ETV Bharat / business

ଦେଶର ଅଭିବୃଦ୍ଧି 5 ପ୍ରତିଶତରୁ ଖସିବ: ଆଇଏଚଏସ ମାର୍କିଟ

author img

By

Published : Dec 9, 2019, 2:59 PM IST

ଭାରତୀୟ ରିଜର୍ଭ ବ୍ୟାଙ୍କ ପରେ ଆଇଏଚଏସ ମାର୍କିଟ ବି କମାଇଲା ଦେଶର ଅଭିବୃଦ୍ଧି ଆକଳନ । ଚଳିତ ଆର୍ଥିକ ବର୍ଷ ଭାରତର ମୋଟ ଘରୋଇ ଉତ୍ପାଦ 5 ପ୍ରତିଶତରୁ କମ ରହିବ ବୋଲି ଆଇଏସଏସ ମାର୍କିଟ ଅନୁମାନ କରିଛି ।

India's real GDP growth in FY20 to be below 5%:IHS Markit
ଦେଶର ଅଭିବୃଦ୍ଧି 5 ପ୍ରତିଶତରୁ ଖସିବ: ଆଇଏଚଏସ ମାର୍କିଟ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ(2019-20)ରେ ଦେଶର ବାସ୍ତବ ଜିଡିପି ହାର 5 ପ୍ରତିଶତରୁ କମ ରହିବ । ଆଇଏଚଏସ ମାର୍କିଟ ପକ୍ଷରୁ ଏ ନେଇ ଅନୁମାନ କରି ରିପୋର୍ଟ ପ୍ରକାଶ ପାଇଛି ।

ସଂସ୍ଥା ଦର୍ଶାଇଛି ଯେ, ବର୍ତ୍ତମାସ ଦେଶରେ ଦେଖାଦେଇଥିବା ଅର୍ଥନୈତିକ ସମସ୍ୟା ଯୋଗୁଁ ଦେଶର ମେରୁଦଣ୍ଡ ଧିମେଇ ପଡିଛି । ତେବେ ଅର୍ଥବ୍ୟବସ୍ଥାକୁ ଗତି ଦେବା ପାଇଁ ସରକାରଙ୍କ ଦ୍ବାରା ନିଆଯାଉଥିବା ପଦକ୍ଷେପ ଦେଖାଇବାକୁ କିଛି ସମୟ ଲାଗିବ ।

ସେପଟେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଅନାଦେୟ ଋଣ ବୃଦ୍ଧି ଯୋଗୁଁ ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡିକ ନୂଆ ଋଣ ପ୍ରଦାନକୁ ଏହା ପ୍ରଭାବିତ କରୁଛି । ସେହିଭଳି ଅଣ ବ୍ୟାଙ୍କ ଆର୍ଥିକ କମ୍ପାନୀ(ଏନବିଏଫସି) କ୍ଷେତ୍ରରେ ଲିକ୍ୟୁଡିଟି ସମସ୍ୟା ଜାରି ରହିଛି । ଏହା ଦ୍ବାରା ବିଭିନ୍ନ ପ୍ରକଳ୍ପ କାମ ପ୍ରଭାବିତ ହେଉଛି । ଏଣୁ ଏଥର ଅଭିବୃଦ୍ଧି 5 ପ୍ରତିଶକୁ କମ ରହିବା ନେଇ ଆଶଙ୍କା ରହିଛି ।

ପ୍ରକାଶ ଯେ, ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈୟମାସରେ ମୋଟ ଘରୋଇ ଉତ୍ପାଦ 4.5 ପ୍ରତିଶତକୁ ହ୍ରାସ ପାଇଛି । ଯାହାକି 6 ବର୍ଷରେ ସର୍ବନିମ୍ନ । ଏହା ପୂର୍ବରୁ ପ୍ରଥମ ତ୍ରୈୟମାସରେ ମଧ୍ୟ ଜିଡିପି 5 ପ୍ରତିଶକୁ ଖସିଥିଲା । ଯେତେବେଳେ କି ଗତ ଆର୍ଥିକ ବର୍ଷ ସମାନ ତ୍ରୈୟମାସରେ ଏହା 7 ପ୍ରତିଶତ ଥିଲା ।

ବଡ କଥା ଯେ, ଏହା ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ଦେଶର ଜିଡିପି ଆକଳନକୁ 6.1 ପ୍ରତିଶତରୁ ହ୍ରାସ କରି 5 ପ୍ରତିଶତ କରିଛି ।

Intro:Body:

DFHD

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.