ETV Bharat / business

ଆଜି ବଢିଲା ପୁଞ୍ଜି ବଜାର କାରବାର ଅବଧି - ମାର୍କେଟ ଅପଡେଟ

ଆଜି କାରବାର ସମୟରେ ଟେକ୍ନିକାଲ ସମସ୍ୟା ଯୋଗୁଁ ନିଫ୍ଟି ପ୍ରଭାବିତ ହୋଇଥିଲା । ଏଣୁ ଆଜିର କାରବାର ସମୟ ଅବଧି ବଢିଛି । ଅଧିକ ପଢନ୍ତୁ..

5 ଟା ଯାଏଁ ଖୋଲା ରହିଛି ବିଏସଇ ଓ ଏନଏସଇ
5 ଟା ଯାଏଁ ଖୋଲା ରହିଛି ବିଏସଇ ଓ ଏନଏସଇ
author img

By

Published : Feb 24, 2021, 5:39 PM IST

ମୁମ୍ବାଇ: ଦେଶର ପ୍ରମୁଖ ସେୟାର ବଜାର ବିଏସଇ ତଥା ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ବୁଧବାର ସଂନ୍ଧ୍ୟା 5 ଟା ଯାଏଁ ଖୋଲା ରହିବ । ଉଭୟ ଏକ୍ସଚେଞ୍ଜ କହିଛନ୍ତି କି ସେମାନଙ୍କ ସେୟାର ଓ ଡେରିଭେଟିଭ ବଜାର ଅଧିକ ସମୟ ଆଜି ଖୋଲିବ ।

ଆଜିର କାରବାର ସମୟରେ ଏନଏସଇ ଟେକନିକରେ ସମସ୍ୟା ଦେଖାଦେଇଥିଲା । ଯେଉଁଥିପାଇଁ କାରବାର ଗଭୀର ଭାବେ ପ୍ରଭାବିତ ହେବା ସହ କିଛି ସମୟ ବନ୍ଦ ବି ଥିଲା । ଏଣୁ ଅଧିକ ସମୟ ଯାଏଁ ବଜାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

ବିଏସଇ କହିଛି କି, ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଇକ୍ୟୁଟି ଓ ଇକ୍ୟୁଟି ଡେରିଭେଟିଭସ ବଜାର ଆଜି 5 ଟା ଯାଏଁ ଖୋଲା ରହିବ । ’’ ସେହିଭଳି ଏନଏସଇ ଅଧିସୂଚନା ଅନୁସାରେ ଏଫଏଣ୍ଡଓ ତଥା ସ୍ବାଭାବିକ ବଜାର ପରିଚାଳନା 3.45ରୁ ଆର୍ଭ ହୋଇ ସଂନ୍ଧ୍ୟା 5ଟାରେ ବନ୍ଦ ହେବ ।

ଆଜି ଦିନ 11.40 ମିନିଟରେ ଦେଶର ସବୁଠୁ ବଡ ପୁଞ୍ଜି ବଜାର ଏନଏସଇର ବିଭିନ୍ନ ବିଭାଗରେ କନେକ୍ଟିଭିଟି ସମସ୍ୟା ଯୋଗୁଁ କାରବାର ବନ୍ଦ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.