ETV Bharat / business

4ଦିନ ବ୍ୟାଙ୍କ ବନ୍ଦ ! - ବ୍ୟାଙ୍କ ଧର୍ମଘଟ

ପୂଜା ପୂର୍ବରୁ 2ଦିନିଆ ଧର୍ମଘଟ କରିବ 4 ବ୍ୟାଙ୍କ ଅଫିସର ସଂଘ । ବ୍ୟାଙ୍କ ମିଶ୍ରଣ ବିରୋଧ ଓ ଦରମା ବୃଦ୍ଧି ସହ 9 ଦଫା ଦାବି ନେଇ ଆସନ୍ତା 26 ଓ 27ରେ ଏହି ଧର୍ମଘଟ ହେବେ ।

ପ୍ରତିକାତ୍ମକ ଫଟୋ
author img

By

Published : Sep 13, 2019, 3:35 PM IST

କୋଲକତା: ବ୍ୟାଙ୍କ ମିଶ୍ରଣ ବିରୋଧରେ 4 ବ୍ୟାଙ୍କ ଅଫିସର ସଂଘର 2ଦିନିଆ ଦେଶବ୍ୟାପr ଧର୍ମଘଟ । ଦରମା ବୃଦ୍ଧି ସହ 9 ଦଫା ଦାବି ନେଇ ଆସନ୍ତା 26 ଓ 27ରେ ଧର୍ମଘଟ ହେବ । ଏହା ପରେ 28 ତାରିଖ ମାସର ଚତୁର୍ଥ ଶନିବାର ଓ ରବିବାର ସ୍ବାଭାବିକ ଛୁଟି ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ । ଏସବୁକୁ ମିଶାଇଲେ 4ଦିନ ବ୍ୟାଙ୍କ କାମ ବନ୍ଦ ରହିବ ।

‘ସରକାରଙ୍କ ବ୍ୟାଙ୍କ ମିଶ୍ରଣ ଗ୍ରହଣୀୟ ନୁହେଁ । କେବଳ 2ଟି ବାଲାନ୍ସ ସିଟକୁ ଏକତ୍ର କରି ବ୍ୟାଙ୍କଗୁଡିକର ବାଲାନ୍ସ ସିଟ ମଜବୁତ କରାଯାଇପାରିବ ନାହିଁ । ଏହାକୁ ଘୋର ବିରୋଧ କରାଯାଉଛି ବୋଲି 4 ସଂଘ ପକ୍ଷରୁ ବିବୃତ୍ତି ଦିଆଯାଉଛି । ଏ ନେଇ ଯଦି ସରକାର କିଛି ବିଚାର ନ କରନ୍ତି ତେବ ନଭେମ୍ବର ଦ୍ବିତୀୟ ସପ୍ତାହରେ ଅନିର୍ଦ୍ଦିଷ୍ଟକାଳ ପାଇଁ ଆନ୍ଦୋଳନ କରିବାକୁ ସଂଘ ଧମକ ଦେଇଛି ।

ପ୍ରକାଶ ଥାଉ ଯେ, 10ଟି ରାଷ୍ଟ୍ରାୟତ ବ୍ୟାଙ୍କର ମିଶ୍ରଣ କରି 4 ବୃହତ୍ତ ବ୍ୟାଙ୍କ ସୃଷ୍ଟି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ । ହେଲେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫରେନ୍ସ, ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏସନ, ଇଣ୍ଡିଆନ ନ୍ୟାସନାଲ ବ୍ୟାଙ୍କ ଅଫିସର୍ସ କଂଗ୍ରେସ ଏବଂ ନ୍ୟାସନାଲ ଅର୍ଗନାଇଜେସନ ଅଫ ବ୍ୟାଙ୍କ ଅଫିସର ପକ୍ଷରୁ ଆନ୍ଦୋଳନ କରାଯିବ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.