ETV Bharat / business

କୋରୋନା ସଙ୍କଟ ମାନବତା ପାଇଁ କଳା ଅଧ୍ୟାୟ: ଆଇଏମଏଫ ପ୍ରମୁଖ - ବିଶ୍ବ ଆର୍ଥିକ ସଙ୍କଟ

ମାନବତା ପାଇଁ କୋରୋନା ସଙ୍କଟ ଏକ କଳା ଅଧ୍ୟାୟ । ଏହାର ପ୍ରଭାବରେ ଅର୍ଥବ୍ୟବସ୍ଥା ବିଧ୍ବସ୍ତ । ତେବେ ଦରକାର ଅନୁଯାୟୀ ଡବଲ ଆର୍ଥିକ ସହାୟତା ଦେବାକୁ ଆଇଏମଏଫ ପ୍ରସ୍ତୁତ ବୋଲି ଜର୍ଜିଭା ପ୍ରତିଶ୍ରୁତି ଦେଇଛନ୍ତି ।

IMF chief
କୋରୋନା ସଙ୍କଟ ମାନବତା ପାଇଁ କଳା ଅଧ୍ୟାୟ: ଆଇଏମଏଫ ପ୍ରମୁଖ
author img

By

Published : Apr 7, 2020, 6:03 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ମାନବତା ପାଇଁ ଏକ କଳା ଅଧ୍ୟାୟ । ଏହାର ପ୍ରକୋପ 2008 ଆର୍ଥିକ ସଙ୍କଟ ଠାରୁ ମଧ୍ୟ ଅଧିକ ହେବ । କୋଭିଡ-19 ମହାମାରୀରେ ସମଗ୍ର ବିଶ୍ବର ସଙ୍କଟକୁ ପରଖି ଏଭଳି ବିବୃତ୍ତି ରଖିଛନ୍ତି ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷର ପ୍ରମୁଖ କ୍ରିଷ୍ଟାଲିନା ଜର୍ଜିଭା ।

କୋରୋନା ସଙ୍କଟ ମଧ୍ୟରେ ବିଶ୍ବ ମାନ୍ଦାବସ୍ଥା ଆରମ୍ଭ ହୋଇଗଲାଣି । କେବଳ ଆର୍ଥିକ ନୁହେଁ ସ୍ବାସ୍ଥ୍ୟ ସଙ୍କଟ ମଧ୍ୟ ଗମ୍ଭୀର ଅବସ୍ଥାରେ । ଜୀବନ ସହ ଜୀବିକା ବିପଦରେ । ଏ ନେଇ ଚିନ୍ତା ପ୍ରକଟ କରି ଶୁକ୍ରବାର ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଦ୍ବାରା ଆୟେଜିକ ଏକ ମିଡିଆ ବ୍ରିଫିଙ୍ଗରେ କହିଛନ୍ତି ଯେ, ଏଭଳି ସଙ୍କଟ ଆଇଏମଏଫ ନିଜ 75 ବର୍ଷର ଇତିହାସରେ କେବେ ଦେଖିନି । ଏହା ମାନବତା ପାଇଁ କଳା ଅଧ୍ୟାୟ ।

ଆଇଏମଏଫ ଦ୍ବାରା ଏହି ସଙ୍କଟର ମୁକାବିକା ପାଇଁ ଆର୍ଥିକ ଉପାୟ ବାହାର କରି ଜର୍ଜିଭା କହିଛନ୍ତି ଯେ, ଆଇଏମଏଫ ଦେଶ ପାଇଁ ଜରୁରୀକାଳୀନ ଆର୍ଥିକ ସହାୟତାକୁ ଡବଲ କରି 50 ବିଲିୟନରୁ ବଢାଇ 100 ବିଲିୟନ ଡଲାର କରିଦେଇଛି ।

ଏହି ଜରୁରୀକାଳୀନ ଆର୍ଥିକ ପୋଷଣ ପାଇଁ ଆଇଏମଏଫ 85 ଦେଶର ରେକର୍ଡ ସଂଖ୍ୟା ସହ ସମ୍ପର୍କ କରିଛି । ତେବେ ଏ ନେଇ ଜର୍ଜିଭା ସଙ୍କେତ ଦେଇଛନ୍ତି ୟେ, ଆଇଏମଏଫ ବିକାଶଶୀଳ ଦେଶ ଓ ଉଦୀୟମାନ ବଜାର ପାଇଁ ଉତ୍ସଗୁଡ଼ିକୁ ପ୍ରାଥମିକତା ଦେବ । ଯେଉଁଭଳି ମେଡିକାଲ ସ୍ଥିତି ସହ ଅସୁସ୍ଥ ଲୋକଙ୍କୁ ଏହା ଶୀଘ୍ର ମାରୁଛି, ସେହିଭଳି ଦୁ୍ର୍ବଳ ଅର୍ଥବ୍ୟବସ୍ଥାକୁ ଏହା ଅଧିକ ବିବ୍ରତ କରି ରଖିଛି ।

ତେବେ ଏହାର ମୁକାବିଲା ଦର୍ଶାଇ ଜର୍ଜିଭା କହିଛନ୍ତି ଯେ, ‘‘ଆମ ପାଖରେ 1 ଟ୍ରିଲିୟନ ପାଣ୍ଠି ରହିଛି । ଏଣୁ ଏଭଳି ସଙ୍କଟଗ୍ରସ୍ଥ ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ଯେତେ ଆବଶ୍ୟକ ହେବ ସେଥିପାଇଁ ଆମେ ଦୃଢ ସଙ୍କଳ୍ପବଦ୍ଧ ।’’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.