ETV Bharat / business

ଆର୍ଥିକ ସଙ୍କଟରୁ ମୁକୁଳିବାକୁ 6 ମାସ ଲାଗିପାରେ: ଉଦ୍ୟୋଗ ଜଗତ

author img

By

Published : May 31, 2020, 1:14 AM IST

ଭାରତକୁ ଆର୍ଥିକ ସଙ୍କଟରୁ ମୁକୁଳିବା ପାଇଁ 6 ମାସ ସମୟ ଲାଗିପାରେ । ଭାରତୀୟ ଉଦ୍ୟୋଗ ପରିସଂଘ ଦ୍ବାରା ଆୟୋଜିକ ଏକ ୱେବିନାରରେ ପ୍ରମୁଖ ଉଦ୍ୟୋଗପତିମାନେ ଏ ନେଇ ନିଜ ମତ ରଖିଛନ୍ତି । ଅଧିକ ପଢନ୍ତୁ...

Indias economic
ଆର୍ଥିକ ସଙ୍କଟରୁ ମୁକୁଳିବାକୁ 6 ମାସ ଲାଗିପାରେ: ଉଦ୍ୟୋଗ ଜଗତ

ନୂଆଦିଲ୍ଲୀ: ଭାରତ ଅର୍ଥବ୍ୟବସ୍ଥା ଆସନ୍ତା 6ରୁ 9 ମାସ ମଧ୍ୟରେ ମହାମାରୀ ଓ ସୁପର ସାଇକ୍ଲୋନ ଭଳି ଅନେକ ସଙ୍କଟରୁ ମୁକୁଳିଯିବ । ଭାରତୀୟ ଉଦ୍ୟୋଗ ଜଗତର ଦିଗ୍ଗଜୟ ଏ ନେଇ ଅନୁମାନ ଲଗାଇଛନ୍ତି ।

ଶିଳ୍ପପତିଙ୍କ ଏହି ରାୟ ଲୋକ, ବ୍ୟାପର ଓ ସରକାରଙ୍କ ଦ୍ବାରା ପ୍ରଦର୍ଶିତ ନମନୀୟ ଆଭିମୁଖ୍ୟ ଉପରେ ଆଧାରିତ । ଦିଲ୍ଲୀରେ ଭାରତୀୟ ଉଦ୍ୟୋଗ ପରିସଂଘ (CII) ଦ୍ବାରା ଆୟୋଜିତ ଏକ ୱେବିନାରରେ ଉଦ୍ୟୋଗପତିମାନେ ଭାରତୀୟ ଅର୍ଥନୀତି ସାମ୍ନାରେ ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜ ନେଇ ମତ ରଖିଛନ୍ତି । ସେମାନେ କହିଛନ୍ତି ଯେ, ଜୀବନ ଏବଂ ଅର୍ଥନୀତିର ପୁନରୁଦ୍ଧାରରେ ଦୂରସଞ୍ଚାର ଓ ସୂଚନା ପ୍ରଯୁକ୍ତିବିଦ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।

ଟେକ ମହିନ୍ଦ୍ରାରେ କର୍ପୋରେଟ ମାମଲାର ଏପିଏସି ବିଜନେସ ହେଡ ଓ ପ୍ରେସିଡେଣ୍ଟ ସୁଜିତ ବକ୍ସି କହିଛନ୍ତି କି, ‘‘କୋଭିଡ-19 ବିଶ୍ବକୁ ବିଜନେସ ସ୍ଥାନାନ୍ତରଣ ପାଇଁ ଡିଜିଟାଲ ଅଭ୍ୟାସକୁ ପ୍ରେରିତ କରିଛି । ଆଇଟି ଅର୍ଥବ୍ୟବସ୍ଥାର ମୂଳଦୁଆ ଭାବେ ଏହି ସଙ୍କଟର ତୁରନ୍ତ ଜବାବ ଦେଇଛି । କାରଣ ଉଦ୍ୟୋଗ ପ୍ରସ୍ତୁତ ଥିଲା । ଆଉ ଡିଜିଟାଇଜେସନ ଦିଗରେ କାମ କରୁଥିଲା ।

ସେ କହିଛନ୍ତି ଯେ, ଆଜି 93-94 ପ୍ରତିଶତ ୱାର୍କଫୋର୍ସ ଘରୁ କାମ କରୁଛନ୍ତି । ଯାହାକି କାମ କରିବା ତରିକାରେ ପରିବର୍ତ୍ତନ ଆଣିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.