ETV Bharat / business

ରାଜସ୍ବ ଆଦାୟ ହ୍ରାସ: ବଜେଟ ଲକ୍ଷ୍ୟ ଟପିଲା ଆର୍ଥିକ ନିଅଣ୍ଟ

author img

By

Published : Sep 1, 2020, 3:20 PM IST

ବ୍ୟୟ ଓ ରାଜସ୍ବ ମଧ୍ୟରେ ରହିଥିବା ପାର୍ଥକ୍ୟକୁ ଆର୍ଥିକ ନିଅଣ୍ଚ କୁହାଯାଇଥାଏ । ଆଉ କୋରୋନା ସଙ୍କଟ ମଧ୍ୟରେ ବ୍ୟୟ ବଢିଛି ହେଲେ ରାଜସ୍ବ ଆଦାୟ ପ୍ରବଳ ମାତ୍ରାରେ ହ୍ରାସ ହୋଇଛି । ଏପରିକି ଏହା ଧାର୍ଯ୍ୟ ଲକ୍ଷ୍ୟକୁ ମଧ୍ୟ ଡେଇଁଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଅଧିକ ପଢନ୍ତୁ..

ରାଜସ୍ବ ଆଦାୟ ହ୍ରାସ: ବଜେଟ ଲକ୍ଷ୍ୟ ଟପିଲା ଆର୍ଥିକ ନିଅଣ୍ଟ
ରାଜସ୍ବ ଆଦାୟ ହ୍ରାସ: ବଜେଟ ଲକ୍ଷ୍ୟ ଟପିଲା ଆର୍ଥିକ ନିଅଣ୍ଟ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ପ୍ରଥମ 4 ମାସ (ଏପ୍ରିଲ-ଜୁଲାଇ) ରେ ଦେଶରେ ଆର୍ଥିକ ନିଅଣ୍ଟ ବାର୍ଷିକ ବଜେଟ ଲକ୍ଷ୍ୟକୁ ଅତିକ୍ରମ କରିଛି । ବିଶେଷ କରି ରାଜସ୍ବ ସଂଗ୍ରହ ଉପରେ ଲକଡାଉନ ପ୍ରଭାବ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି । ଏ ନେଇ ଭାରତୀୟ ମହାଲେଖା ନିୟନ୍ତ୍ରକ (ସିଜିଏ) ରିପୋର୍ଟ ପ୍ରକାଶ କରିଛି ।

ସିଜିଏ ତଥ୍ୟ ଅନୁମାସରେ , ଚଳିତ ଆର୍ଥିକ ବର୍ଷରେ ଏପ୍ରିଲରୁ ଜୁଲାଇ ମଧ୍ୟରେ ଆର୍ଥିକ ନିଅଣ୍ଟ ବଜେଟ ଲକ୍ଷ୍ୟର 103.1 ପ୍ରତିଶତ ଅର୍ଥାତ 8,21,349 କୋଟି ଟଙ୍କାରେ ପହଞ୍ଚିଛି । ଗତ ଆର୍ଥିକ ବର୍ଷ ସମାନ ଅବଧିରେ ଆର୍ଥିକ ନିଅଣ୍ଟ ବଜେଟ ଲକ୍ଷ୍ୟର 77.8 ପ୍ରତିଶତ ରହିଥିଲା । ବ୍ୟୟ ଓ ରାଜସ୍ବ ମଧ୍ୟରେ ରହିଥିବା ପାର୍ଥକ୍ୟକୁ ଆର୍ଥିକ ନିଅଣ୍ଟ କୁହାଯାଇଥାଏ ।

ଗତ ବର୍ଷ ଅକ୍ଟୋବରରେ ଏହା ବାର୍ଷିକ ଲକ୍ଷ୍ୟରୁ ଉପରକୁ ଚାଲିଯାଇଥିଲା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଆଗତ ଆର୍ଥିକ ବର୍ଷ 2020-21 ବଜେଟରେ ଆର୍ଥିକ ଘାଟା 7.96 କୋଟି ଟଙ୍କା ଅର୍ଥାତ ଜିଡିପିର 3.5 ପ୍ରତିଶତ ରହିବା ଅନୁମାନ ଲଗାଯାଇଥିଲା ।

ତେବେ କୋରୋନା ଭାଇରସ ମହାମାରୀ ସଂକ୍ରମଣ ପରେ ଉପୁଜିଥିବା ସ୍ଥିତିରୁ ଦୃଷ୍ଟିରେ ରଖି ଏହି ତଥ୍ୟକୁ ସଂଶୋଧିତ କରିବାକୁ ପଡିଥିଲା । କୋରୋନା ଭାଇରସ ଯୋଗୁଁ ଲାଗୁ ଲକଡାଉନ କାରଣରୁ ଆର୍ଥିକ ଗତିବିଧି ଗଭୀର ଭାବେ ପ୍ରଭାବିତ ହୋଇଛି । ତେବେ ମେ ମାସରୁ ଧୀରେ ଧୀରେ ଲକଡାଉନ କୋହଳ କରାଯାଇଛି । ଗତ ଆର୍ଥିକ ବର୍ଷ 2019-20ରେ ଆର୍ଥିକ ଘାଟା ଦେଶରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ତୁଳନାରେ 7 ବର୍ଷର ସର୍ବୋଚ୍ଚ ସ୍ତର 4.6 ପ୍ରତିଶତରେ ପହଞ୍ଚିଥିଲା । ଏହି ବର୍ଷରେ ମଧ୍ୟ ରାଜସ୍ବ ଆଦାୟ ପ୍ରବଳ ହ୍ରାସ ହୋଇଥିଲା । ଯାହାକି ମାର୍ଚ୍ଚ ଶେଷରେ ଲକଡାଉନ ଯୋଗୁଁ ଅଧିକ ପ୍ରଭାବିତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.