ETV Bharat / business

ପୁଣି ମହଙ୍ଗା ଗହଣା, 55 ହଜାର ନିକଟତର ସୁନା - ରୂପା ଦାମ

ସୁରକ୍ଷିତ ନିବେଶର ସବୁଠୁ ଭଲ ମାଧ୍ୟମ ସୁନା ପ୍ରତି ବଢୁଛି ଆକର୍ଷଣ । ଚାହିଦା ବଢିବା ସାଙ୍ଗକୁ ବଢୁଛି ଦାମ । ରୂପା ଦାମ ମଧ୍ୟ ଉପରମୁହାଁ । ଅଧିକ ପଢନ୍ତୁ..

ପୁଣି ମହଙ୍ଗା ଗହଣା, 55 ହଜାର ନିକଟତର ସୁନା
ପୁଣି ମହଙ୍ଗା ଗହଣା, 55 ହଜାର ନିକଟତର ସୁନା
author img

By

Published : Aug 18, 2020, 5:29 PM IST

ନୂଆଦିଲ୍ଲୀ: ଆଜି ପୁଣି ବଢିଲା ସୁନା ଓ ରୂପା ଦାମ । ଅନ୍ତରାଷ୍ଟ୍ରୀୟ ବଜାରରେ ମହଙ୍ଗା ଧାତୁ ଦାମ ଉପରମୁହା ଯୋଗୁଁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।

ଦେଶର ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର 10 ଗ୍ରାମ ପିଛା ସୁନା ଦାମ 1,182 ଟଙ୍କା ବଢି 54,856 ଟଙ୍କାରେ ପହଞ୍ଚିଛି । ଏଚଡିଏଫସି ସିକ୍ୟୁରିଟି ଏନେଇ ସୂଚନା ଦେଇଛି ।

ପୂର୍ବ କାରବାରରେ ସୁନା ଦାମ 10 ଗ୍ରାମ ପିଛା 53,674 ଟଙ୍କାରେ ବନ୍ଦ ହୋଇଛି । ସେହିପରି ରୂପା ଚାହିଦା ପ୍ରବଳ ରହିଥିବା ମଙ୍ଗଳବାର ଏହାର ଦାମ କିଲୋ ପିଛା 1,587 ଟଙ୍କା ବଢି 72,547 ଟଙ୍କାରେ ପହଞ୍ଚିଛି । ଯେତେବେଳେ କି ପୂର୍ବ କାରବାରର ଏହା 70,960 ଟଙ୍କା ରହିଥିଲା ।

ସେପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ଆଉନ୍ସ ପ୍ରତି 2,005 ଡଲାରକୁ ବୃଦ୍ଧି ପାଇଛି । ସେହିଭଳି ରୂପା ମଧ୍ୟ ଆଉନ୍ସ ପ୍ରତି ବଢି 28.15 ଡଲାରରୁ ଅଧିକରେ କାରବାର କରୁଛି ।

ଏଚଡିଏଫସି ସିକ୍ୟୁରିଟି ସିନିୟର ଆନାଲିଷ୍ଟ (କମୋଡିଟିସ) ତପନ ପଟେଲ କହିଛନ୍ତି ଯେ ମଙ୍ଗଳବାର ସ୍ପଟ୍ ଆନ୍ତର୍ଜାତୀୟ ମୂଲ୍ୟ 2,000 ଡଲାରରୁ ଅଧିକ କାରବାର ସହିତ ସୁନା ମୂଲ୍ୟ ବୃଦ୍ଧି ପାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.