ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ (ଏପ୍ରିଲ-ଜୁନ) ରେ ଦେଶରେ ମୋଟ ଘରୋଇ ଉତ୍ପାଦ (ଜିଡିପି) 25 ପ୍ରତିଶତ ହ୍ରାସ ହୋଇପାରେ । ମଙ୍ଗଳବାର ବିଶେଷଜ୍ଞ ଏ ନେଇ ଅନୁମାନ କରିଛନ୍ତି । ଜୁନ ତ୍ରୟମାସର ରିପୋର୍ଟ ଅଗଷ୍ଟ 31ରେ ଜାରି କରାଯିବ ।
ବିଶେଷଜ୍ଞଙ୍କ କହିବା ଅନୁସାରେ ଅଫିସିଆଲି ରିପୋର୍ଟରେ ବିନିର୍ମାଣ , ନିର୍ମାଣ ଓ ବ୍ୟାପର, ହୋଟେଲ, ପରିବହନ ତଥା ଯୋଗାଯୋଗ ସର୍ବାଧିକ ପ୍ରଭାବିତ ସେକ୍ଟର ହେବ । ଅର୍ଥନୀତିରେ ଏସବୁ ସେକ୍ଟରର ଯୋଗଦାନ ପ୍ରାୟ 45 ପ୍ରତିଶତ ରହିଛି ।
କୋଭିଡ-19 ମହାମାରୀ ଓ ଏହାକୁ ପ୍ରତିହିତ ପାଇଁ ମାର୍ଚ୍ଚ 25ରୁ ଦେଶରେ ଲକଡାଉନ ଜାରି ଦ୍ବାରା ଆର୍ଥିକ ଗତିବିଧି ଗଭୀର ଭାବେ ପ୍ରଭାବିତ ହୋଇଛି । ଏପଟେ ବିନିର୍ମାଣ ଓ ସେବା କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧିକ ବ୍ୟୟ ଯୋଗୁଁ ଆର୍ଥିକ ସମସ୍ୟା ସୃଷ୍ଟି ହେବ । ରେଟିଂ ଏଜେନ୍ସି ଇକ୍ରା ଅନୁସାରେ 2020-21 ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଜିଡିପି ଓ ଜିଭିଏ (ମୋଟ ମୂଲ୍ୟ ଯୋଗ)ରେ ବାର୍ଷିକ ଆଧାରରେ 25-25 ପ୍ରତିଶତ ଖସିବ ।