ETV Bharat / business

ଧନତେରସ ଅଫର: ସୁନା-ହୀରା ଉପରେ ବଡ ରିହାତି, ଏହିସବୁ ଶୋ'ରୁମ ଦେଉଛନ୍ତି କ୍ୟାସବ୍ୟାକ୍

author img

By

Published : Nov 2, 2021, 2:10 PM IST

ଆଜି ଧନତେରସ । ସାଧାରଣତଃ ଧନତେରସ ଏବଂ ଦୀପାବଳିରେ ସୁନା-ରୂପା କିଣିବା ଅତ୍ୟନ୍ତ ଶୁଭଙ୍କର ହୋଇଥିବାରୁ ଅଳଙ୍କାର କିଣିବାକୁ ପସନ୍ଦ କରନ୍ତି ଲୋକେ । ଯାହାକୁ ଦୃଷ୍ଟିରେ ରଖି ଗ୍ରାହକଙ୍କ ପାଇଁ ବଡ ବଡ ଅଫର ନେଇ ଆସିଛନ୍ତି ଅଳଙ୍କାର ପ୍ରତିଷ୍ଠାନ । ଏହିସବୁ ଶୋ'ରୁମରେ ସୁନା-ହୀରା କିଣିଲେ ପାଇବେ ରିହାତି ସାଙ୍ଗକୁ କ୍ୟାସବ୍ୟାକ୍....

ଧନତେରସ ଅଫର: ସୁନା-ହୀରା ଉପରେ ବଡ ରିହାତି, ଏହିସବୁ ଶୋ'ରୁମ ଦେଉଛନ୍ତି କ୍ୟାସବ୍ୟାକ୍
ଧନତେରସ ଅଫର: ସୁନା-ହୀରା ଉପରେ ବଡ ରିହାତି, ଏହିସବୁ ଶୋ'ରୁମ ଦେଉଛନ୍ତି କ୍ୟାସବ୍ୟାକ୍

ନୂଆଦିଲ୍ଲୀ: ଆଜି ଧନତେରସ । ହିନ୍ଦୁ ଧର୍ମରେ ବିଶ୍ବାସ ରହିଛି, ଆଜିର ଦିନରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି । ତେଣୁ ଧନତେରସ ଅବସରରେ ଅଳଙ୍କାର ବଜାରରେ ଖୁବ୍ ଉତ୍ସାହ ଦେଖାଯାଇଛି । ବର୍ତ୍ତମାନ ସୁନାର ଦାମ୍ ଅପେକ୍ଷାକୃତ କମ୍ ରହିଛି । ବିଭିନ୍ନ ପ୍ରତିଷ୍ଠିତ ଅଳଙ୍କାର ଶୋ' ରୁମଗୁଡିକ ମଧ୍ୟ ଗ୍ରାହକଙ୍କୁ ଲୋଭନୀୟ ଅଫର ଦେଉଛନ୍ତି । ବର୍ତ୍ତମାନ ଦେଶରେ ସୁନା ମୂଲ୍ୟ ପ୍ରାୟ ୪୬ ହଜାରରୁ ୪୭ ହଜାର ଟଙ୍କା ମଧ୍ୟରେ ରହିଛି । ଯାହାକି ଗତବର୍ଷ ତୁଳନାରେ ୫ ପ୍ରତିଶତ କମ୍ । ଯେଉଁ କାରଣରୁ ବହୂମୂଲ୍ୟ ଅଳଙ୍କାର କିଣିବା ନେଇ ଗ୍ରାହକଙ୍କ ମଧ୍ୟରେ ଆଗ୍ରହ ଦେଖାଯିବ ବୋଲି ଆଶା ରହିଛି । ଅଳଙ୍କାର ପ୍ରତିଷ୍ଠାନଗୁଡିକ ମଧ୍ୟ ଚଳିତ ବର୍ଷ ଧନତେରସରେ ଭଲ ବ୍ୟବସାୟ ହେବ ବୋଲି ଆଶାବାଦୀ ଅଛନ୍ତି ।

ଦୀପାବଳି ଏବଂ ଧନତେରାସରେ ସୁନାଚାନ୍ଦି କ୍ରୟ କରିବାର ପରମ୍ପରା ରହିଛି । ପିସି ଜୁଏଲର ଏବଂ ତନିସ୍କ ଭଳି ବଡ ଅଳଙ୍କାର ପ୍ରତିଷ୍ଠାନ ସୁନା ଏବଂ ହୀରା ଅଳଙ୍କାର ଉପରେ କ୍ୟାସବ୍ୟାକ ଏବଂ ରିହାତି ଘୋଷଣା କରିଛନ୍ତି । ଜାଣି ରଖନ୍ତୁ କାହାର କ'ଣ ରହିଛି ଅଫର...

