ତେଲ ଉପରେ ନିର୍ଭର ଦେଶର ଅର୍ଥନୀତି । ବିନା ପେଟ୍ରୋଲ-ଡିଜେଲରେ ଯାତାୟତଠୁ କାରବାର ସବୁ ବନ୍ଦ । ବିଶ୍ବ ଅଭିବୃଦ୍ଧିରେ ମଧ୍ୟ ତୈଳ ଦରଦାମରେ ସ୍ଥିରତା ଅତ୍ୟାବଶ୍ୟକ। ଏଇଥିପାଇଁ ତ ତେଲ ମହଙ୍ଗା ହେଲେ ଅର୍ଥବ୍ୟବସ୍ଥା ଦୋହଲି ପଡୁଛି। ଏପଟେ କିନ୍ତୁ ଭାରତ ତାର ଅଶୋଧିତ ତୈଳ ଚାହିଦାର 80 ପ୍ରତିଶତ ଆମଦାନୀ ଉପରେ ନିର୍ଭରଶୀଳ । ଏପରି ସମୟରେ ସ୍ଥିର ଦାମରେ ଅଶୋଧିତ ତୈଳ ଆମଦାନୀ ପାଇଁ ଦରକାର ଏକ ବିଶ୍ବାସନୀୟ ସ୍ରୋତ। ଆଉ ଏହି ସନ୍ଧାନର ପ୍ରଥମ ଫୋକସରେ ଦୁନିଆର ସବୁଠୁ ବଡ଼ ତୈଳ ରପ୍ତାନୀକାରୀ ଦେଶ ସାଉଦି ଆରବ।
ଭାରତର ଉର୍ଜା ଚାହିଦା ପୂରଣ ପାଇଁ ସାଉଦି ଆରବର ଭୂମିକା ଭରସାଯୋଗ୍ୟ ହୋଇପାରିବ । କାରଣ ଆମେରିକା ତେଲ ପାଇଁ ଆତ୍ମନିର୍ଭରଶୀଳ । ହେଲେ ଭାରତ ଓ ଚୀନ ଅଶୋଧିତ ତେଲ ଆମଦାନୀରେ ପ୍ରଥମ ଲିଷ୍ଟରେ ରହିବେ।
ଇରାନ ପରେ ଭାରତର ତେଲ ଚାହିଦା ସାଉଦି ଆରବ ପୂରଣ କରୁଛି । ଗତ ଆର୍ଥିକ ବର୍ଷ (2018-19)ରେ ସାଉଦି ଆରବ ଭାରତକୁ 4.03 କୋଟି ଟନ ଅଶୋଧିତ ତୈଳ ବିକ୍ରି କରିଥିଲା । ସେହି ସମୟରେ ଭାରତର ଆମଦାନୀ 20.73 କୋଟି ଟନ ରହିଥିଲା। ଭାରତ ତାର ଅଶୋଧିତ ତୈଳ ଚାହିଦାର18 ପ୍ରତିଶତ ସାଉଦି ଅରବରୁ ଆମଦାନୀ କରିଥାଏ । ରିପୋର୍ଟ ମୁତାବକ, ପ୍ରତି ମାସରେ ଭାରତ ସାଉଦ ଆରବ ଠାରୁ ପାଖାପାଖୀ 200,000 ଟନ ଏଲପିଜି କିଣିଥାଏ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2ଦିନିଆ ସାଉଦି ଆରବ ଗସ୍ତ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର କରିଥିଲେ । ଯାହାକି 2 ଦେଶ ଭିତରେ ଶକ୍ତି ସମ୍ବନ୍ଧକୁ ଏକ ନୂଆ ଶିଖରରେ ପହଞ୍ଚିବ। ଏହି ଧାରାରେ ଭାରତ ଓ ସାଉଦି ଆରବ ମଧ୍ୟରେ କ୍ରୟ-ବିକ୍ରୟ ସମ୍ବନ୍ଧ ଆହୁରି ଘନିଷ୍ଠ କରିବାକୁ ରଣନୀତି ତିଆରି ହେଉଛି । ଏହି କ୍ରମରେ ଇଣ୍ଡିଆନ ଷ୍ଟ୍ରାଟାଜିକ ପେଟ୍ରୋଲିୟମ ରିଜର୍ବ୍ସ ଲିମିଟେଡ ଓ ସାଉଦି ଆରମକୋ ମଧ୍ୟରେ ପ୍ରାରମ୍ଭିକ ବୁଝମଣା ହୋଇଛି। ଏହାର ପରିମାଣ ସ୍ବରୂପ କର୍ଣ୍ଣାଟକରେ ହେବାକୁ ଥିବା ଦ୍ବିତୀୟ ବୃହତ୍ତ ଇନ୍ଧନ ଭଣ୍ଡାରରେ ସାଉଦିଆରବର ବଡ ଭୂମିକା ରହିବ।
