ETV Bharat / business

ଆତ୍ମନିର୍ଭର ହେବାକୁ ଉଦ୍ୟୋଗ ଜଗତକୁ ମୋଦିଙ୍କ ଆହ୍ବାନ

ପ୍ରଥମେ ଲୋକ ଭାବୁଥିଲେ କି ‘ ଭାରତରେ କାହିଁକି ନିବେଶ କରାଯିବ , ହେଲେ ଏବେ ଭାବୁଛନ୍ତି ‘ ଭାରତରେ କାହିଁକି ନିବେଶ କରାଯାଇପାରିବ ନାହିଁ ।’ ସେହିଭଳି କୃଷି କ୍ଷେତ୍ରରେ ହୋଇଥିବା ସୁଧାରର ଲାଭ କୃଷକଙ୍କୁ ମିଳିଛି ବୋଲି କହିଛନ୍ତି ପିଏମ । ଅଧିକ ପଢନ୍ତୁ..

ଆତ୍ମନିର୍ଭର ହେବାକୁ ଉଦ୍ୟୋଗ ଜଗତକୁ ମୋଦିଙ୍କ ଆହ୍ବାନ
ଆତ୍ମନିର୍ଭର ହେବାକୁ ଉଦ୍ୟୋଗ ଜଗତକୁ ମୋଦିଙ୍କ ଆହ୍ବାନ
author img

By

Published : Dec 19, 2020, 4:06 PM IST

ନୂଆଦିଲ୍ଲୀ: ଦେଶକୁ ଆତ୍ମନିର୍ଭର କରିବା ପାଇଁ ପ୍ରଚେଷ୍ଟା ଜରୁରୀ ବୋଲି ଉଦ୍ୟୋଗ ଜଗତକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଉଦ୍ୟୋଗ ଜଗତକୁ ଲାଭାଂଶ ଓ କମ୍ପାନୀ ପରିଚାଳନାର ସର୍ବଶ୍ରେଷ୍ଠ ପଦ୍ଧତି ଆପଣାଇବା ଉପରେ ଧ୍ୟାନ ଦେବାକୁ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଆଜି ଉଦ୍ୟୋଗ ମଣ୍ଡଳ ଆସୋଚାମ (ଆସୋସିଏସଟେଡ ଚାମ୍ବରସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ ଇଣ୍ଡିଆ)ର ସ୍ଥାପନା ସପ୍ତାହ ପାଳନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ନୂଆ କୃଷି ଆଇନକୁ ନେଇ ଚାଲିଥିବା କୃଷକ ସଂଘର ଆନ୍ଦୋଳନ ମଧ୍ୟରେ ପିଏମ ଏହା ମଧ୍ୟ କହିଛନ୍ତି କି, ଛଅ ମାସ ପୂର୍ବରୁ କରାଯାଇଥିବା କୃଷି ସୁଧାର ଦ୍ବାରା କୃଷକଙ୍କୁ ଲାଭ ମିଳିବା ଆରମ୍ଭ ହୋଇଯାଇଛି ।

ସେହିପରି ସରକାରଙ୍କ ସୁଧାର କାର୍ଯ୍ୟକ୍ରମ ନେଇ ସେ ଜଣାଇଛନ୍ତି ଯେ, ‘‘ ଆମ ସରକାରଙ୍କ ଆର୍ଥିକ ସୁଧାର, ଦେଶକୁ ନେଇ ବୈଶ୍ବିକ ଧାରଣା ବଦାଇଛି । ପ୍ରଥମେ ଲୋକ ଭାବୁଥିଲେ କି ‘ ଭାରତରେ କାହିଁକି ନିବେଶ କରାଯିବ , ହେଲେ ଏବେ ଭାବୁଛନ୍ତି ‘ ଭାରତରେ କାହିଁକି ନିବେଶ କରାଯାଇପାରିବ ନାହିଁ ।’

‘‘ ଉଦ୍ୟୋଗ ଜଗତ ଦେଶକୁ ଆତ୍ମନିର୍ଭର କରିବା ପାଇଁ ଯଥା ସମ୍ଭବ ପ୍ରୟାସ କରିବା ଆବଶ୍ୟକ ରହିଛି । ଆମର ଚ୍ୟାଲେଞ୍ଜ କେବଳ ଆତ୍ମନିର୍ଭରତା ନୁହେଁ, ବରଂ ଆମେ ଏହି ଲକ୍ଷ୍ୟକୁ କେତେ ଶୀଘ୍ର ହାସଲ କରୁଛେ ତାହା ମଧ୍ୟ ଗୁରୁତ୍ବପୂର୍ଣ୍ଣ । ’’

ପିଏମ କହିଛନ୍ତି କି ,‘‘ ଆଜି ସେହି ସମୟ, ଯେବେ ଆମକୁ ଯୋଜନା ତିଆରି ସହ ପଦକ୍ଷେପ ମଧ୍ୟ ନେବାକୁ ହେବ । ଆମକୁ ପ୍ରତି ବର୍ଷର ପ୍ରତି ଲକ୍ଷ୍ୟକୁ ରାଷ୍ଟ୍ର ନିର୍ମାଣର ଏକ ବଡ ଲକ୍ଷ୍ୟ ସହ ଯୋଡିବାକୁ ହେବ । ତେବେ ଆତ୍ମନିର୍ଭର ଭାରତ ପାଇଁ ସରକାର ବିନିର୍ମାଣ ଉପରେ ଜୋର ଦେଉଛନ୍ତି । ବିନିର୍ମାଣ କ୍ଷେତ୍ରକୁ ଗତି ଦେବା ପାଇଁ ପ୍ରୋତ୍ସାହନ ଦିଆଯାଉଛି । ଏଥିସହ ସେ ଉଦ୍ୟୋଗ ଜଗତକୁ ସର୍ବଶ୍ରେଷ୍ଠ ଟେକନିକ ଆପଣାଇବାକୁ ଆହ୍ବାନ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.