ETV Bharat / business

ଆରସିଇପିରେ ସାମିଲ ହେବନି ଭାରତ: ଜାଣନ୍ତୁ କାହିଁକି ମୋଦି ନେଲେ ଏପରି ନିଷ୍ପତ୍ତି ?

ଅନ୍ତର୍ଜାତୀୟ ମୁକ୍ତ ବାଣିଜ୍ୟ ବୁଝାମଣାରେ ସାମିଲ ହେବନି ଭାରତ । ହେଲେ ଏତେ ବଡ ବାଣିଜ୍ୟ ଚୁକ୍ତିକୁ କାହିଁକୁ ନା କଲେ ମୋଦି ? କଣ ରହିଛି ଏହି ଆରସିଇପି ବିବାଦ ? ଜାଣନ୍ତୁ ...

author img

By

Published : Nov 5, 2019, 2:44 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଞ୍ଚଳିକ ବ୍ୟାପକ ଆର୍ଥିକ ସହଯୋଗିତା(ଆରସିଇପି) ରାଜିନାମାରେ ସାମିଲ ହେବନି ଭାରତ । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରସିଇପି ଶିଖର ବୈଠକରେ ଯୋଗ ଦେଇ ନିଜ ଉଦବୋଧନରେ ଏଭଳି କହିଛନ୍ତି ।

ଆସିଆନ ଏବଂ ଏଫଟିଏ ରାଷ୍ଟ୍ର ଗୁଡିକ ମଧ୍ୟରେ ହେବାକୁ ଥିବା ଏହି ବୁଝମାଣା ପାଇଁ ଭାରତ ଯେଉଁସବୁ ଦାବି ରଖିଥିଲା , ସେ ନେଇ କୌଣସି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ମିଳିପାରିନାହିଁ । ଏସବୁକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ମୋଦି ନିଜ ପକ୍ଷ ରଖିଛନ୍ତି ଯେ, ‘‘ଆରସିପି ବୁଝାମଣା ପାଇଁ 7 ବର୍ଷ ତଳେ ଭାରତ ସହମତି ଦେଇଥିଲା । ହେଲେ ଏଥିମଧ୍ୟରେ ଏବେ ବହୁତ ପରିବର୍ତ୍ତନ ଆସିଯାଇଛି । ମୁକ୍ତ ବଜାର ଏବଂ ଅଣ ଟାରିଫ ପ୍ରତିବନ୍ଧକ ଆଦି ବାବଦରେ ମଧ୍ୟ ଭାରତ ଦାବି ରଖିଥିଲେ , କିନ୍ତୁ ଏସବୁ ବିଷୟ ଓ ଚିନ୍ତାକୁ ଦୂର କରିବାକୁ ମଧ୍ୟ ଏବେ ସୁଦ୍ଧା ଚେଷ୍ଟା କରାଯାଇନାହିଁ । ସେପଟେ ଘରୋଇ ବଜାର ଠାରୁ ବିଶ୍ବ ଅର୍ଥନୀତିରେ ମଧ୍ୟ ବହୁତ ପରିବର୍ତ୍ତନ ଆସିଛି । ଏଣୁ ଏତେ ସବୁକୁ ନଜରଅନ୍ଦାଜ କରି ଆଗେଇବା ଉଚିତ ନୁହେଁ । ଏହା ବ୍ୟତୀତ ଆରସିଇପିର ନିୟମାବଳୀ ସହ ବର୍ତ୍ତମାନର ସ୍ଥିତି ଆଦୌ ଖାପଖୁଆଉ ନାହିଁ ।’’

ଆରସିଇପିକୁ ଭାରତର ନା

ଏଣୁ ଯେବେ ମୁଁ ଏସବୁକୁ ଭାରତୀୟଙ୍କ ସ୍ବାର୍ଥ ସହ ଯୋଡୁଛି , ସେତେବଳେ ମୋତେ କୌଣସି ସକରାତ୍ମକ ଉତ୍ତର ମିଳୁନି । ଏପରି ସମୟରେ ଏହି ରାଜିନାମାରେ ସାମିଲ ହେବାକୁ ଗାନ୍ଧୀବାଦ ଏବଂ ମୋ ବିବେକ ମୋତେ ଅନୁମତି ଦେଲା ନାହିଁ ବୋଲି ମୋଦି କହିଛନ୍ତି ।

