ନୂଆଦିଲ୍ଲୀ: ‘ଆତ୍ମନିର୍ଭର ଭାରତ’ଅଧିନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ତୃତୀୟ ପ୍ୟାକେଜ ଉପରେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ପି ଚିଦାମ୍ବରମ । ଏହି ବଜେଟକୁ ସ୍ପଷ୍ଟ କରିବା ପାଇଁ ସେ ଦାବି ଉଠାଇଛନ୍ତି ।
ଚିଦାମ୍ବରମ କହିଛନ୍ତି, ‘‘ଦୟାକରି ଅର୍ଥମନ୍ତ୍ରୀ ସ୍ପଷ୍ଟ କରନ୍ତୁ କି, ସେ ଗତକାଲି (ଶୁକ୍ରବାର) ଘୋଷଣା କରିଥିବା ଟଙ୍କା (500 କୋଟି ଏବଂ 13,343 କୋଟି) ବ୍ୟୟ ବଜେଟରେ ଅନ୍ତର୍ଭୁକ୍ତ କରିଛନ୍ତି ନା ଏହା ଅତିରିକ୍ତ ରାଶି ଅଟେ ।
ମହୁମାଛି ପାଳନ ଯୋଜାନା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ବ୍ୟୟବଜେଟ 2020-21 ପୂର୍ବରୁ ହିଁ ଜାତୀୟ ଉଦ୍ୟାନ ମିଶନ ଅଧୀନରେ ମହୁମାଛି ରଖିବା ପାଇଁ 2,400 କୋଟି ଟଙ୍କା ଆବଣ୍ଟନ କରାଯାଇଛି ।
ସେ କହିଛନ୍ତି ଯେ, ଏଭଳି ଭାବେ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧିନରେ ଗୋଡ ଓ ମୁହଁ ରୋଗ ଲଢେଇ ପୂର୍ବରୁ ହିଁ ଆରମ୍ଭ ହୋଇଯାଇଛି । ଯେଉଁଥିରେ 5 ବର୍ଷ ପାଇଁ 13,343 କୋଟି ଟଙ୍କାର ବ୍ୟୟ ଓ 2020-21ରେ 1300 କୋଟି ଟଙ୍କାର ଆବଣ୍ଟନ କରାଯାଇଛି ।
ସୀତାରମଣ ଶୁକ୍ରବାର ଘୋଷଣା କରିଛନ୍ତି ଯେ, କୃଷି କ୍ଷେତ୍ର ପାଇଁ ଗୋଦାମ ଓ ଶୀତଳ ଭଣ୍ଡାର କରିବା ପାଇଁ 1 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହା ବ୍ୟତିତ ସେ ମତ୍ସ୍ୟପାଳନ, ମହୁମାଛି ପାଳନ, ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହନ, ପଶୁପାଳନ ଆଦି ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ଦେଇ ଆର୍ଥିକ ପ୍ୟାକେଜର ଘୋଷଣା କରିଛନ୍ତି ।