ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ଭାରତୀୟ ଅର୍ଥବ୍ୟବସ୍ଥାକୁ ନେଇ ପୁନର୍ବାର ଆକଳନ ଜାରି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) । ଯେଭଳି ଭାବରେ ଅର୍ଥବ୍ୟବସ୍ଥାରେ ଅଭିବୃଦ୍ଧି ଦେଖିବାକୁ ମିଳୁଛି, ଏଥିରୁ ମୋଟ ଘରୋଇ ଉତ୍ପାଦ(GDP) ଅଭିବୃଦ୍ଧି ଅନୁମାନ ହ୍ରାସରେ କୌଣସି କାରଣ ନାହିଁ ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।
ଏପ୍ରିଲରେ ମନିଟାରୀ ପଲିସି ସମୟରେ ଚଳିତ ଆର୍ଥିକ ବର୍ଷ ଜିଡିପିରେ 10.5 ପ୍ରତିଶତ ବିକାଶ ଦର ରହିବା ନେଇ ଅନୁମାନ କରିଥିଲା ଆରବିଆଇ । ହେଲେ କୋରୋନାର ଦ୍ବିତୀୟ ଲହରୀକୁ ଦୃଷ୍ଟିରେ ରଖି ଆରବିଆଇ ଗତ ମାସ ଚଳିତ ଆର୍ଥିତ ବର୍ଷର ଜିଡିପି ବିକାଶ ହାର ଅନୁମାନ 10.5ରୁ ହ୍ରାସ କରି 9.5 ପ୍ରତିଶତ କରିଦେଇଥିଲା ।
ଗୁରୁବାର ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ଜିଡିପି ବିକାଶ ଦର ହ୍ରାସ ପଛରେ କୌଣସି କାରଣ ନାହିଁ । ତେବେ ପୁଣି ଚଳିତ ଆର୍ଥିକ ବର୍ଷରେ 10.5 ପ୍ରତିଶତ ଜିଡିପି ବିକାଶ ଦର ରହିବା ନେଇ ଭରସା ଦେଇଛନ୍ତି ଶକ୍ତିକାନ୍ତ । ତେବେ ଏହାକୁ ହ୍ରାସ କରିବା ପଛରେ କୌଣସି କାରଣ ନଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି ।
କୋରୋନାର ଦ୍ବିତୀୟ ଲହରୀର ପ୍ରଭାବ ଏବେ ଧିରେ ଧିରେ କମ ହେବାରେ ଲାଗିଛି । କୋରୋନା ପ୍ରଭାବକୁ ହ୍ରାସ କରିବା ପାଇଁ ଅର୍ଥ ବ୍ୟବସ୍ଥାରେ ଅନେକ ପଦକ୍ଷେପ ନିଆଯାଇଛି । ଏହାସହିତ ଟୀକାକରଣ କାର୍ଯ୍ୟକ୍ରମ ଗତିବୃଦ୍ଧି ଯୋଗୁଁ ଶୀଘ୍ର ସୁଧାରର ସଙ୍କେତ ମିଳୁଥିବା କହିଛନ୍ତି ଆରବିଆଇ ଗଭର୍ଣ୍ଣର ।