ନୂଆଦିଲ୍ଲୀ: ନଭେମ୍ବରରେ ରପ୍ତାନୀ 0.34 ପ୍ରତିଶତ ହ୍ରାସ ସହ 25.98 ଅରବ ଡଲାର ରହିଛି । ଏହାସହ ଆମଦାନୀ ମଧ୍ୟ ହ୍ରାସ ପାଇ 38.11 ଅରବ ଡଲାର ରହିଛି ।
ସେହିପରି ଏହି ମାସରେ ବେପାର ଘାଟା ମଧ୍ୟ କମି 12.12 ଅରବ ଡଲାରରେ ପହଞ୍ଚିଛି । ସରକାରୀ ରିପୋର୍ଟରୁ ଏନେଇ ସୂଚନା ମିଳିଛି ।
ଗତ ବର୍ଷ ନଭେମ୍ବରରେ ରପ୍ତାନୀ 26.07 ଅରବ ଡଲାର ଓ ଆମଦାନୀ 43.66 ଅରବ ଡଲାର ରହିଥିଲା । 2018 ନଭେମ୍ବରରେ ବେପାର ଘାଟା 17.58 ଅରବ ଡଲାର ଥିଲା ।
ସମୀକ୍ଷା ମାସରେ ଅଶୋଧିତ ତୈଳ ଆମଦାନୀ 11.06 ଅରବ ଡଲାର ରହିଥିଲା । ବାର୍ଷିକ ଆଧାରରେ ଏହା 18.17 ପ୍ରତିଶତ କମ ରହିଛି ।
ସୁନା ଆମଦାନୀ 6.59 ପ୍ରତିଶତ ବଢି 2.94 ଅରବ ଡଲାର ରହିଛି । ଯାହା କି 1 ବର୍ଷ ପୂର୍ବରୁ ସମାନ ମାସରେ 2.76 ଅରବ ଡଲାର ରହିଥିଲା ।