PC Jeweller ଅଫର:

ହୀରା ଏବଂ ସୁନା ଅଳଙ୍କାରର ମେକିଂ ଚାର୍ଜ ଉପରେ ପିସି ଜୁଏଲର ୩୦ ପ୍ରତିଶତ ରିହାତି ଦେଉଛି । ରୂପା ଗହଣା ଉପରେ ମଧ୍ୟ ରିହାତି ଘୋଷଣା କରିଛି ପିସି । ଏଥିସହ ICIC କ୍ରେଡିଟ କାର୍ଡ ଏବଂ ଡେବିଟ୍ କାର୍ଡ ବ୍ୟବହାରୀକାରୀ ସର୍ବନିମ୍ନ ୫୦ ହାଜର ବ୍ୟୟ ଉପରେ ୭.୫ ପ୍ରତିଶତ କ୍ୟାସବ୍ୟାକ ପାଇପାରିବେ । ସେହିପରି କ୍ରେଡିଟ କାର୍ଡ ଉପଭୋକ୍ତା ସର୍ବାଧିକ ୭,୫୦୦ ଟଙ୍କା ଏବଂ ଡେବିଟ୍ କାର୍ଡ ଉପଭୋକ୍ତା ୫,୦୦୦ ଟଙ୍କା କ୍ୟାସବ୍ୟାକ୍ ଲାଭ କରିପାରିବେ । ପିସି ଜୁଏଲରର ଏହି ଅଫର ନଭେମ୍ବର ୭ ତାରିଖ ପର୍ଯନ୍ତ ରହିଛି ।

tanishq ଅଫର :

PC Jeweller ଭଳି tanishq ମଧ୍ୟ ମେକିଂ ଚାର୍ଜ ଉପରେ ରିହାତି ଘୋଷଣା କରିଛି । tanishqରୁ ସୁନା କିମ୍ବା ହୀରା ଅଳଙ୍କାର କିଣିଲେ ମେକିଂ ଚାର୍ଜ(ଗଢା ମୂଲ୍ୟ)ରେ ୨୦ ପ୍ରତିଶତ ରିହାତି ପାଇବେ ଗ୍ରାହକ ।

Malabar Gold and Diamonds :

ଦୀପାବଳି ଉପଲକ୍ଷେ ବଡ ଅଫର ନେଇଆସିଛି ମାଲାବାର । ଗ୍ରାହକ ସର୍ବନିମ୍ନ ୩୦,୦୦୦ ଟଙ୍କାର ପ୍ରତ୍ୟେକ ସୁନା ଅଳଙ୍କାର କ୍ରୟ କରିବା ସହ ଗୋଟିଏ ସୁନା କଏନ ଫ୍ରିରେ ପାଇବେ । ସେହିପରି ୩୦,୦୦୦ ଟଙ୍କାର ହୀରା ଅଳଙ୍କାର କିଣିଲେ ୨ଟି ସୁନା ମୁଦ୍ରା ନିଃଶୁଳ୍କରେ ପାଇପାରିବେ କ୍ରେତା । ଏସବିଆଇ କ୍ରେଡିଟ କାର୍ଡ ବ୍ୟବହାରକାରୀ ୫ ପ୍ରତିଶତ ଅତିରିକ୍ତ କ୍ୟାସବ୍ୟାକର ଲାଭ ଉଠାଇ ପାରିବେ ।

Senco Gold and Diamonds :

ଅନ୍ୟ ଅଳଙ୍କାର ପ୍ରତିଷ୍ଠାନଗୁଡିକ ଭଳି Senco ମଧ୍ୟ ଆକର୍ଷଣୀୟ ଅଫର ଘୋଷଣା କରିଛି । ସୁନା ଅଳଙ୍କାରର ପ୍ରତି ଗ୍ରାମ ପିଛା ୨୨୫ (RS ୧୦୦ off + RS 125) ଟଙ୍କା ରିହାତି ଅଫର କରୁଛି । ଆହୁରିମଧ୍ୟ, ଗ୍ରାହକମାନେ ହୀରା ଅଳଙ୍କାରର ମେକିଂ ଚାର୍ଜ ଉପରେ ରିହାତି ସହ ଫ୍ରି ସୁନା ମଧ୍ୟ ପାଇପାରିବେ । ଏହି ଅଫର ଷ୍ଟୋରରେ କେବଳ ସୀମିତ ସମୟ ପାଇଁ ରହିବ ।

ଅନଲାଇନ ସପିଂରେ ଫ୍ରି ଡେଲିଭରି ଅଫର:

ଧନତେରାସ ଅବସରରେ ଆମାଜନ ନିଜ ଗ୍ରାହକଙ୍କ ପାଇଁ Amazon Dhanteras shopping storeରେ ଅନେକ ଅଫର ନେଇ ଆସିଛି । ସପିଂ ଲଭର୍ସ ଆମାଜନର ଅଫିସିଆଲ ସାଇଟ Amazon.inରେ ରିହାତି ଏବଂ ଅଫର ଚେକ୍ କରିପାରିବେ । ଏଥର ଇ-କମର୍ସ ସାଇଟ Amazon ସୁନା, ରୂପା ଅଳଙ୍କା ସମେତ ଇଲେକ୍ଟ୍ରୋନିକ୍ସ ପ୍ରଡକ୍ଟ ଉପରେ ଅଫର ଦେଉଛି । ବିଶେଷକରି ଧନତେରସ ପ୍ଲାଟଫର୍ମରେ ପ୍ରଥମ ଥର ସପିଂ କରୁଥିବା ବ୍ୟକ୍ତିଙ୍କୁ କୌଣସି ଡେଲିଭରି ଚାର୍ଜ ଦେବାକୁ ହେବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.