ଡାଭୋସ: ପୁଣି ଦ୍ରୁତ ଗତିରେ ଦୌଡିବାକୁ ପ୍ରସ୍ତୁତ ଭାରତୀୟ ଅର୍ଥବ୍ୟବସ୍ଥା । ଦେଶରେ ନିବେଶ କରିବା ନେଇ ନିବେଶକ ଉତ୍ସାହିତ । ଡାଭୋସ ବିଶ୍ବ ଅର୍ଥନୈତିକ ସମ୍ମିଳନୀରେ ଭାରତର ନେତୃତ୍ବ ନେଉଥିବା କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ଏ ନେଇ ଉଦବୋଧନ ଦେଇଛନ୍ତି ।
ଏଠାରେ ସେ କହିଛନ୍ତି ଯେ, ମୁକ୍ତ ବ୍ୟାପର ବୁଝାମଣା ନେଇ ସରକାର ବ୍ରିଟେନ ଓ ୟୁପରୋପୀୟ ସଂଘ ସହ କଥାବାର୍ତ୍ତା ହେବେ । ଜାନୁଆରୀ ଶେଷ ସୁଦ୍ଧା ବ୍ରିଟେନ ୟୁରୋପୀୟ ସଂଘରୁ ଅଲାଗା ହୋଇଯିବ ।
କେନ୍ଦ୍ର ରେଳ, ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଆହୁରି ମଧ୍ୟ କହିଛନ୍ତି କି, ସ୍ଥିତି ପୁଣି ଥରେ ସୁଧୁରୁଛି । ଏବେ ଅର୍ଥବ୍ୟବସ୍ଥା ଏଠାରୁ ଦ୍ରୁତ ଗତିରେ ଆହୁରୀ ଆଗକୁ ବଢିବାକୁ ପ୍ରସ୍ତୁତ ।
ଭାରତରେ ପୁଞ୍ଜି ଖଟାଇବାକୁ ନିବେଶକ ବହୁତ ଆଗ୍ରହ ଅଚନ୍ତି । ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗୀଦାରୀତା (ଆରସିଇପି) ବୁଝାମଣା ନେଇ ମଧ୍ୟ ସେ କହିଛନ୍ତି କି, ଏହା ଏକ ଅସନ୍ତୁଳିତ ବ୍ୟାପର ବୁଝାମଣା । ଯାହା 8 ବର୍ଷ ପୂର୍ବେ ଜାତୀୟ ସ୍ବାର୍ଥ ପାଇଁ ହୋଇଥିବା କଥାବାର୍ତ୍ତା ବିପକ୍ଷରେ ରହିଥିଲା ।
ଆରସିଇପି ହେଉଛି , ଜାପାନ, କୋରିଆ ସମେତ ଏସିଆର 10 ଦେଶ ସହ ଭାରତର ଦ୍ବିପାକ୍ଷୀକ ବ୍ୟାପାର ବୁଝାମଣା ।