ETV Bharat / business

ଡିଜିଟାଲ ସୁନା, ଏକ ଭଲ ନିବେଶ ବିକଳ୍ପ କି ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ - ନିବେଶ ପାଇଁ ବିକଳ୍ପ କଣ

ଆଜିକାଲି ଲୋକେ ନିଜ ଟଙ୍କା ଦ୍ବିଗୁଣିତ କରିବାକୁ ନିବେଶ ପ୍ରତି ଆଗ୍ରହୀ ହେଉଛନ୍ତି । ବିଶେଷକରି ଆଜିକାଲି 'ଡିଜିଟାଲ ଗୋଲ୍ଡ' ନିବେଶ ବଢୁଛି । ତେବେ ଅଧିକ ରିଟର୍ଣ୍ଣ ମାମଲାରେ ସତରେ କଣ ଏହି ନିବେଶ ବିକଳ୍ପ ଠିକ୍ ? ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ

ଡିଜିଟାଲ ସୁନାରେ ନିବେଶ ଅଧିକ ରିଟର୍ଣ୍ଣ ଦେବ କି ? ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ

author img

By

Published : Jan 8, 2022, 3:46 PM IST

ହାଇଦ୍ରାବାଦ: ଟଙ୍କାରୁ ଟଙ୍କା ସୃଷ୍ଟିକୁ ଆମେ ନିବେଶ କହିଥାଉ । ସାଧାରଣତଃ ଉଚ୍ଚ ରୋଜଗାରକ୍ଷମ ବ୍ୟକ୍ତି ସବୁବେଳେ ନିଜ ଟଙ୍କାକୁ ଦ୍ବିଗୁଣା କରିବା ଆଶାରେ ଥାଆନ୍ତି । ହେଲେ ସେମାନେ ଜାଣନ୍ତି ନାହିଁ, ଭଲ ରିଟର୍ଣ୍ଣ ପାଇବାକୁ ହେଲେ କେଉଁଠି ନିବେଶ କରିବାକୁ ହେବ । ବିଶେଷକରି ଭାରତୀୟମାନେ ଅତ୍ୟନ୍ତ ସୁନାପ୍ରେମୀ ଅଟନ୍ତି ଏବଂ ସର୍ବଦା ସୁନାକୁ ବିନିଯୋଗ ବିକଳ୍ପ ଭାବେ ଅଗ୍ରାଧିକାର ଦେଇଥାନ୍ତି । ଅଧିକାଂଶ ଲୋକେ ବିନିଯୋଗ ଠାରୁ ଅଧିକ ରିଟର୍ଣ୍ଣ ପାଇବାର ଆଶା ରଖିଥାନ୍ତି । ହେଲେ ସେମାନଙ୍କ ମଧ୍ୟରେ ମାତ୍ର କିଛି ଲୋକ ହିଁ ନିଜ ଲକ୍ଷ୍ୟ ହାସଲ କରିପାରେ ସକ୍ଷମ ହୁଅନ୍ତି । ବାକି ଲୋକେ ଏହା ଜାଣି ନଥାନ୍ତି ଯେ, କେଉଁ ସ୍କିମ ତାଙ୍କୁ ଅଧିକ ରିଟର୍ଣ୍ଣ ଦେବ ? ସେ ନିବେଶ କରୁଥିବା ସ୍କିମ ସୁରକ୍ଷିତ ତ ? ଜାଣନ୍ତୁ ଏଭଳି କିଛି ପ୍ରଶ୍ନରେ କ'ଣ କହୁଛନ୍ତି ବିଶେଷଜ୍ଞ ।

ଅରୁଣଙ୍କ ପ୍ରଶ୍ନ କରିଛନ୍ତି କି, ସେ ପ୍ରତି ମାସରେ ୧୦ ହଜାର ଟଙ୍କା ନିବେଶ କରିବାକୁ ପ୍ଲାନିଂ କରୁଛନ୍ତି, ହେଲେ କେଉଁ ସ୍କିମରେ ନିବେଶ କଲେ ତାଙ୍କୁ ଅତିକମରେ ୧୪ ପ୍ରତିଶତ ସୁଧହାରରେ ବାର୍ଷିକ ରିଟର୍ଣ୍ଣ ମିଳିପାରିବ ?

