ETV Bharat / business

ମୋଦି ସରକାରଙ୍କୁ ଶକ୍ତ ଝଟକା, ଆରମ୍ଭରୁ ଖସିଲା ବିକାଶ ଦର - fall

ମୋଦି ସରକାରଙ୍କ ଦ୍ବିତୀୟ ଇନିଂସ ଆରମ୍ଭରୁ ଓଲଟପାଲଟ ଆର୍ଥିକ ରଣନୀତି । 5 ବର୍ଷର ସର୍ବୋନିମ୍ନରେ ମୋଟ ଘରୋଇ ଉତ୍ପାଦ ଦର । ଏପରିକି ସର୍ବଦା ପଛରେ ରହୁଥିବା ଚୀନ ମଧ୍ୟ ଅଭିବୃଦ୍ଧି ଦୌଡରେ ଭାରତକୁ ପଛରେ ପକାଇଦେଇଛି ।

ପ୍ରତିକାତ୍ମକ ଫଟୋ
author img

By

Published : Jun 1, 2019, 2:54 PM IST

ନୂଆଦିଲ୍ଲୀ: ଅଭିବୃଦ୍ଧି ରେସରେ ଚୀନଠୁ ପଛରେ ପଡିଗଲା ଭାରତ । କୃଷି, ଉଦ୍ୟୋଗ ଓ ବିନିର୍ମାଣ କ୍ଷେତ୍ରରେ ଦୁର୍ବଳ ପ୍ରଦର୍ଶନ ଯୋଗୁଁ ହ୍ରାସ ପାଇଛି ଭାରତ ବିକାଶ ଦର । 2018-19 ଆର୍ଥିକ ବର୍ଷର ଚତୁର୍ଥ ତ୍ରୟୋମାସ(ଜାନୁଆରୀ-ମାର୍ଚ୍ଚ) ରେ ମୋଟ ଘରୋଇ ଉତ୍ପାଦ(ଜିଡିପି) 5.8 ପ୍ରତିଶତକୁ ଖସିଯାଇଛି । ଯାହାକି 5 ବର୍ଷର ରେକର୍ଡ ଭାଙ୍ଗି ସର୍ବୋନିମ୍ନ ସ୍ତରରେ ପହଞ୍ଚିଛି । ଏ ନେଇ କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି ।

ସର୍ବଦା ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ରରେ ଆଗକୁ ବଢୁଥିବା ଭାରତୀୟ ଅର୍ଥନୀତି ଏବେ ବାଟବଣା । ଲଗାତାର ହ୍ରାସ ପାଇ ଲାଗିଛି ଜିଡିପି । ଅନୁମାନ ଠାରୁ ଢେର କମ ହେଉଛି ଅର୍ଥନୈତିକ ବୃଦ୍ଧି । ପୂର୍ବରୁ ଏହା 6.5 ପ୍ରତିଶତ ରହିବ ବୋଲି ଆକଳନ ହୋଇଥିଲା । ତୃତୀୟ ତ୍ରୟମାସରେ ଅଭିବୃଦ୍ଧି 6.6 ପ୍ରତିଶତ ରହିଥିବାବେଳେ ଦ୍ବିତୀୟରେ 7.1 ଓ ପ୍ରଥମରେ 8.2 ପ୍ରତିଶତ ରହିଥିଲା । ଯେଉଁଥିପାଇଁ ଭାରତ ଚୀନକୁ ଟକ୍କର ଦେଇ ଆଗକୁ ବଢିବ ବୋଲି ଆକଳନ କରାଯାଉଥିଲା । ଚୀନ ଚତୁର୍ଥ ତ୍ରୟମାସର ଅଭିବୃଦ୍ଧି 6.4 ରହିଥିବାବେଳେ ଭାରତର ମାତ୍ର 5.8 ପ୍ରତିଶତ ରହିଛି । ଫଳରେ ଭାରତ ତୁଳନାରେ ଚୀନ ଅର୍ଥ ମଜବୁତ ହେଉଥିବା ଜଣାପଡିଛି ।

ଘରୋଇ ଚାହିଦା ହ୍ରାସ, ଧୀମା ବିଶ୍ବ ଅଭିବୃଦ୍ଧି ଓ ଆମେରିକା -ଚୀନ ଟ୍ରେଡୱାର ପ୍ରଭାବ ଭାରତ ବଜାର ଉପରେ ପଡୁଛି । ଯେଉଁଥିପାଇଁ ଜିଡିପି ହାର କମିଚାଲିଛି ବୋଲି ଅର୍ଥନୀତିଜ୍ଞ ଦର୍ଶାଇଛନ୍ତି ।

ଜିଡିପିର ଏପରି ରିପୋର୍ଟ ଉପରେ ପ୍ରତିକ୍ରିୟା ରଖି ଆର୍ଥିକ ମାମଲାର ସଚିବ ସୁବାଷ ଚନ୍ଦ୍ର ଗର୍ଗ କହିଛନ୍ତି ଯେ, ଏନବିଏଫସି କ୍ଷେତ୍ରରେ ଚାପ ଭଳି ଅସ୍ଥାୟୀ କାରଣ ଯୋଗୁଁ ଜିଡିପି ହ୍ରାସ ପାଉଛି । ଆଗକୁ ଏପ୍ରିଲ-ଜୁନ ତ୍ରୟମାସରେ ମଧ୍ୟ ବିକାଶ ଦର ଧିମାଇପାରେ ବୋଲି ଗର୍ଗ କହିଛନ୍ତି ।

ଚୀନ ଭଳି ବିକାଶଶୀଳ ରାଷ୍ଟ୍ରକୁ ପଛରେ ପକାଇ ଆଗକୁ ବଢୁଥିବା ଭାରତ ଏବେ ଅଧା ରାସ୍ଥାରେ ଝୁଣ୍ଟି ପଡିଛି । ଆଉ ପୁଣି ଥରେ ସେହି ଦ୍ରୁତ ବେଗକୁ କମବ୍ୟାକ କରିବା ଏବେ ନୂଆ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ରହିବ । ଏବେ କ୍ଷମତାରେ ଆସୁ ଆସୁ ଅର୍ଥନୀତିକୁ ଏତେ ବଡ ଝଟକା ନୂଆ ଅର୍ଥମନ୍ତ୍ରୀଙ୍କ ପାଇଁ ମଧ୍ୟ ସମସ୍ୟା ଉପୁଜାଇବ ।

Intro:Body:

fsds

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.