ETV Bharat / business

କୋରୋନା ମାଡ: ଜାପାନ ଅର୍ଥ ବ୍ୟବସ୍ଥାରେ 27.8 ପ୍ରତିଶତର ଭାରୀ ହ୍ରାସ - ଜାପାନରେ କୋରୋନା

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜାପାନ ଅର୍ଥନୀତିର ସବୁଠାରୁ ବଡ ହ୍ରାସ । କୋରୋନ ମାଡରେ ଜାପାନ ଅର୍ଥବ୍ୟବସ୍ଥା ଏପ୍ରିଲ-ଜୁନ ତ୍ରୟମାସରେ ବାର୍ଷିକ ଆଧାରରେ 27.8 ପ୍ରତିଶତ ଖସିଛି । ଅଧିକ ପଢନ୍ତୁ..

କୋରୋନା ମାଡ : ଜାପାନ ଅର୍ଥବ୍ୟବସ୍ଥାରେ 27.8 ପ୍ରତିଶତର ଭାରୀ ହ୍ରାସ

author img

By

Published : Aug 17, 2020, 12:48 PM IST

ଟୋକିଓ: କୋରୋନା ମାଡରେ ବିଶ୍ବ ଅର୍ଥବ୍ୟବସ୍ଥା ଅଣାୟତ । ଏହି କ୍ରମରେ ଜାପାନ ଅର୍ଥବ୍ୟବସ୍ଥା ଏପ୍ରିଲ-ଜୁନ ତ୍ରୟମାସରେ ବାର୍ଷିକ ଆଧାରରେ 27.8 ପ୍ରତିଶତ ରେକର୍ଡ ହ୍ରାସ ହୋଇଛି । ସୋମବାର ସରକାରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁସାରେ କୋରୋନା ଭାଇରସ ମହାମାରୀ ଯୋଗୁଁ ଉପଭୋଗ ତଥା ବ୍ୟାପର ଗଭୀର ଭାବେ ପ୍ରଭାବିତ ହୋଇଛି । ଯେଉଁଥିପାଇଁ ଅର୍ଥବ୍ୟବସ୍ଥାରେ ଜୋରଦାର ହ୍ରାସ ଦେଖାଦେଇଛି ।

କ୍ୟାବିନେଟ କାର୍ଯ୍ୟାଳୟ ଅନୁସାରେ ଜାପାନର ମୋଟ ବାସ୍ତବ ଘରୋଇ ଉତ୍ପାଦ ବା ଜିଡିପି ପ୍ରଥମ ତ୍ରୟମାସରେ 7.8 ପ୍ରତିଶତ ଖସିଛି । ବାର୍ଷିକ ହାର ଅର୍ଥ ଏହି ଆକଳନ ଏକ ବର୍ଷ ପାଇଁ ଜାରି ରଖିବାକୁ ସୂଚିତ କରେ ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ଅର୍ଥନୀତିର ସବୁଠାରୁ ବଡ ହ୍ରାସ ବୋଲି ଜାପାନ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି। ତେବେ କ୍ୟାବିନେଟ କାର୍ଯ୍ୟାଳୟ କହିଛି ଯେ ଅର୍ଥନୀତିର ଆକଳନର ତୁଳନା 1980 ରୁ ଆରମ୍ଭ ହୋଇଥିଲା।

ଏହା ପୂର୍ବରୁ ଜାପାନ ଅର୍ଥବ୍ୟବସ୍ଥା 2009 ମସିହାରେ ହ୍ରାସ ହୋଇଥିଲା । 2008-09 ବୈଶ୍ବିକ ସଙ୍କଟ ସମୟରେ ଏହି ହ୍ରାସ ରେକର୍ଡ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.