ନୂଆଦିଲ୍ଲୀ: ଦୁନିଆର ପ୍ରମୁଖ ନିବେଶ କେନ୍ଦ୍ର ବା ହଟସ୍ପଟ ହୋଇପାରେ ଭାରତ । ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଶାବାଦୀ ଅଛନ୍ତି । ସୋମବାର ସୀତାରମଣ ଭାରତୀୟ ଉଦ୍ୟୋଗ ମହାସଂଘ (ସିଆଇଆଇ) ଦ୍ବାରା ଆୟୋଜିତ ଏକ ଭର୍ଚୁଆଲ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏହା କହିଛନ୍ତି । ଏଥିସହ ଦେଶରେ ଅର୍ଥନୈତିକ ସଂସ୍କାର ଜାରି ରହିଥିବା ନେଇ ଅର୍ଥମନ୍ତ୍ରୀ ଶିଳ୍ପକୁ ଆଶ୍ବସ୍ତ କରିଛନ୍ତି ।
ସେ କହିଛନ୍ତି କି ସରକାରଙ୍କ ଭାରତକୁ ନିବେଶର କେନ୍ଦ୍ର କରି ଗଢି ତୋଳିବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି । ସୁଧାର ସମ୍ବନ୍ଧରେ ଅର୍ଥମନ୍ତ୍ରୀ କହିଛନ୍ତି କି, ଏହାକୁ ଜାରି ରଖାଯିବ । ଏପରିକି ଭବିଷ୍ୟରେ ଆହୁରି କିଛି ବଡ ସୁଧାରର ମଧ୍ୟ ସଙ୍କେତ ଦେଇଛନ୍ତି ସୀତାରମଣ ।
ସୀତାରମଣ ସ୍ପଷ୍ଟ କରିଛନ୍ତି କି ଅର୍ଥନୀତି ସୁଧାରର ଗତିକୁ ବଜାୟ ରଖାଯିବ । ବଡ ସ୍ତରରେ ଆହୁରୀ କିଛି ସୁଧାର ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ।