ETV Bharat / business

ବିଜନେସ 2019: ସ୍ଥାୟୀ ଉପଭୋକ୍ତାଙ୍କ ଉଦ୍ୟୋଗରେ ଅଭିବୃଦ୍ଧି

author img

By

Published : Dec 28, 2019, 1:54 AM IST

2019 ବର୍ଷ ସ୍ଥାୟୀ ଉପଭୋକ୍ତା ଉଦ୍ୟୋଗ ପାଇଁ ଭଲ ରହିଥିଲେ ସୁଦ୍ଧା, ମାନ୍ଦାବସ୍ଥା ଚାପରେ ଆଗାମୀ ଦିନରେ ସ୍ଥିତି ଦୁର୍ବଳ ନେଇ ସମ୍ଭାବନା ରହିଛି ।

Consumer durable industry clocks growth, slowdown a threat for next year
ବିଜନେସ 2019: ସ୍ଥାୟୀ ଉପଭେକ୍ତାଙ୍କ ଉଦୌଗରେ ଅଭିବୃଦ୍ଧି

ନୂଆଦିଲ୍ଲୀ: ମୋଟାମୋଟି ଭାବେ 2019 ସ୍ଥାୟୀ ଉପଭୋକ୍ତା ପାଇଁ ଭଲ ରହିଛି । ଅଭିବୃଦ୍ଧି ଦୃଷ୍ଟିରୁ ପାଖାପାଖି 2 ବର୍ଷ ସ୍ଥିର( ଅପରିବର୍ତ୍ତିତ) ରହିବା ପରେ ଏ ବର୍ଷ ଏହି ସେକ୍ଟର ଉପରମୁହାଁ ହୋଇଛି । ତେବେ ବର୍ତ୍ତମାନର ମାନ୍ଦାବସ୍ଥାକୁ ଦେଖିଲେ ଆଗାମୀ ବର୍ଷ ଚ୍ୟାଲେଞ୍ଜିଂ ରହିବା ସମ୍ଭାବନା ଅଧିକ ।

2018-19 ସ୍ଥାୟୀ ଉପଭୋକ୍ତା କ୍ଷେତ୍ର ପାଖାପାଖି 76,400 କୋଟି ଟଙ୍କାର ଥିଲା । 2019ରେ ଏହା 10 ପ୍ରତିଶତ ବୃଦ୍ଧି ହୋଇଛି । ଏହାର କାରଣ ହେଉଛି ଅଧିକ ଗରମ ଭିତରେ ଏସି ଓ ଫ୍ରିଜ ଭଳି ଉତ୍ପାଦର ଚାହିଦା ଅଧିକ ବୃଦ୍ଧି ହୋଇଛି । ଉଦ୍ୟୋଗ ଆଗରେ ଟେଲିଭିଜନ ପ୍ୟାନେଲ ଓ ମାଇକ୍ରୋୱେବ ଭଳି ଉତ୍ପାଦ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ରହିଛି । 2019ରେ ଏହି କ୍ଷେତ୍ରରେ ଭଲ ପ୍ରଦର୍ଶନ ରହିନଥିଲା ।

ତେବେ କଞ୍ଜୁମର ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆପ୍ଲାଏନ୍ସେସ ମ୍ୟାନୁଫେକ୍ଚର୍ସ ଆସୋସିଏସନ(ସିଇଏଏମଏ)ର ଆଶା ରହିଛି ଯେ, ଆସନ୍ତା ବର୍ଷ ମଧ୍ୟ ଦ୍ରବ୍ୟକୁ ଥଣ୍ଡା ରଖୁଥିବା ଉତ୍ପାଦର ଚାହିଦା ମଧ୍ୟ ବଢିବା ଆଶା ରହିଛି ।

ସିଇଏଏଏମଏର ଅଧ୍ୟକ୍ଷ ଓ ଗୋରଦେଜ ଆପ୍ଲେଏନ୍ସସ ବିଜନେସର ପ୍ରମୁଖ ତଥା କାର୍ଯ୍ୟକାରୀ ଉପାଦକ୍ଷ କମଳ ନନ୍ଦୀ ପିଟିଆଇକୁ କହିଛନ୍ତି ଯେ, ‘‘ ବର୍ତ୍ତମାନର ଅନୁମାନକୁ ଦେଖିବାକୁ ଗଲେ 2020ରେ ଭଲ ଅଭିବୃଦ୍ଧି ସମ୍ଭାବନା ନାହିଁ । କିନ୍ତୁ ଏଥିରେ ଜଳବାୟୁ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ । ଅଧିକ ଅବଧି ଧରି ଖରା ରହିଲେ କୁଲିଂ ରଖୁଥିବା ସାମଗ୍ରୀ(ପ୍ରିଜ, ଏସି, କୁଲର, ଫ୍ୟାନ)ର ଚାହିଦା ବୃଦ୍ଧି ପାଇବ ।