ଗତ ବର୍ଷ ଯୋଜନାବଦ୍ଧ 65 ଲକ୍ଷ ମେଟ୍ରିକ ଟନ ଅଶୋଧିତ ତୈଳ ପାଇଁ ଓଡିଶାର ଚଣ୍ଡିଖୋଲ ଓ କର୍ଣ୍ଣାଟକର ପାଣ୍ଡୁରରେ ରଣନୀତିକ ପେଟ୍ରୋଲିୟମ ରିଜର୍ଭ ନେଇ ମଞ୍ଜୁରୀ ଦିଆଯାଇଛି । ଏହା ବ୍ୟତୀତ ଆହୁରି 3ଟି ସ୍ଥାନରେ ଅଶୋଧିତ ତୈଳ ଭଣ୍ଡାର ପାଇଁ ସ୍ଥାନ ଚୟନ ହୋଇଛି।
ଅନ୍ୟ ବୁଝାମଣାରେ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡର ପଶ୍ଚିମ ଏସିଆ ୟୁନିଟ ଓ ସାଉଦି ଆରବର ‘ଅଲ ଜରୀ କମ୍ପାୀନୀ’ ମଧ୍ୟରେ ସଂଯୁକ୍ତ ଉପକ୍ରମ ପାଇଁ ଏଏମଓୟୁ ସ୍ବାକ୍ଷର ହୋଇଛି । ଯେଉଁଥିରେ ରାଜ୍ୟର ଇନ୍ଧନ ଷ୍ଟେସନ ସ୍ଥାପନ କରିବା ମଧ୍ୟ ସାମିଲ ରହିଛି ।
ସାଉଦି ଆରବର ରାଷ୍ଟ୍ରୀୟ ତେଲ କମ୍ପାନୀ, ଆରମକୋ ଓ ସଂଯୁକ୍ତ ଅରବର ଅମୀରାତ(ୟୁଏଇ)ର ରାଷ୍ଟ୍ରୀୟ ତେଲ କମ୍ପାନୀ ଆବୁଧାବୀ ନେସନାଲ ଅଏଲ କମ୍ପାନୀ ଭାରତର ପଶ୍ଚିମ ତଟରେ ସ୍ଥିତ ମହାରାଷ୍ଟ୍ରର ରାୟଗଡରେ ଏକ ରିଫାଇନାରି ସ୍ଥାପିତ କରିବାକୁ ଯୋଜନା ହୋଇଛି । ଏହାର 50 ପ୍ରତିଶତ ଭାଗୀଦାରୀ ପାଇଁ ଭାରତୀୟ ରାଜ୍ୟ ଦ୍ବାରା ସଞ୍ଚାଳିତ ସଂଘ ସହ ଏକ ତ୍ରିପାକ୍ଷୀୟ ସୌଦା କରାଯାଇଛ । ଏହାର ଦୈନିକ ଉତ୍ପାଦନ କ୍ଷମତା 1. 2ମିଲିୟନ ବ୍ୟାରେଲ ନେଇ ପୂର୍ବାନୁମାନ କରାଯାଉଛି। ଏହି ପରିଯୋଜନା ବିଶ୍ବର ସବୁଠୁ ବଡ ଗ୍ରୀନଫିଲ୍ଡ ରିଫାନାରୀ ହେବାକୁ ଯାଉଛି .
ତେଲ ଓ ଅଣ ତେଲ ଦ୍ବୀପାକ୍ଷିକ ବ୍ୟାପର 2017-18ରେ 27.48 ଡଲାର ବିଲିୟନ ଥିଲା। ଯେଉଁଥିପାଇଁ ସାଉଦି ଆରବ ଭାରତର ଚତୁର୍ଥ ବୃହତ୍ତ ବ୍ୟାପାରିକ ଭାଗୀଦାର ହୋଇଛି। ତେଲ ବ୍ୟତୀତ ଆର୍ଥିକ ସମ୍ବନ୍ଧ ମଧ୍ୟ ମଜବୁତ ରହିଛି । ସାଉଦି ଆରବରେ 26 ଲକ୍ଷ ଭାରତୀୟ ବଂଶୋଦ୍ଭବ ରୁହନ୍ତି। ଆଉ ଏମାନେ ପ୍ରତି ବର୍ଷ ଭାରତକୁ ପାଖାପାଖି 18 ହଜାର କୋଟି ଟଙ୍କା ପଠାଇଥାନ୍ତି।
ଏବେ ସାଉଦି ଆରବ ଭାରତର ତେଲ ଏବଂ ଗ୍ୟାସ ଶୋଧନ ଏବଂ ବିପଣନ (ଡାଉନଷ୍ଟ୍ରୀମ) ଯୋଜନାରେ ବିପୁଳ ନିବେଶ କରିବାକୁ ଯାଉଛି। ତେଲ, ବ୍ୟାପର, ପେଟ୍ରୋକେମିକାଲ, ଲୁବିକ୍ରେଟରେ ନିବେଶ କରିବା ଦ୍ବାରା 2 ଦେଶ ମଧ୍ୟରେ ଶକ୍ତି ସହଯୋଗ ଓ ଅଧିକ ପ୍ରୋତ୍ସାହନ ବଢିବ।
ପୂଜା ମେହରା, ଦିଲ୍ଲୀର ଜଣେ ବରିଷ୍ଠ ସାମ୍ବାଦିକା