ଏହାର ଉତ୍ତରରେ ଆର୍ଥିକ ବିଶେଷଜ୍ଞ ତୁମ୍ମା ବଳରାଜ(Tumma Balraj) କହିଛନ୍ତି, ଅଧିକ ରିଟର୍ଣ୍ଣ ବିପଦପୂର୍ଣ୍ଣ(risky) ନିବେଶରୁ ହିଁ ମିଳିଥାଏ । ତେଣୁ ନିଜେ ବିଚାର କରନ୍ତୁ ଯେ ଆପଣ କେତେ ରିସ୍କ ନେଇପାରିବେ। ଇକ୍ବିଟି ଆଧାରିତ ନିବେଶରେ ୧୪ ପ୍ରତିଶତ ଯାଏଁ ରିଟର୍ଣ୍ଣ ମିଳିବାର ସମ୍ଭାବନା ରହିଥାଏ । ହେଲେ ଆମେ ଏହାମଧ୍ୟ ଭୁଲିବା ଉଚିତ୍ ନୁହେଁ ଯେ, ସ୍ବଳ୍ପକାଳୀନ ନିବେଶରେ ଅଧିକ ଅସ୍ଥିରତା ସୃଷ୍ଟି ହୋଇଥାଏ । ଭଲ ରିଟର୍ଣ୍ଣ ସେତେବେଳେ ସମ୍ଭବପର, ଯେତେବେଳେ ଆପଣ ଅତିକମରେ ୭ରୁ ୧୦ ବର୍ଷ ପାଇଁ ନିବେଶ କରିଥାନ୍ତି । ଯଦି ଆପଣ ୧୨-୧୫ ପ୍ରତିଶତ ରିଟର୍ଣ୍ଣ ଆଶା କରୁଛନ୍ତି ତେବେ ଆପଣଙ୍କୁ ସବୁଠୁ ଭଲ ପ୍ରଦର୍ଶନକାରୀ diversified equity mutual funds ଉପରେ ଧ୍ୟାନ ଦେବା ଆବଶ୍ୟକ ।

ସ୍ବପ୍ନା ନିଜ ମାଆଙ୍କ ବରିଷ୍ଠ ନାଗରିକ ବେତନ ଆକାଉଣ୍ଟରେ ୫ ଲକ୍ଷ ଟଙ୍କା ଜମା କରିବାକୁ ଚାହୁଁଛନ୍ତି । ଏହା ଅଧିକ ଲାଭଦାୟକ କି ? ନା ଡେବ୍ଟ ମ୍ୟୁଚୁଆଲ ଫଣ୍ଡ(debt mutual funds)ରେ ନିବେଶ କରିବା ଏବଂ ପ୍ରତି ମାସରେ ଏକ ନିଶ୍ଚିତ ରାଶି ପ୍ରାପ୍ତ କରିବା ଅଧିକ ଭଲ ହେବ ତାହା ସେ ଜାଣିବାକୁ ଚାହିଁଛନ୍ତି ।

ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା(Senior Citizen Savings Scheme)ରେ ନିବେଶ କରିବା ଦ୍ବାରା ଆପଣ ବାର୍ଷିକ ୭.୪ ପ୍ରତିଶତ ସୁଧ ପାଇପାରିବେ । ଏହି ସ୍କିମ ଅନୁଯାୟୀ, ପ୍ରତି ତିନି ମାସରେ ଆପଣଙ୍କ ଜମା ରାଶି ଉପରେ ସୁଧ ମିଳିଥାଏ । ବର୍ତ୍ତମାନ ସ୍ଥିତିରେ ସ୍ଥାୟୀ ଜମାପୁଞ୍ଜି ଏବଂ ଡେବ୍ଟ ଫଣ୍ଡ(fixed deposits and debt funds)ରୁ ଅଧିକ ରିଟର୍ଣ୍ଣ ମିଳିବାର ସମ୍ଭାବନା କମ୍ । ତେଣୁ ଉତ୍ତମ ହେବ ସିନିୟର ସିଟିଜେନ ଆକାଉଣ୍ଟରେ ଜମା କରନ୍ତୁ । ପାଞ୍ଚ ବର୍ଷ ଯାଏଁ ଏହି ସ୍କିମ୍ ଜାରି ରହିବା ଆବଶ୍ୟକ ।

ଶ୍ରୀକାନ୍ତ ଜାଣିବାକୁ ଚାହାନ୍ତି କି, ସେ ୪୩ ବର୍ଷୀୟ ଅଟନ୍ତି ଏବଂ ୭୫ ଲକ୍ଷ ଟଙ୍କାର ଟର୍ମ ପଲିସି ନେବାକୁ ଚାହୁଁଛନ୍ତି । ତେବେ ଗୋଟିଏ ବୀମା କମ୍ପାନୀରୁ ଏହାକୁ ନିଆଯାଇପାରିବ କି ? ଯଦି ସେ ଦୁଇଟି କମ୍ପାନୀରୁ ଏହି ପଲିସି ନେଉଛନ୍ତି ତେବେ ଏଥିରୁ କି ଫାଇଦା ମିଳିବ ?

