ETV Bharat / business

New Year Gift: ୧୦୦ ଟଙ୍କା ଶସ୍ତା ହେଲା ବ୍ୟବସାୟିକ LPG ସିଲିଣ୍ଡର

author img

By

Published : Jan 1, 2022, 10:24 AM IST

Updated : Jan 1, 2022, 12:04 PM IST

ବ୍ୟବସାୟିକ ଗ୍ୟାସ ସିଲିଣ୍ଡର(Commercial LPG Cylinder) ଉପଭୋକ୍ତାଙ୍କୁ ନୂଆବର୍ଷ ଭେଟି । ୧୦୦ ଟଙ୍କା ଶସ୍ତା ହେଲା ବ୍ୟବସାୟିକ LPG ସିଲିଣ୍ଡର । ଅଧିକ ପଢନ୍ତୁ

New Year Gift: ୧୦୦ ଟଙ୍କା ଶସ୍ତା ହେଲା LPG ସିଲିଣ୍ଡର

ନୂଆଦିଲ୍ଲୀ: ଭାରତୀୟ ତୈଳ ନିଗମର ନୂଆବର୍ଷ ଭେଟି । ଶସ୍ତା ହେଲା ବ୍ୟବସାୟିକ ଏଲପିଜି(LPG ) ସିଲିଣ୍ଡର । IOCL ବ୍ୟବସାୟିକ ଗ୍ୟାସ ସିଲିଣ୍ଡର(Commercial LPG Cylinder) ଦାମ୍‌ରେ ୧୦୦ ଟଙ୍କା ହ୍ରାସ କରିଛି । ହେଲେ ୧୪.୨ କିଲୋଗ୍ରାମ ଘରୋଇ LPG ସିଲିଣ୍ଡର(domestic LPG cylinder ) ମୂଲ୍ୟ ଅପରିବର୍ତ୍ତିତ ରହିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ତୈଳ ଦର ବୃଦ୍ଧି ଯୋଗୁଁ ଗ୍ୟାସ ସିଲିଣ୍ଡର ମୂଲ୍ୟ ସାମାନ୍ୟ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଥିଲା । କିନ୍ତୁ ସେଭଳି କିଛି ଘଟିନାହିଁ । ଯାହା ସାଧାରଣ ଲୋକଙ୍କୁ ଆଶ୍ବସ୍ତି ଦେଇଛି ।

IOCL ଅନୁଯାୟୀ, ଜାନୁୟାରୀ ପହିଲାରୁ ଦିଲ୍ଲୀରେ ବ୍ୟବସାୟିକ(commercial) ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୧୦୨ ଟଙ୍କା କାଟ୍ ହୋଇଛି । ଏଣିକି ଦିଲ୍ଲୀରେ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ୧୯୯୮.୫ ଟଙ୍କାରେ ମିଳିବ । ଅନ୍ୟ ପ୍ରମୁଖ ମହାନଗର ଚେନ୍ନାଇରେ ଦାମ୍ ୨୧୩୧ ଟଙ୍କା, ମୁମ୍ବାଇରେ ୧୯୪୮.୫୦ ଟଙ୍କା ଏବଂ କୋଲକାତାରେ ୨୦୭୬ ଟଙ୍କାରେ ଉପଲବ୍ଧ ହେବ ।

କହିରଖୁଛୁ କି, ଏହା ପୂର୍ବରୁ ଗତବର୍ଷ ଡିସେମ୍ବରରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର(Commercial LPG Cylinder) ୧୦୦ ଟଙ୍କା ମହଙ୍ଗା ହୋଇଥିଲା । ସେହିପରି ଏ ମାସରେ ଘରୋଇ ଏଲପିଜି ସିଲିଣ୍ଡର ଦାମ୍‌ରେ କୌଣସି ପରିବର୍ତ୍ତନ କରାଯାଇନଥିବା ବେଳେ ଗତ ଅକ୍ଟୋବରରେ ଏହାର ଦର ବୃଦ୍ଧି ଘଟିଥିଲା ।

Last Updated : Jan 1, 2022, 12:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.