ETV Bharat / business

ଅଗଷ୍ଟରେ ସୁଧୁରିଛି ସେବା ସେକ୍ଟର, ହେଲେ ଟଳିନି ସଙ୍କଟ

author img

By

Published : Sep 3, 2020, 3:24 PM IST

ଗୁରୁବାର ପ୍ରକାଶିତ ଏକ ମାସିକ ସର୍ଭେକ୍ଷଣ ରିପୋର୍ଟରେ କୁହାଯାଇଛି କି, ମହାମାରୀ ଯୋଗୁଁ ଲାଗୁ ପ୍ରତିବନ୍ଧକ କାରଣରୁ ଚାହିଦା ଓ କାରବାର ପରିଚାଳନାରେ ପ୍ରତିକୂଳ ପ୍ରଭାବ ପଡିଛି । ଅଧିକ ପଢନ୍ତୁ..

Indias services sector activity better in August

ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ ଯୋଗୁଁ ସେବା କ୍ଷେତ୍ରର ଗତିବିଧିରେ ଜାରି ହ୍ରାସ ଅଗଷ୍ଟ ମାସରେ ଥମିଛି । ହେଲେ ଏହା ଏବେ ବି ସଙ୍କୁଚିତ ସ୍ଥିତିରେ ରହିଛି ।

ଗୁରୁବାର ପ୍ରକାଶିତ ଏକ ମାସିକ ସର୍ଭେକ୍ଷଣ ରିପୋର୍ଟରେ କୁହାଯାଇଛି କି, ମହାମାରୀ ଯୋଗୁଁ ଲାଗୁ ପ୍ରତିବନ୍ଧକ କାରଣରୁ ଚାହିଦା ଓ କାରବାର ପରିଚାଳନାରେ ପ୍ରତିକୂଳ ପ୍ରଭାବ ପଡିଛି ।

ଭାରତର ସେବା କାରବାର ଗତିବିଧି ସୂଚକାଙ୍କ (ବିଜନେସ ଆକ୍ଟିଭିଟି ଇଣ୍ଡେକ୍ସ ) ଅଗଷ୍ଟରେ 41.8 ପଏଣ୍ଟରେ ପହଞ୍ଚିଛି । ଯାହାକି ଜୁଲାଇ ମାସରେ 34.2 ଥିଲା । ମାର୍ଚ୍ଚ ପରଠୁ ଲାଗୁ କୋରୋନା କଟକଣା ମଧ୍ୟରେ ଅଗଷ୍ଟର ରିପୋର୍ଟ ଭଲ ରହିଛି । ଜୁଲାଇ ତୁଳନାରେ ଅଗଷ୍ଟରେ ବୃଦ୍ଧି ସତ୍ତ୍ବେ ଲଗାତାର 6 ମାସ ଧରି ସେବା କ୍ଷେତ୍ରର ଗତିବିଧି ହ୍ରାସ ପାଇଚାଲିଛି ।

ଆଇଏଚଏସ ମାର୍କିଟର ଇଣ୍ଡିଆର ପରଚେଜିଂ ମ୍ୟାନେଜର୍ସ ଇଣ୍ଡେକ୍ସ(PMI) 50 ପଏଣ୍ଟ ସ୍ତର ଉପରେ ଅର୍ଥ ଗତିବିଧିରେ ବୃଦ୍ଧି ହୋଇଛି । ହେଲେ ଏହାଠାରୁ କମ ରହିଲେ ସେବା କ୍ଷେତ୍ର ଅତ୍ୟନ୍ତ ଧିମା ବୋଲି ଧରାଯାଇଥାଏ ।

ଅଗଷ୍ଟର ରିପୋର୍ଟ ଭାରତୀୟ ସେବା କ୍ଷେତ୍ରର ଚ୍ୟାଲେଞ୍ଜିଂ ସ୍ଥିତିକୁ ଦର୍ଶାଇଛି । ଘରୋଇ ଓ ବିଦେଶୀ ବଜାରରେ ଲକଡାଉନ କଟକଣା ଏହି ଗତିବିଧି ଉପରେ ଗଭୀର ପ୍ରଭାବ ପକାଇଛି ବୋଲି ଆଇଏଚଏସ ମାର୍କିଟର ଅର୍ଥଶାସ୍ତ୍ରୀ ଶ୍ରେୟା ପଟେଲ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.