ନୂଆଦିଲ୍ଲୀ: ଭାରତ ସହ ଶୀଘ୍ର ବେପାର ବୁଝାମଣା କରିବ ଆମେରିକା । ଏହା ପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ମଜବୁତ ହେବ । ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ସ୍ପଷ୍ଟ କରିଛନ୍ତି ।
ସମ୍ବାଦଦାତାଙ୍କୁ ସୂଚନା ଦେଇ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ‘ ଆମେ ଏହା ଉପରେ ଗୁରୁତ୍ବରୋପ କରୁଛୁ । ମୋତେ ଲାଗୁଛି କି ଶୀଘ୍ର ବେପାର ବୁଝମଣା ହୋଇଯିବ। ’
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘର ଅଧିବେଶନରେ ଟ୍ରମ୍ପଙ୍କ ସହ ସାକ୍ଷାତ କରିଥିଲେ । ଏହା ମଧ୍ୟରେ ଦୁଇ ନେତାଙ୍କ ଭିତରେ ଦ୍ବିପାକ୍ଷିକ ସମ୍ବନ୍ଧ ନେଇ ଚର୍ଚ୍ଚା ହୋଇଥିଲା । ତେବେ ଉଭୟ ଦେଶ ବେପାର ବୁଝାମଣା ପାଇଁ କଥାବାର୍ତ୍ତା ହୋଇ ବହୁ ଜଟିଳ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରୁଛନ୍ତି।