ମୁମ୍ବାଇ: ପୁଣି ମହଙ୍ଗା ମୂଲ୍ଯବାନ ଧାତୁ । ଗୁରୁବାର ଦେଶର ରାଜଧାନୀ ଦିଲ୍ଲୀରେ ସୁନା ଦାମ 743 ଟଙ୍କା ବୃଦ୍ଧି ପାଇ 52,508 ଟଙ୍କାରେ ପହଞ୍ଚିଛି । ସେହିଭଳି ରୂପା ମଧ୍ୟ ଭାରୀ ଚାହିଦା ମଧ୍ୟରେ ଜବରଦସ୍ତ ଉଛୁଳିଛି । ରୂପା କିଲୋ ପିଛା ଦାମ 3,615 ଟଙ୍କା ବଢିଛି । ଏଚଡିଏଫସି ସିକ୍ୟୁରିଟିଜ ଏ ନେଇ ସୂଚନା ଦେଇଛି ।
ସେହିଭଳି ରୂପା ଦାମ କିଲୋଗ୍ରାମ ପିଛା 68,492 ଟଙ୍କାକୁ ବୃଦ୍ଧି ପାଇଛି । ଯାହାକି ପୂର୍ବ କାରବାରରେ 64,877 ଟଙ୍କା ରହିଥିଲା ।
ସେହିଭଳି ସୁନା ଦାମ ପୂର୍ବ କାରବାରରେ 10 ଗ୍ରାମ ପ୍ରତି 51,765 ଟଙ୍କା ରହିଥିଲା ।
ଅନ୍ତରାଷ୍ଟ୍ରୀୟ ବଜାରରେ ମଧ୍ୟ ସୁନା ଦାମ ଆଉନ୍ସ ପ୍ରତି 1,946 ଡଲାର ରହିଥିଲାବେଳେ ରୂପା ଆଉନ୍ସ ପିଛା 27.38 ଡଲାର ଅଛି ।
ଅର୍ଥନୈତିକ ଅଭିବୃଦ୍ଧି ଅନିଶ୍ଚିତତା ମଧ୍ୟରେ ସୁନା କାରବାର ଚାପରେ ରହିଛି ବୋଲି HDFC ସିକ୍ୟୁରିଟି ସିନିୟର ଆନାଲିଷ୍ଟ (କମୋଡିଟି) ତପନ ପଟେଲ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