ETV Bharat / business

ଛଟେଇ ହେବେନି କର୍ମଚାରୀ: ବିଏସଏନଏଲ ସିଏମଡି - cmd

ଭିଏସଆର ଲାଗୁ କରି 54 ହଜାର କର୍ମଚାରୀଙ୍କୁ ଛଟେଇ କରିବା ଖବର ପ୍ରକାଶିତ ହେବା ପରେ ଏହାକୁ ଖଣ୍ଡନ କରିଛନ୍ତି ବିଏସଏନଏଲ ସିଏମଡି ଅନୁପମ ଶ୍ରୀବାସ୍ତବ।

ପ୍ରତିକାତ୍ମକ ଫଟୋ
author img

By

Published : Apr 5, 2019, 2:29 PM IST

ନୂଆଦିଲ୍ଲୀ: ସ୍ବେଚ୍ଚାକୃତ ଅବସର (ଭିଏସଆର) ଲାଗୁ କରିବା ପ୍ରକ୍ରିକୁ ବିଏସଏନ କର୍ମଚାରୀଙ୍କ କଡା ବିରୋଧ। ଚାକିରୀ କାଳ ନ ସରିବା ପୂର୍ବରୁ ଅବସର ନେବାକୁ ମନା କରିଦେଇଛନ୍ତି କର୍ମଚାରୀ । ଏପଟେ ଭିଏସଆର ଲାଗୁ କରି 54 ହଜାର କର୍ମଚାରୀଙ୍କୁ ଛଟେଇ କରିବା ଖବର ପ୍ରକାଶିତ ହେବା ପରେ ଏହାକୁ ଖଣ୍ଡନ କରିଛନ୍ତି ବିଏସଏନଏଲ ସିଏମଡି ସିଏମଡି ଅନୁପମ ଶ୍ରୀବାସ୍ତବ।

କମ୍ପାନୀ ନିୟମରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। କର୍ମଚାରୀଙ୍କୁ ଛଟେଇ ଓ ଅବସର ବୟସସୀମା ହ୍ରାସ ନେଇ କିଛି ଯୋଜନା ନିଷ୍ପତ୍ତି ନିଆଯାଇନାହିଁ । ଏ ନେଇ ଅନୁପମ ଶୀବାସ୍ତବ ଟ୍ବିଟ କରି କହିଛନ୍ତି ଯେ, ‘ ଦୂରସଞ୍ଚାର ବିଭାଗ ଓ ବିସଏନଏଲ ଦ୍ବାରା କମ୍ପାନୀରେ ପରିବର୍ତ୍ତନ କରାଯିବା ବିଚାରରେ 4ଜି ସେକ୍ଟ୍ରମ ଆବଣ୍ଟନ ଓ ଇଛୁକ କର୍ମଚାରୀଙ୍କୁ ଆକର୍ଷଣୀୟ ଭିଏସଆର ଆଦି ସମାଲ ଅଛି। ହେଲେ କାର୍ଯ୍ୟକାଳ କାଟିବା କିମ୍ବା ଚାକିରୀରୁ ବାହାର କରିବା ଆଦି ନେଇ କିଛି ଯୋଜନା ନାହିଁ।

ନ୍ୟୁଜ ଏଜେନ୍ସ, ପିଟିଆଇ ମୁତାବକ , ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ (ପିଏମଓ) ଦୂରସଞ୍ଚାର ବିଭାଗକୁ ବିଏସଏନଏଲ ଓ ଏମଟିଏନଏଲର ପୁର୍ନଃଉଦ୍ଧାର ପାଇଁ ବିସ୍ତୃତ ରୂପରେଖ ପ୍ରସ୍ତୁତ କରିବାକୁ ଜଣାଇଛି । ଯେଉଁଥିରେ 4ଜି ସେକ୍ର୍ଟମ ଆବଣ୍ଟନ, ଭିଏସଆର ମାଧ୍ୟମରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ଆଦି ସାମିଲ ରହିଛି।

ପ୍ରକାଶ ଥାଉ ଯେ, କମ୍ପାନୀର ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ସ୍ବେଚ୍ଚାକୃତ ଅବସର ଜରିଆରେ 54 ହଜାର କର୍ମଚାରୀଙ୍କୁ ଛଟେଇ କରାଯିବା ନେଇ ବୁଧବାର ଖବର ପ୍ରକାଶିତ ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି । ତେବେ ଏହି ମାମଲାରେ ପିଏମଓ ପ୍ରବେଶ କରି ସମାଧାନ କରିବା ନେଇ ଆଶା ରହିଛି।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.