ଜୀବନ ବୀମା ପଲିସି ମୂଲ୍ୟ ସବୁବେଳେ ବାର୍ଷିକ ଆୟର ପ୍ରାୟ ୧୦ ରୁ ୧୨ ଗୁଣ ହେବା ଆବଶ୍ୟକ । ଆପଣ ବୀମା ପଲିସି ନେବା ସମୟରେ ଦେଉଥିବା ସମସ୍ତ ବ୍ୟକ୍ତିଗତ, ସ୍ବାସ୍ଥ୍ୟଗତ ଏବଂ ଆର୍ଥିକ ବିବରଣୀ ସଠିକ୍ ବୋଲି ସୁନିଶ୍ଚିତ କରନ୍ତୁ । ଏଭଳି କମ୍ପାନୀ ବାଛନ୍ତୁ, ଯାହାର କ୍ଲେମ୍ ପେମେଣ୍ଟ ହିଷ୍ଟ୍ରି(claim payment history) ଭଲ ଥିବ । ଯଦି ଆପଣ ଏକ କମ୍ପାନୀରୁ ବୀମା ନେଉଛନ୍ତି ଏବଂ ଭବିଷ୍ୟତରେ ବୀମା କ୍ଲେମ କରିବା ସମୟରେ ସେ ଆପଣଙ୍କ କ୍ଲେମ୍ ପ୍ରତ୍ୟାଖାନ କରୁଛନ୍ତି ତେବେ ଆପଣ ଅନେକ ସମସ୍ୟାରେ ପଡିପାରନ୍ତି । ତେଣୁ ସବୁବେଳେ ଦୁଇଟି ବୀମା କମ୍ପାନୀରୁ ପଲିସି ନେବା ଶ୍ରେୟସ୍କର ।

ଆଜିକାଲି କମ୍ପାନୀଗୁଡିକ 'ଡିଜିଟାଲ ଗୋଲ୍ଡ' ନାଁରେ ସୁନାରେ ଅଧିକ ନିବେଶ ସୁଯୋଗ ଦେଉଛନ୍ତି । ତେବେ ନିବେଶ ପାଇଁ ଏହି ବିକଳ୍ପ ଠିକ୍ କି ? ନା ଏଥିରେ କୌଣସି ବିପଦ ରହିଛି ? ଭେଙ୍କେଟ ଏହା ଜାଣିବାକୁ ଚାହିଁଛନ୍ତି ।

ତୁମ୍ମା ବଳରାଜଙ୍କ ଅନୁସାରେ, ବର୍ତ୍ତମାନ ସୁନାରେ ବିନିଯୋଗ ଲାଗି ବହୁତ ଗୁଡିଏ ବାଟ ରହିଛି । ଡିଜିଟାଲ ଗୋଲ୍ଡ ସେଥିମଧ୍ୟରୁ ଅନ୍ୟତମ । ଏହା ଅଧିକ ଆକର୍ଷକ, କାରଣ ଆପଣ ଏଥିରେ ଅତିକମରେ ୧୦୦ ଟଙ୍କା ନିବେଶ କରିପାରିବେ । ସୁନା ଦର ଆଧାରରେ ଏଥିରେ ହାନି ଲାଭ ହୋଇଥାଏ । କାରଣ ସମୟ ସମୟରେ ସୁନା ରେଟ୍‌ରେ ହ୍ରାସ ବୃଦ୍ଧି ଲାଗି ରହିଥାଏ । ଯଦି ଆପଣ ଦୀର୍ଘକାଳୀନ ନିବେଶ କରିବା ପାଇଁ ଚିନ୍ତା କରୁଛନ୍ତି ତେବେ ଗୋଲ୍ଡ ଏଟିଏଫ(Gold ETFs) କିମ୍ବା ଗୋଲ୍ଡ ଫଣ୍ଡ(Gold Funds ) ଚୟନ କରିବା ଉଚିତ୍ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.