ETV Bharat / business

ନୂଆ ଢାଞ୍ଚାରେ ଆସିବ ଜିଏସଟି, କାଲି ପ୍ରଥମ ସମୀକ୍ଷା ବୈଠକ - ଜିଏସଟି ନବକଳେବର

ମଙ୍ଗଳବାର ବସିବ ସରକାରଙ୍କ ଉଚ୍ଚସ୍ତରୀୟ ଜିଏସଟି ପ୍ୟାନେଲର ସ୍ବଚନ୍ତ୍ର ବୈଠକ । ଜିଏସଟି ଆଦାୟ ବୃଦ୍ଧି, କର ଚୋରିକୁ ରୋକିବା ଏହି କମିଟିର ମୁଖ୍ୟ ମୁଦ୍ଦା ରହିଛି । ଏଥିସହ ସବୁ ଦିଗକୁ ପରିଖି ପୁଣି ଥରେ ଜିଏସଟି ପ୍ରଣାଳୀରେ ପରିବର୍ତ୍ତନ କରାଯିବା ନେଇ ଯୋଜନା ରହିଛି ।

ପ୍ରତିକାତ୍ମକ ଫଟୋ
author img

By

Published : Oct 14, 2019, 5:36 PM IST

ନୂଆଦିଲ୍ଲୀ: ଦ୍ରବ୍ୟ ଓ ସେବା କର (ଜିଏସଟି) ଆଦାୟ ବୃଦ୍ଧି ପାଇଁ ଲାଗିପଡିଛନ୍ତି ସରକାର । ଏଥିପାଇଁ କେନ୍ଦ୍ର ଓ ରାଜ୍ୟର 12 ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ହୋଇଛି ଏକ ଉଚ୍ଚସ୍ତରୀୟ ପ୍ୟାନେଲ । ମଙ୍ଗଳବାର ଏହି କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ ।

ଜିଏସଟି ଲାଗୁର 2 ବର୍ଷ ପରେ ସ୍ଥିତି କିପରି ରହିଛି ? ସେ ନେଇ ଆମୂଳ ଚୂଳ ସମୀକ୍ଷା ପାଇଁ କେନ୍ଦ୍ର ପକ୍ଷରୁ ଏହି ପ୍ୟନେଲର ଗଠନ କରାଯାଇଥିଲା । ଜିଏସଟି ସଂଗ୍ରହ ବୃଦ୍ଧି ଓ କର ଠକେଇକୁ ରୋକିବା ଲାଗି ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।

ଅଧିକ ପଢନ୍ତୁ, ଜିଏସଟିର ହେବ ନବକଳେବର, ବଦଳିପାରେ ପଦ୍ଧତି

ପ୍ରକାଶ ଯେ, ସେପ୍ଟମ୍ବରରେ ଜିଏସଟି ଆଦାୟ ମାତ୍ର 91,916 କୋଟି ରହିଥିଲା । ଯାହାକି 19 ମାସର ସର୍ବନିମ୍ନ । କେବଳ ଗତ ମାସ ନୁହେଁ ଅଗଷ୍ଟରେ ମଧ୍ୟ ଜିଏସଟି ଆଦାୟ ବ୍ୟାପକ ବ୍ୟବଧାନରେ କମିଥିଲା । ଯେଉଁଥିପାଇଁ ରାଜକୋଷୀୟ ଘାଟା ମଧ୍ୟ ବୃଦ୍ଧି ପାଉଛି । ଫଳରେ ଅର୍ଥବ୍ୟବସ୍ଥା ଧିମେଇବାରେ ଲାଗୁଛି ।

ଏ ନେଇ ଜିଏସଟି ପରିଷଦର ସ୍ବତନ୍ତ୍ର ସେକ୍ରେଟେରୀ ରାଜୀବ ରାଜନ କହିଛନ୍ତି ଯେ, ଆସନ୍ତାକାଲି (ମଙ୍ଗଳବାର) ଏହି ପ୍ୟାନେଲର ପ୍ରଥମ ବୈଠକ ପରେ ରିପୋର୍ଟ ଜମା କରିବାକୁ 15 ଦିନ ସମୟ ଦିଆଯିବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.