ETV Bharat / business

ଜିଏସଟି ଦୁର୍ନୀତି: ଆଦାୟ ଠୁ ଟପୁଛି ଠକେଇ ରାଶି

ଚଳିତ ଆର୍ଥିକ ବର୍ଷ 11 ମାସ(ଏପ୍ରିଲରୁ ଫେବୃଆରୀ) ମଧ୍ୟରେ ସରକାର 20ହଜାର କୋଟି ଟଙ୍କା ଜିଏସଟି(ଦ୍ରବ୍ୟ ଓ ସେବା କର) ହେରାଫେରୀର ଚିହ୍ନଟ କରିଛନ୍ତି ।

author img

By

Published : Mar 1, 2019, 2:56 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ସରକାର ଯେତେ କଡା ନିୟମ କଲେ ବି ସୁଧୁରୁ ନାହାନ୍ତି କରଦାତା । ଫର୍ଜି ବିଲ ଦେଇ ହଡପ କରିଚାଲିଛନ୍ତି କୋଟି କୋଟି ଟଙ୍କାର କର । ଚଳିତ ଆର୍ଥିକ ବର୍ଷ 11 ମାସ(ଏପ୍ରିଲରୁ ଫେବୃଆରୀ) ମଧ୍ୟରେ ସରକାର 20ହଜାର କୋଟି ଟଙ୍କା ଜିଏସଟି(ଦ୍ରବ୍ୟ ଓ ସେବା କର) ହେରାଫେରୀର ଚିହ୍ନଟ କରିଛନ୍ତି ।

ଗୋଟିଏ ପଟେ ଜିଏସଟି ଆଦାୟ କୋଟିଏ ଟଙ୍କାରେ ପହଞ୍ଚିଥିବା ବେଳେ ଅନ୍ୟପଟେ ଠକେଇ ଡବଲ ହାରରେ ବଢିଚାଲିଛି । ଦିନକୁ ଦିନ ଏପରି ଜିଏସଟି ଠକେଇ ଘଟଣା ବଢିବାକୁ ଲାଗିଛି । ଏପ୍ରିଲରୁ ନଭେମ୍ବର ମଧ୍ୟରେ 12 ହଜାର କୋଟିର କର ଠକେଇର ଖୁଲାସା ହୋଇଥିବା ବେଳେ ଏବେ ଏହି ହାର ବୃଦ୍ଧି ପାଇ 20 ହଜାରରେ ପହଞ୍ଚିଛି । ଏଥିରୁ ସ୍ପଷ୍ଟ ଯେ, ମାତ୍ର 4 ମାସରେ ପାଖାପାଖି 8 ହଜାର କୋଟିର ଟିକସ ଚୋରି ହୋଇଛି । ତେବେ ଏହାକୁ ରୋକିବା ପାଇଁ କିଛି କଠୋର ପଦକ୍ଷେପ ନିଆଯିବ ବୋଲି ସିବିଆଇସି(ସେଣ୍ଟ୍ରାଲ ବୋର୍ଡ ଅଫ ଇନଡାଇରେକ୍ଟ ଟ୍ୟାକ୍ସଜ ଏଣ୍ଡ କଷ୍ଟମ)ର ସଦସ୍ୟ ଜାନ ଜୋସେଫ କହିଛନ୍ତି ।

2018-19 ଆର୍ଥିକ ବର୍ଷରର ପ୍ରଥମ 11 ମାସରେ 20 ହଜାର କୋଟି ଜିଏସଟି ଚୋରିର ଖବର ମିଳିଛି । ସେଥିମଧ୍ୟରୁ 10ହଜାର କୋଟି ଜବତ କରାଯାଇଛି । ମଙ୍ଗଳବାର 1500 କୋଟିର ନକଲି ଇନବାୟସ (ଫର୍ଜି ବିଲ) ସ୍ତମ୍ଭରେ ତଥ୍ୟ ମିଳିଛି । ଏହାକୁ ବ୍ୟବହାର କରି କରଦାତା 75ହଜାର କୋଟିର ଜିଏସଟି କ୍ରେଡିଟ କ୍ଷେତ୍ରରେ ବ୍ୟବହାର କରିଛନ୍ତି । ଯେଉଁଥିରୁ ବର୍ତ୍ତମାନ ସୁଦ୍ଧା 25ହଜାର କୋଟି ହାତକୁ ଆସିଛି ।

ପ୍ରକାଶ ଥାