ETV Bharat / business

ଆସନ୍ତା 6ରେ ଓପେକ ପ୍ଲସ ଦେଶମାନଙ୍କ ବୈଠକ

author img

By

Published : Apr 3, 2020, 5:48 PM IST

ଋଷ ସହ ପ୍ରାଇସ ୱାର ଚଲାଇଥିବା ସାଉଦି ଆରବ ଏବେ କହୁଛି କି, ସେ ଅଶୋଧିତ ବଜାରରେ ସ୍ଥିରତା ଆଣିବାକୁ ଚାହୁଁଛି । ଅଧିକ ପଢନ୍ତୁ

opec plus countries meeting on april 6
ଆସନ୍ତା 6ରେ ଓପେକ ପ୍ଲସ ଦେଶର ବୈଠକ

ଭିଏନା: ଆସନ୍ତା 6 ରେ ପେଟ୍ରୋଲିଅମ ରପ୍ତାନୀକାରୀ ସଂଗଠନ ବୈଠକ । ଅଶୋଧିତ ତୈଳ ଉତ୍ପାଦକ ତଥା ରପ୍ତାନି କରୁଥିବା ପ୍ରମୁଖ ଦେଶର ମଞ୍ଚ ଓପେକ ଓ ରୁଷର ନେତୃତ୍ବଧୀନ ଅନ୍ୟ ପ୍ରମୁଖ ଖଣିଜ ତୈଳ ଉତ୍ପାଦକ ଦେଶର ଫୋରମ ପକ୍ଷରୁ ଏହି ବୈଠକ ହେବ ।

ଓପେକ ସହ ଜଡିତ ଏକ ସୂତ୍ର ସୂଚନା ଦେଇଛି ଯେ ଏହି ବୈଠକ ଭିଡିଓ କନଫ୍ରେନ୍ସିଂ ଜରିଆରେ ହେବ । ଦୁନିଆର ପ୍ରମୁଖ ଅଶୋଧିତ ତୈଳ ଉତ୍ପାଦତ ସାଉଦି ଆରବ ଗୁରୁବାର ଓପେକ ଓ ଅନ୍ୟ ପ୍ରମୁଖ ତୈଳ ରପ୍ତାନୀକାରୀ ଦେଶର ବୈଠକ ଆହ୍ବାନ ଦେଇ ସମସ୍ତଙ୍କ ଚକିତ କରିଦେଇଛି ।

ଋଷ ସହ ପ୍ରାଇସ ୱାର ଚଲାଇଥିବା ସାଉଦି ଆରବ ଏବେ କହୁଛି କି , ସେ ଅଶୋଧିତ ବଜାରରେ ସ୍ଥିରତା ଆଣିବାକୁ ଚାହୁଁଛି । ପ୍ରକାଶ ଯେ, ସମଗ୍ର ବିଶ୍ବରେ କୋରୋନା ଭାଇରସ ସଂକ୍ରମଣ ଭୟରେ ଆର୍ଥିକ ଗତିବିଧି ସଙ୍କୁଚିତ ହୋଇପଡିଛ । ଯେଉଥିପାଇଁ ଅଶୋଧିତ ତୈଳ ଚାହିଦା ଭାରୀ ମାତ୍ରାରେ ହ୍ରାସ ପାଉଛି । ଓପେକ ପ୍ଲସ ହେଉଛି ପେଟ୍ରୋଲିୟ ରପ୍ତାନି ଦେଶର ସଂସ୍ଥା । ଏଥିରେ ବିଶ୍ବର 15ଟି ଦେଶ ସଦସ୍ୟ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.