ETV Bharat / business

ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ; କମିଲା ରାଜ୍ୟର ଅଭିବୃଦ୍ଧି ହାର

author img

By

Published : Feb 17, 2020, 1:44 PM IST

ଆସନ୍ତାକାଲି ବିଧାନସଭାରେ ବଜେଟ ଉପସ୍ଥାପନ ହେବାକୁ ଥିବାବେଳେ ଆଜି ଏହା ପୂର୍ବରୁ ପ୍ରକାଶ ପାଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର କମିଥିବା ଏଥିରୁ ଜଣାପଡିଛି ।

odisha economic survey
ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ; କମିଲା ରାଜ୍ୟର ଅଭିବୃଦ୍ଧି ହାର

ଭୁବନେଶ୍ବର: ଆସନ୍ତାକାଲି ବିଧାନସଭାରେ ବଜେଟ ଉପସ୍ଥାପନ ହେବାକୁ ଥିବାବେଳେ ଆଜି ଏହା ପୂର୍ବରୁ ପ୍ରକାଶ ପାଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର କମିଥିବା ଏଥିରୁ ଜଣାପଡିଛି ।

2018 -19ରେ ଅଭିବୃଦ୍ଧି ହାର 7.90 ପ୍ରତିଶତ ରହିଥିବାବେଳେ 2019 -20ରେ ଏହା 6.16 ରହିବ ବୋଲି ଆକଳନ କରାଯାଇଛି। କୃଷି ଉତ୍ପାଦନ ହ୍ରାସ, ବାତ୍ୟାର ପ୍ରଭାବ, ଖଣି ୱେବ 5 ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି ହାର କମିବା ମୁଖ୍ୟ କାରଣ ।

ତେବେ ଜାତୀୟ ହାର ଠାରୁ ଓଡିଶା ଉପରେ ରହିଛି। ଏହି ସମୟରେ ଜାତୀୟ ଅଭିବୃଦ୍ଧି ହାର 5 ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ସେହିପରି 2019- 20ମୁଣ୍ଡ ପିଛା ଆୟ 1 ଲକ୍ଷ 1 ହଜାର 587 ଛୁଇଁବ ବୋଲି ଆକଳନ କରାଯାଇଛି। 2018 -19ରେ ଏହା 95164 ଟଙ୍କା ଥିଲା। 2014 -15ରୁ 18 -19 ମଧ୍ୟରେ 21ଲକ୍ଷ 76ହଜାର ପକ୍କା ଘର ନିର୍ମାଣ କରାଯାଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.