ନୂଆଦିଲ୍ଲୀ: ସମସ୍ୟା ଭାର ତଳେ ଦବିପଡିଥିବା ଘରୋଇ ବିମାନ କମ୍ପାନୀ ଜେଟ ଏୟାରୱେଜକୁ ସାମନ୍ୟ ଆଶ୍ବସ୍ତି। କାର୍ଯ୍ୟରେ ଯୋଗ ଦେବାକୁ ରାଜିହୋଇଛନ୍ତି ପାଇଲଟ ସଙ୍ଗଠନ ନ୍ୟାସନାଲ ଏବିୟଟର୍ସ ଗିଲ୍ଡ (ଏନଏଜୀ) । କମ୍ପାନୀର ସ୍ଥିତିକୁ ବୁଝିପାରି ଆସନ୍ତା କିଛି ସମୟ ପାଇଁ ନିଜ ଜିଦ୍ରୁ ପାଇଲଟମାନେ ଓହରିଛନ୍ତି ।
ସୋମବାର ଋଣଦାତାଙ୍କ ସହ ଏୟାରଲାଇନ ପ୍ରବନ୍ଧନଙ୍କ ବୈଠକ ହେବାକୁ ଯାଉଛି ! ଆଉ ଏପରି ଘଡିସନ୍ଧି ମୁହୁର୍ତ୍ତରେ ପାଇଲଟଙ୍କ ‘ବେତନ ନାହଁ ତ କାମ ନାହିଁ’ନିଷ୍ପତ୍ତି ଟଳିବା ଯୋଗୁଁ କମ୍ପାନୀ ସଙ୍କଟ ଆଶିଂକ ଭାବେ କମିଥିବା ନଜର ଆସିଛି। ପ୍ରକାଶ ଥାଉ ଯେ, ଗିଲ୍ଡ ସହ ଜଡିତ ପାଖାପାଖି 1100 ପାଇଲଟ ବକେୟା ଟଙ୍କା ନ ମିଳିବା ପର୍ଯ୍ୟନ୍ତ ବିମାନ ଉଡାଇବେ ନାହିଁ ବୋଲି ରୋକଠୋକ ମନା କରିଦେଇଥିଲେ । ଆଉ ଏହା ଆଜିଠାରୁ ଲାଗୁ ହେବାକୁ ଯାଉଥିଲା । ଜେଟର ପାଇଲଟ, ମ୍ୟାନେଜର, ଇଞ୍ଜିନିୟର ବିଗତ 3 ମାସ ପର୍ଯ୍ୟନ୍ତ ପାଇନାହାନ୍ତି।
ହେଲେ ଏୟାରଲାଇନ ପ୍ରବନ୍ଧନ ଓ ଋଣଦାତା ଏସବିଆଇ ସହ ଏକ ଗୁରୁତ୍ବପୂର୍ଣ୍ଣ ବୈଠକକୁ ନଜରରେ ରଖି ପାଇଲଟ ସଂଘ ନିଜ ନିଷ୍ପତ୍ତି ଉପରେ ରୋକ ଲଗାଇଛି । ଫଳରେ କମ୍ପାନୀକୁ ପୁର୍ଣ୍ଣଜୀବିତ ହେବାକୁ ଏକ ନୂଆ କିରଣ ନଜର ଆସିଛି ।
ଗତ କିଛି ଦିନ ଧରି ଜେଟ ଏୟାରୱେଜର ସାଂଘାତିକ ସ୍ଥିତି ମଧ୍ୟ ଦେଇ ଗତି କରୁଛି । ଯେଉଁଥିପାଇଁ 123 ମଧ୍ୟରୁ ମାତ୍ର 7ଟି ବିମାନ ଉଡାଣ ଭରୁଛି । ଏପେଟ ଘଡିକୁ ଘଡି ଋଣଦାତାଙ୍କ ଆଲାର୍ଟ, ପାଇଲଟଙ୍କ ଧମକ , ସରକାରଙ୍କ କଟକଣା ଆଦି ମଧ୍ୟରେ ରେ କମ୍ପାନୀ ଅତିଷ୍ଠ ହୋଇପଡିଛି । ତେବେ ଏହି ସମୟରେ ପାଇଲଟଙ୍କ ସହାନୁଭୂତି କମ୍ପାନୀକୁ ସାହାଯ୍ଯ କରିଛି ।