ସ୍ଥାୟୀ ଉପଭୋକ୍ତା ଉଦ୍ୟୋଗକୁ 2019ରେ ଟି ବି ପ୍ୟାନେଲ ପାଇଁ ସୀମା ଶୁଳ୍କରେ ରିହାତି ସମେତ ଅନ୍ୟ ପଦକ୍ଷେପ ଯୋଗୁଁ ବହୁ ପ୍ରୋତ୍ସାହନ ମିଳଛି । କମ୍ପାନୀଙ୍କ କହିବା ଅନୁଯାୟୀ, ସ୍ଥାନୀୟ ସ୍ତରରେ ତିଆରି ବିଭିନ୍ନ ସରଞ୍ଜାମ, ପାର୍ଟକର ଯୋଗଦାନ ବଢିଲେ ମେକ ଇଣ୍ଡିଆକୁ ଗତି ମିଳିବ ।

ଏଥିସହ ସେମାନେ କହିଛନ୍ତି ଯେ, ‘‘ ଗତ 5 ବର୍ଷରେ ନିର୍ମାଣକାରୀମାନେ ପାଖାପାଖି 7500 କୋଟି ଟଙ୍କାର ନିବେଶ କରିଛନ୍ତି । ଏହି ନିବେଶ ମୁଖ୍ୟତଃ କ୍ଷମତା ବିସ୍ତାର ଓ ନୂଆ କ୍ଷମତାର ବିକାଶ ପାଇଁ କରାଯାଇଛି । ଆଗକୁ ମଧ୍ୟ ଏହି ଧାରା ଜାରି ରହିବ ।

ପ୍ରକାଶ ଯେ, ବର୍ତ୍ତମାନ ସମୟରେ ଉପକରଣ ଓ ଉପଭୋକ୍ତା ଇଲେକ୍ଟ୍ରୋନିକ୍ସରେ ସ୍ଥାନୀୟ ଉତ୍ପାଦର ଉପଯୋଗ ହାରାହାରି 50ରୁ 55 ପ୍ରତିଶତ ରହିଛି । ଏଲଇଡି ଇଲେକ୍ଟ୍ରୋନିକ୍ସ ଇଣ୍ଡିଆର ଉପାଧ୍ୟକ୍ଷ ବିଜୟ ବାବୁ କହିଛନ୍ତି ଯେ, ଦକ୍ଷିଣ କୋରିଆର କମ୍ପାନୀ ନିଜ ଉତ୍ପାଦରେ ସ୍ଥାନୀୟ ପାର୍ଟର ଉପଯୋଗକୁ ବଢାଉଛି । କମ୍ପାନୀ ଏସି, ମାଇକ୍ରୋୱେବ, ୱାସିଂ ମେସିନ ଭଳି ଉତ୍ପାଦରେ ପୂର୍ଣ୍ଣ ରୂପରେ ସ୍ଥାନୀୟ ଉତ୍ପାଦର ଉପଯୋଗ କରୁଛି ।

ଉଦ୍ୟୋଗ ପ୍ରଦର୍ଶନ ନେଇ ନନ୍ଦୀ ସୂଚନା ଦେଇଛନ୍ତି ଯେ, ଏସି, ଫ୍ରିଜ ଭଳି ଉତ୍ପାଦ ଚାହିଦା 2019ର ପ୍ରଥମ ଛଅମାସରେ ଭଲ ରହିଛି । କିନ୍ତୁ ଦ୍ବିତୀୟ ଛଅମାସରେ ଏହା ଦୁର୍ବଳ ହୋଇପଡିଛି । ଚଳିତ ବର୍ଷ ଉଦ୍ୟୋଗ 9ରୁ 10 ପ୍ରତିଶତ ବୃଦ୍ଧି ନେଇ ଆଶା ରହିଛି । ତେବେ ଦେଶର ବିଭିନ୍ନ ଚାହିଦାରେ ବାତ୍ୟା ଓ ଅନ୍ୟ ଦୁର୍ବଳ ସ୍ଥିତି 2019 ଅର୍ଥନୀତିକୁ ପ୍ରଭାବିତ କରିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.