ଭାରତର ଏଭଳି ଆଭିମୁଖ୍ୟରେ ପ୍ରଧାନମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ବିଶ୍ବ ଅର୍ଥନୀତିରେ ଭାରତର ଯୋଗଦାନ ପ୍ରତିଫଳିତ ହେଉଛି । ଏହି ଆରସିଇପି ଚୁକ୍ତି ଦ୍ବାରା ଭାରତ ବଜାର ପ୍ରଭାବିତ ମଧ୍ୟ ହୋଇଥାନ୍ତା । ଏହି ନିଷ୍ପତ୍ତିରେ ଭାରତର ଚାଷୀ, ଏମଏସଇ, ଡାଏରୀ ଉତ୍ପାତ କ୍ଷେତ୍ର ଆଦି ଅଧିକ ମାତ୍ରାରେ ଫାଇଦା ପାଇବେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ପ୍ରକାଶ ଯେ, ଆଇସିଇପି ଚୁକ୍ତି ଯୋଗୁଁ ସରକାରଙ୍କୁ ପ୍ରବଳ ଚାପର ସମ୍ମୁଖୀନ କରିବାକୁ ପଡୁଥିଲା। ଘରୋଇ ଶିଳ୍ପ , ଚାଷୀ ଓ ରାଜନୈତିକ ପାର୍ଟି ସବୁ ଏହାକୁ ଟାର୍ଗେଟ କରୁଥିଲେ । କାରଣ ଏହି ଚୁକ୍ତି ଦ୍ବାରା ଭାରତରେ ସ୍ବଦେଶୀ ଅପେକ୍ଷା ଚୀନ ସାମଗ୍ରୀ ଅଧିକ ପରିମାଣରେ ଆମଦାନୀ ହୋଇଥାନ୍ତା । ଏହା ଫଳରେ ଦେଶର କ୍ଷୁଦ୍ର ଶିଳ୍ପ ବ୍ୟାପକ ମାତ୍ରାରେ କ୍ଷତି ସହିବ । ପୁଣି ବର୍ତ୍ତମାନର ମାନ୍ଦାବସ୍ଥା ସମୟରେ ଏହି ଚୁକ୍ତି ଦେଶକୁ ବୁଢାଇବ ବୋଲି କୁହାଯାଇଛି ।

ଆରସିପି କଣ ?କାହିଁକି ମନା କଲା ଭାରତ ..

rcep ହେଉଛି ରିଜଓନାଲ କମ୍ପ୍ରେହେନସିଲ ଇକୋନୋମିକ ପାର୍ଟନରସିପ । ଆସିଆନର 10 ଦେଶ (ବ୍ରୁନେଲ, ଇଣ୍ଡୋନେସିଆ, ଲାଓସ, ମ୍ୟାଲେସିଆ, ମିଆଁମାର, ଫିଲିଫାଇନ୍ସ, ସିଙ୍ଗାପୁର, ଥାଇଲ୍ୟାଣ୍ଡ ଓ ଭିଏତନାମା)ଏବଂ ଏହାର 6 ପ୍ରମୁଖ ଏଫଟିଏଫ(ମୁକ୍ତ ବାଣିଜ୍ୟ ରାଜିନାମା) ସହଯୋଗୀ ଦେଶ(ଚୀନ , ଜାପାନ, ଭାରତ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜଲ୍ୟାଣ୍ଡ) ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ବୁଝାମଣା ।

ଯଦି ଭାରତ ଏହି ବୁଝାମଣା ଚୁକ୍ତିରେ ସ୍ବାକ୍ଷର କରୁଛି, ତେବେ ଜାପାନ ଓ ଦକ୍ଷିଣ କୋରିଆରୁ ଆସୁଥିବା 90 ପ୍ରତିଶତ ସାମଗ୍ରୀ ଓ ଚୀନ , ଅଷ୍ଟ୍ରେଲିଆ, ନ୍ୟୁଜଲ୍ୟାଣ୍ଡରୁ ଆମଦାନୀ 74 ପ୍ରତିଶତ ସାମଗ୍ରୀକୁ ଟିକସ ଫ୍ରି କରିବାକୁ ପଡିବ । ଆଉ ଏପରି କଲେ ଭାରତରେ ଚୀନ ସାମଗ୍ରୀର ମେଳା ହେବ । ଫଳରେ କ୍ଷୁଦ୍ର ବେପାରୀ, ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯିବ । ଏଥିଯୋଗୁଁ କିଛି ସର୍ତ୍ତ ରଖିବାକୁ ଭାରତ ଚାହୁଁଥିଲା , ଯେପରି ଦେଶର ଉଦୌଗୀ, ଚାଷୀ ପ୍ରଭାବିତ ହେବେ ନାହିଁ । ହେଲେ ଏଥିରେ କୌଣସି ପରିବର୍ତ୍ତନ ଦେଖାଦେଇନଥିବାରୁ ସରକାର ଏହି ଚୁକ୍ତିକୁ ନା କରିଛନ୍ତି ।

Intro:Body:

BHAKTI

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.