ETV Bharat / business

ସୀମା ବିବାଦ: କଡାକଡି ଯାଞ୍ଚ ହେଉଛି ଚୀନ ସାମଗ୍ରୀ

ରାଷ୍ଟ୍ରୀୟ ସୁରକ୍ଷା ସହ କୌଣସି ସାଲିସ ହେବନି । ଏଥିପାଇଁ ଚୀନରୁ ଆସୁଥିବା ସବୁ ସାମଗ୍ରୀର ହେଉଛି କଡାକଡି ଯାଞ୍ଚ । ବିମାନ ବନ୍ଦର ଠାରୁ ବନ୍ଦର ସବୁଠୁ ଚୀନ ସାମଗ୍ରୀର ହେଉଛି ଶତ ପ୍ରତିଶତ ନୀରିକ୍ଷଣ । ଅଧିକ ପଢନ୍ତୁ..

ସୀମା ବିବାବ: କଡାକଡି ଯାଞ୍ଚ ହେଉଛି ଚୀନ ସାମଗ୍ରୀ

author img

By

Published : Jun 26, 2020, 1:09 PM IST

ନୂଆଦିଲ୍ଲୀ: ସୀମାରେ ହିଂସାତ୍ମକ ସଂଘର୍ଷ ପରେ ଚୀନ ଉପରେ ଉଠୁଛି ଭରସା । ଭାରତରେ ତେଜୁଛି ଚୀନ ବିରୋଧୀ ନିଆଁ । ଏପରି ସ୍ଥିତିରେ ଦେଶରେ ସୁରକ୍ଷାକୁ ନଜରରେ ରଖି ଭାରତୀୟ ସୀମା ଶୁଳ୍କ ବିଭାଗୀୟ ଅଧିକାରୀ ତତ୍ପର ହୋଇପଡିଛନ୍ତି । ଗୁଇନ୍ଦା ସୂଚନା ଆଧାରରେ ସମସ୍ତେ ଚୀନରୁ ଆସୁଥିବା ସାମଗ୍ରୀକୁ ସମସ୍ତ ବନ୍ଦର ଓ ବିମାନ ବନ୍ଦରରେ ଫିଜିକାଲ ଯାଞ୍ଚ କରି ଦେଶକୁ ଏଣ୍ଚ୍ରି କରାଉଛନ୍ତି ।

ଏଭଳି କଡାକଡି ଯାଞ୍ଚ ଏଭଳି ସମୟରେ କରାଯାଉଛି ଯେବେ ଭାରତ ଓ ଚୀନ ମଧ୍ୟରେ ବିବାଦ ଶିଖରରେ ପହଞ୍ଚିଯାଇଛି । ଏହି ମାମଲାରେ ପ୍ରତ୍ୟକ୍ଷ ଭାବେ ଜଡିତ ସରକାରୀ ଅଧିକାରୀ କହିଛନ୍ତି କି, ଏନେଇ ଯଦିଓ କୌଣସି ଔପଚରିତ ଆଦେଶ ନାହିଁ , ହେଲେ ଭାରତୀୟ ସୀମା ଶୁଳ୍କ ବିଭାଗ ପକ୍ଷରୁ ଚୀନରୁ ଆମଦାନୀ ହେଉଥିବା ପ୍ରତ୍ୟକ ଜିନିଷର ଆମୂଳଚୂଳ ନୀରିକ୍ଷଣ କରାଯାଉଛି । ତେବେ ରାଷ୍ଟ୍ରୀୟ ସୁରକ୍ଷା ସହ କୌଣସି ସାଲିସ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

ତେବେ ଫିଜିକାଲ ଯାଞ୍ଚ ଅର୍ଥାତ ସବୁ କାଗପତ୍ର, ଏଣ୍ଟ୍ରି ବିଲ , ଇନଭଏସ ଆଦି ଯାଞ୍ଚ କରାଯାଉଛି । ତେବେ ଗୁଇନ୍ଦା ଆଲର୍ଟ ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । ହେଲେ ଯାଞ୍ଚ ପ୍ରକ୍ରିୟା କଡାକଡି ଦ୍ବାରା ଜିନିଷ ଦେଶରେ ପହଞ୍ଚିବାରେ ବିଳମ୍ବ ହେଉଛି । ଫଳରେ କଷ୍ଟମ କ୍ଲିୟରାନ୍ସ ମଧ୍ୟ ଡେରି ହେଉଛି । ଏହା ଦ୍ବାରା ଆମଦାନୀ ଖର୍ଚ୍ଚ ବଢିବା ଅନୁମାନ ରହିଛି ।

ସେପଟେ ଭାରତର ଏଭଳି ପଦକ୍ଷେପ ଦ୍ବାର ଚୀନ ଚିହିକି ଉଠିଥିବା ସୂଚନା ଆସିଛି । ଭାରତକୁ ହଂକଂ ଯାଉଥିବା ଜିନିଷକୁ ମଧ୍ୟ ଯାଞ୍ଚ କରାଯାଉଛି । ଏନେଇ ଭାରତୀୟ ରପ୍ତାନୀ ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.