ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଏବେ ସୁଦ୍ଧା ଆୟକର ବିଭାଗ 1.74 କୋଟି ଟଙ୍କାରୁ ଅଧିକ କରଦାତାଙ୍କୁ 1.81 ଲକ୍ଷ କୋଟି ଟଙ୍କା ରିଫଣ୍ଡ କରିଛି । ଏଥିମଧ୍ୟରୁ ବ୍ୟକ୍ତିଗତ ଆୟକର ଦୃଷ୍ଟିରୁ 1.71 କୋଟି କରଦାତାଙ୍କୁ 62,231 କୋଟି ଟଙ୍କା ଓ କମ୍ପାନୀ (କର୍ପୋରେଟ) କର ମାମଲାରେ 2.12 ଲକ୍ଷ କରଦାତାଙ୍କୁ ବିଭାଗ 1.19 ଲକ୍ଷ କୋଟି ଟଙ୍କା ଫେରସ୍ତ କରିଛି ।
ଏନେଇ ଆୟକର ବିଭାଗ ଟ୍ବିଟ କରି ଜଣାଇଛି । ଟ୍ବିଟରରରେ ବିଭାଗ କହିଛି କି, ‘‘ସିବିଡିଟି 2020 ଏପ୍ରିଲ ପହିଲାରୁ 2021 ଜାନୁଆରୀ 25 ମଧ୍ୟରେ 1.74 ଲକ୍ଷରୁ ଅଧିକ କରଦାତାଙ୍କୁ 1,81,336 କୋଟି ଟଙ୍କା ରିଫଣ୍ଡ କରିଛି ।
(ପିଟିଆଇ)