ETV Bharat / business

ସତର୍କ, ବଜାରରେ ନକଲି 2000 ଟଙ୍କିଆ ନୋଟ - ନକଲି 2000 ଟଙ୍କିଆ ନୋଟ

ପାକ୍‌ର ଷଡଯନ୍ତ୍ର । 2000 ଟଙ୍କିଆ ନୋଟର ଅବିକଳ କରି ଭାରତୀୟ ଅର୍ଥବ୍ୟବସ୍ଥାକୁ ବୁଡାଇବାକୁ ଯୋଜନା କରୁଛି ପାକ ଗୁଇନ୍ଦା ସଂସ୍ଥା । ଏଥିଯୋଗୁଁ ହାଇକ୍ବାଲିଟିର କୋଟି କୋଟି 2000 ଟଙ୍କିଆ ନୋଟ ଭାରତ ବଜାରକୁ ପଠାଯାଉଥିବା ପ୍ରମାଣ ମିଳିଛି।

ପ୍ରତିକାତ୍ମକ ଫଟୋ
author img

By

Published : Aug 31, 2019, 2:00 PM IST

ନୂଆଦିଲ୍ଲୀ: ସତର୍କ! ଏଣିକି 2000 ଟଙ୍କିଆ ବି ନୋଟ ମିଳିପାରେ ନକଲି । ଏବେ ସମସ୍ତ ସୁରକ୍ଷା ବୈଶିଷ୍ଟ୍ୟରେ ଆସୁଥିବା ଭାରତୀୟ 2000 ଟଙ୍କିଆ ନୋଟ ଉପର ଆଖି ପକାଇଲାଣି ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ। ଏହାର ନିର୍ମାଣ ଶୈଳୀ , ସିରିୟଲ ନମ୍ବର ଆଦିକୁ କପି କରି କୋଟି କୋଟି ଟଙ୍କାର ନକଲି 2ହଜାର ଟଙ୍କିଆ ନୋଟ ପାକିସ୍ତାନ, ଭାରତକୁ ଛାଡୁଛି ।

ଆଶ୍ଚର୍ଯ୍ୟର କଥା ଯେ, ପାକିସ୍ତାନ ସିକ୍ୟୁରିଟି ପ୍ରେସରୁ ଛପାଯାଇ ଭାରତ ବଜାର ଆସୁଥିବା ଏହି 2000 ଟଙ୍କିଆ ନୋଟ ଓ ଭାରତୀୟ ନୋଟ ମଧ୍ୟରେ କଣ ପ୍ରଭେଦ ଅଛି , ତାକୁ ସୁରକ୍ଷା ଏଜେନ୍ସି ଓ ଦିଲ୍ଲୀ ପୋଲିସ ମଧ୍ୟ ପରଖି ପାରୁନାହାଁନ୍ତି । ଏଥିରୁ ପ୍ରମାଣିତ ଯେ, ପାକିିସ୍ତାନ ସରକାରୀ ସଂସ୍ଥାର ସହଯୋଗରେ ଗୁଇନ୍ଦା ଏଜେନ୍ସି ମିଶି ଭାରତ ଅର୍ଥବ୍ୟବସ୍ଥାକୁ ଧ୍ବସ୍ତବିଧ୍ବସ୍ତ କରିବା ପାଇଁ ହାଇକ୍ୱାଲିଟିର ଜାଲ ଭାରତୀୟ ନୋଟ ଛାପୁଛି ।

ତେବେ ଯାଞ୍ଚରୁ ଜଣାପଡିଛି ଯେ, କରାଚିର ‘ମଲୀର-ହାଲ୍ଟ’ ଇଲାକାରେ ‘ପାକିସ୍ତାନ ସିକ୍ୟୁରିଟି ପ୍ରେସ’ରେ ଛପା ଯାଉଥିବା ଜାଲି ନୋଟରେ ପ୍ରଥମ ଥର ‘ଆର୍ଟିକଲ ଭେରିୟବଲ ଇଙ୍କ’ର ବ୍ୟବହାର କରାଯାଇଛି । ଏହି ବିଶେଷ ଧରଣର ସ୍ୟାହି 2000 ନୋଟରେ ଉପଯୋଗ ଉପରେ ଗ୍ରୀନ କଲର ଦେଖାଦେଇଥାଏ ।

ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଓ ଭାରତୀୟ ଗୋଇନ୍ଦା ଏଜେନ୍ସିର ମିଳିତ ତଦନ୍ତରୁ ଜଣାପଡିଛି ଯେ, ନୂଆ 2000 ଟଙ୍କିଆ ଓ 500 ଟଙ୍କିଆ ନୋଟର ଆଉ ଏକ ପ୍ରମୁଖ ସୁରକ୍ଷା ବୈଶ୍ୟଷ୍ଟକୁ ପ୍ରଥମଥର ପାଇଁ ନକଲ କରାଯାଇଛି । 2000 ଟଙ୍କିଆ ନୋଟରେ ଦୃଷ୍ଟିହୀନଙ୍କ ପାଇଁ ରହିଥିବା ବୈଶଷ୍ଟ୍ୟ ଅନୁଯାୟୀ ଏହାର ବାମ ଓ ଡାହଣ ପାର୍ଶ୍ବରେ ବ୍ଲିଡ ଲାଇନ ଗୁଡିକୁ ମଧ୍ୟ କପି କରାଯାଇଛି ।

ଖବର ଅନୁଯାୟୀ ଗତ 24 ଅଗଷ୍ଟରେ ଦିଲ୍ଲୀର ନେହୁଲ ପ୍ଲେସରେ ଡି କମ୍ପାନୀ ଏଜେଣ୍ଟ ଅସଲମ ଅନ୍ସାରୀଙ୍କୁ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ ଧରିଥିଲା । ତା’ ପାଖରୁ 5 ଲକ୍ଷ କୋଟିର ନକଲି 2000 ଟଙ୍କିଆ ନୋଟ ଜବତ କରାଯାଇଛି । ଅସଲମ ନେପାଳର ମୂଳ ବାସିନ୍ଦା ବୋଲି ଜଣାପଡିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.