାକ୍ଟ ହାସିଲ କରିବାକୁ ଚାହୁଁଛନ୍ତି , ତେବେ ସେଥିପାଇଁ ମଧ୍ୟ ଆଇଟିଆର ରିପୋର୍ଟ ଦାଖଲ କରିବାକୁ ପଡିବ । ଖାସ କରି ସରକାରୀ ରୂପରେ କୌଣସି ଠିକା ପାଇବାକୁ ଚାହୁଁଥିଲେ, ବିଗତ 5 ବର୍ଷ ତଳର ଆଇଟିଆର ଦେଖେଇବାକୁ ପଡିଥାଏ ।

3 . ଯଦି ଆପଣ ବିଦେଶ ଯିବାକୁ ଚାହୁଁଛନ୍ତି । ଆଉ ଏଥିପାଇଁ ଭିସାର ଆବଶ୍ୟକତା ରହିଛି । ଏଥିପାଇଁ ମଧ୍ୟ ଆଇଟିଆର ରିଟର୍ଣ୍ଣର ସୂଚନା ମଗାଯାଇଥାଏ । ଏହାଦ୍ବାରା ଶୀଘ୍ର ଓ ସହଜରେ ଭିସା ମିଳିଯାଇଥାଏ ।

4. ଏଥିସହ ନିଜ ଡିପାର୍ଟମେଣ୍ଟରେ କୌଣସି ସମସ୍ୟା କିମ୍ବା ନୋଟିସର ଆଦି ଅସୁବିଧାରେ ପଡିବେ ନାହିଁ ।

5. ତେବେ ଯେଉଁ ଲୋକେ ନିଜ କମ୍ପାନୀକୁ ଇନଭେଷ୍ଟମେଣ୍ଟ ପ୍ରୁଫ ଦେଇନାହାଁନ୍ତି ଆଉ ଦରମା କଟିଛି , ତେବେ ସେପରି ଲୋକଙ୍କ ଆଇଟିଆର ଫାଇଲ ହେବା ପରେ ଟଙ୍କା ମିଳିଥାଏ । ଅର୍ଥାତ ଆଇଟିଆର ଜରିଆରେ ଆୟକର ବିଭାଗରେ ଟିଡିଏସ କ୍ଲେମ କରିବା ଉପରେ ସୁଯୋଗ ମିଳେ ।

6. ଏହା ବାସସ୍ଥାନର ପକ୍କା ପ୍ରମାଣ ଦେଇଥାଏ । ଏହାର ଉପଯୋଗ ଆପଣ ସମସ୍ତ ପ୍ରକାର ସରକାରୀ କାମରେ ମଧ୍ୟ କରିପାରିବେ । ଯେପରିକି, ଯଦି ଆପଣଙ୍କୁ ଆଧାର କିମ୍ବା ପାସପୋର୍ଟ ପାଇଁ ଆବେଦନ କରିବାକୁ ପଡେ, ତେବେ ଆଇଟିଆରକୁ ଠିକଣାର ପ୍ରମାଣ ସ୍ବରୁପ ଦେଇପାରିବେ ।

7. ଏପରି ଭାବେ ଯଦି ଆପଣ ନିର୍ଦ୍ଧାରିତ ସମୟରେ ଆଇଟିଆର ଫାଇଲ କରନ୍ତି, ତେବେ ଆପଣଙ୍କୁ ନେଣଦେଣ, ପ୍ରପର୍ଟି କିଣାବିକା, ବ୍ୟାଙ୍କରେ ମୋଟର ଅଙ୍କର ଜମା, ମ୍ୟିଚୁଆଲ ଫଣ୍ଡରେ ନିବେଶ ଆଦି ବିନା ଟେନସେନରେ କରିପାରିବେ ।

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.