ETV Bharat / business

ଚାଷୀଙ୍କୁ ଦୀପାବଳୀ ଭେଟି, ରବି ଫସଲର ବଢିବ ଏମଏସପି ! - Rabi MSP

ରବି ଫସଲ ପାଇଁ ଚାଷୀ ପ୍ରସ୍ତୁତ। ଜମିରେ ମଞ୍ଜି ବୁଣିବାକୁ ସଜବାଜ। ଏହା ମଧ୍ୟରେ ସରକାର ବୁଧବାର କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ କେତେକ ପ୍ରମୁଖ ଫସଲର ଏମଏସପି ବଢାଇ ସୁନିଶ୍ଚିତ କରିବେ ଅନ୍ନଦାତାଙ୍କ ଆୟ।

ପ୍ରତିକାତ୍ମକ ଫଟୋ
author img

By

Published : Oct 23, 2019, 1:51 PM IST

ନୂଆଦିଲ୍ଲୀ: ଦୀପାବଳୀ ପୂର୍ବରୁ ଚାଷୀଙ୍କୁ ସରକାର ଦେବେ ବଡ ଭେଟି । ବଢିପାରେ ସର୍ବନିମ୍ନ ସହାୟକ ମୁଲ୍ୟ(ଏମଏସପି) । ବୁଧବାର ହେବାକୁ ଥିବା କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଚଳିତ ଫସଲ ବର୍ଷ 2019-20(ଜୁଲାଇ-ଜୁନ)ରେ ଏନେଇ ନିଷ୍ପତ୍ତି ନେବା ନେଇ ସମ୍ଭାବନା ରହିଛି ।

ରବି ଫସଲ ପାଇଁ ଚାଷୀ ପ୍ରସ୍ତୁତ । ଜମିରେ ମଞ୍ଜି ବୁଣିବାକୁ ସଜବାଜ । ଏଥିମଧ୍ୟରେ ସରକାର କେତେକ ପ୍ରମୁଖ ଫସଲର ଏମଏସପି ବଢାଇ ସୁନିଶ୍ଚିତ କରିବେ ଅନ୍ନଦାତାଙ୍କ ଆୟ । ପୂର୍ବରୁ କୃଷି ଖର୍ଚ୍ଚ ଏବଂ ମୂଲ୍ୟ ଆୟୋଗ(ସିଏସପପି) ଦ୍ବାରା ରବି ଫସଲର ଏମଏସପି ବଢାଇବାକୁ ସୁପାରିସ କରାଯାଇଥିଲା । ସେବେଠାରୁ ଏହାର ଫଳାଫଳକୁ ଅପେକ୍ଷା କରାଯାଇଛି । ତେବେ ଆଉ ବିଳମ୍ବ ନୁହେଁ । ଶୀଘ୍ର ଏହି ଅପେକ୍ଷା ଶେଷ ହେବ । କାରଣ ଆଜି ଏ ସମ୍ବନ୍ଧରେ ସରକାର ଘୋଷଣା କରିବେ।

ସୂଚନା ଅନୁଯାୟୀ, ସିଏସିପି ପକ୍ଷରୁ ଚଳିତ ରବି ସିଜନରେ ଗହମର ଏମଏସପି କ୍ବିଣ୍ଟାଲ ପିଛା 1,925କୁ ବୃଦ୍ଧି କରାଯାଇଛି । ସେହିପରି କ୍ବିଣ୍ଟାଲ ପିଛା ବାର୍ଲି 1525 ଟଙ୍କା ସୋରିଷ 4,425 ଟଙ୍କା, ଚଣା 4,825 ଟଙ୍କା , ମସୁରୀ ଡାଲି 4,800 ଟଙ୍କା ଓ ସୂର୍ଯ୍ୟମୁଖୀ 5,215 ଟଙ୍କା କରିବାକୁ ସୁପାରିସ ହୋଇଛି ।

ଗତ ସିଜନରେ (2018-19)ରେ କ୍ବିଣ୍ଟାଲ ପ୍ରତି ଗହମର ଏମଏସପି 1,840 ଟଙ୍କା ଓ ବାର୍ଲି 1,440 ଥିଲା । ସେହିପରି କ୍ବିଣ୍ଟାଲ ପିଛା ଚଣା 4,620ଟଙ୍କା , ମସୁରୀ ଡାଲି 4,200 ଟଙ୍କା ଓ ସୂର୍ଯ୍ୟମୁଖୀ4,945 ଟଙ୍କା ରହିଥିଲା ।

ଏଭଳି ଭାବେ ଗହମ ଓ ବାର୍ଲିର ଏମଏସପି କ୍ବିଣ୍ଟାଲ ପିଛା 85 ଟଙ୍କା ଓ ଚଣା, ମସୁରୀ, ସୋରିଷ, ସୂର୍ଯ୍ୟମୁଖୀ ଆଦି ପ୍ରମୁଖ ରବି ଫସଲର ସର୍ବନିମ୍ନ ସହାୟକ ମୁଲ୍ୟ ଯାଥାକ୍ରମେ 205, 325 , 225 ଏବଂ 270 ବଢାଇବାକୁ ଅପିଲ ହୋଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.