ETV Bharat / business

ଜିଏସି କ୍ଷତିପୂରଣ ନ ମିଳିଲେ, 3.4 ଲକ୍ଷ କୋଟି ଖର୍ଚ୍ଚ କମାଇପାରନ୍ତି ରାଜ୍ୟ

author img

By

Published : Sep 12, 2020, 12:54 PM IST

ଜିଏସଟି କ୍ଷତିପୂରଣ ନେଇ କେନ୍ଦ୍ର ସରକାର ରାଜ୍ୟକୁ 2ଟି ବିକଳ୍ପ ଦେଇଛନ୍ତି । ଗୋଟିଏ ହେଉଛି କେନ୍ଦ୍ର ସରକାର ଋଣ କରି ରାଜ୍ୟକୁ କ୍ଷତିପୂରଣ ଦେବେ ଅନ୍ୟଟି ରାଜ୍ୟ ନିଜେ କେନ୍ଦ୍ର ଠାରୁ ଋଣ ନେଇ ଖର୍ଚ୍ଚ ତୁଲାଇବେ । ଅଧିକ ପଢନ୍ତୁ..

States may need to cut spending by up to Rs 3.4 lakh cr due to GST shortfall this fiscal

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ଦ୍ରବ୍ୟ ଓ ସେବା କର (ଜିଏସଟି) ବାବଦରେ ଯଦି ପୂରା କ୍ଷତିପୂରଣ ମିଳେ ନାହିଁ, ତେବେ ରାଜ୍ୟଗୁଡିକ ଗୁରୁତ୍ବପୂର୍ଣ୍ଣ ଖର୍ଚ୍ଚକୁ କାଟିବାକୁ ହେବ । ଏହି ହିସାବରେ ରାଜ୍ୟଗୁଡିକ 3.4 ଲକ୍ଷ କୋଟି ଟଙ୍କା ବ୍ୟୟ ହ୍ରାସ କରିପାରନ୍ତି ବୋଲି ରେଟିଂ ଏଜେନ୍ସି ଇକ୍ରା ଅନୁମାନ କରିଛି ।

କେବଳ ଖର୍ଚ୍ଚରେ କାଟଝାଣ୍ଟ ନୁହେଁ, ଏଥିସହ ରାଜ୍ୟର ଆର୍ଥିକ ନିଅଣ୍ଟ ମୋଟ ଜିଏସଡିପିର 4.25 ରୁ 5.5 ପ୍ରତିଶତରେ ରହିପାରେ ବୋଲି ଅନୁମାନ କରାଯାଇଛି । ଚଳିତ ଆର୍ଥିକ ବର୍ଷ କେନ୍ଦ୍ର ସରକାର ରାଜ୍ୟ ଗୁଡିକୁ 3 ଲକ୍ଷ କୋଟି ଟଙ୍କାର ଜିଏସଟି କ୍ଷତିପୂରଣ ଦେଇପାରନ୍ତି । ସେଥିରୁ 65 ହଜାର କୋଟି ଟଙ୍କା ସେସରୁ ମିଳିବାକୁ ଥିବା ରାଜସ୍ବରୁ ଦିଆଯାଇପାରେ । ଏପରି ସ୍ଥିତିରେ ଚଳିତ ଆର୍ଥିକ ବର୍ଷ 2.45 ଲକ୍ଷ କୋଟି ଟଙ୍କାର ସର୍ଟଫଲ ହେବା ଅନୁମାନ ପ୍ରକାଶ ପାଇଛି । ଏହାର ଓଲଟା ଇକ୍ରା କହିଛି କି ଜିଏସଟି କ୍ଷତିପୂରଣ ଓ ସେସ ସଂଗ୍ରହ ସରକାରୀ ଅନୁମାନ ଠାରୁ ଅଧିକ ହୋଇପାରେ । ଇକ୍ରା ଅନୁସାରେ ଏହା 2.92 ଲକ୍ଷ କୋଟି ଟଙ୍କାର ହୋଇପାରେ ।

ତେବେ ଜିଏସଟି କ୍ଷତିପୂରଣ ନେଇ କେନ୍ଦ୍ର ସରକାର ରାଜ୍ୟକୁ 2ଟି ବିକଳ୍ପ ଦେଇଛନ୍ତି । ଗୋଟିଏ ହେଉଛି କେନ୍ଦ୍ର ସରକାର ଋଣ କରି ରାଜ୍ୟକୁ କ୍ଷତିପୂରଣ ଦେବେ ଅନ୍ୟଟି ରାଜ୍ୟ ନିଜେ କେନ୍ଦ୍ର ଠାରୁ ଋଣ ନେଇ ଖର୍ଚ୍ଚ ତୁଲାଇବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.