ETV Bharat / business

August 17 Gold price: 446 ଟଙ୍କା ବଢିଲା ସୁନା, ରୂପା ମୂଲ୍ୟରେ ବୃଦ୍ଧି

ଜାତୀୟ ରାଜଧାନୀରେ 446 ଟଙ୍କା ବଢିଲା ସୁନା ମୂଲ୍ୟ । ସେପଟେ ଆମେରିକୀୟ ଡଲାର ତୁଳନାରେ ପୁଣି ଦୁର୍ବଳ ହେଲା ଭାରତୀୟ ମୁଦ୍ରା । ଅଧିକ ପଢନ୍ତୁ...

August 17 Gold price: 446 ଟଙ୍କା ବଢିଲା ସୁନା, ରୂପା ମୂଲ୍ୟରେ ବୃଦ୍ଧି
August 17 Gold price: 446 ଟଙ୍କା ବଢିଲା ସୁନା, ରୂପା ମୂଲ୍ୟରେ ବୃଦ୍ଧି
author img

By

Published : Aug 17, 2021, 9:16 PM IST

ନୂଆଦିଲ୍ଲୀ: ପୁଣି ସୁନା ମୂଲ୍ୟରେ ବୃଦ୍ଧି । ମଙ୍ଗଳବାର ଜାତୀୟ ରାଜଧାନୀରେ 446 ଟଙ୍କା ବଢିଛି ସୁନା । ଏହି ବୃଦ୍ଧି ପରେ ବର୍ତ୍ତମାନ 10 ଗ୍ରାମ ସୁନା ପିଛା ଦର 46,460 ଟଙ୍କା ହୋଇଯାଇଛି । ପୂର୍ବ କାରବାର ସମୟରେ ଏହି ମୂଲ୍ୟବାନ ଧାତୁ 10 ଗ୍ରାମ ପିଛା 46,014 ଟଙ୍କା ଥିଲା । ସେପଟେ ରୂପା ଦରରେ ମଧ୍ୟ 888 ଟଙ୍କା ବୃଦ୍ଧି ଘଟିଛି । ବର୍ତ୍ତମାନ ଦିଲ୍ଲୀରେ ରୂପା କେଜି ପିଛା 61,564 ଟଙ୍କା ରହିଛି । HDFC ସିକ୍ୟୁରିଟି ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦର ଆଉନ୍ସ ପିଛା 1,793 ଡଲାରରେ କାରବାର ହୋଇଥିଲା ଏବଂ ରୂପା 23.88 ଡଲାରରେ ଫ୍ଲାଟ ହୋଇଥିଲା । ତେବେ ବିଶ୍ବରେ ଡେଲ୍ଟା ଭ୍ୟାରିଆଣ୍ଟ ମାମଲା ବଢିବା ଯୋଗୁଁ ସୁନା ଦରରେ ବୃଦ୍ଧି ଘଟିଛି । ଏଭଳି କହିଛନ୍ତି HDFC ସିକ୍ୟୁରିଟିଜର ବରିଷ୍ଠ ଆନାଲିଷ୍ଟ । ଅନ୍ୟପଟେ ଆମେରିକୀୟ ଡଲାର ତୁଳନାରେ ପୁଣି ଖସିଛି ଭାରତୀୟ ମୁଦ୍ରା । ମଙ୍ଗଳବାର ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ 3 ପଇସା ହ୍ରାସ ପାଇଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.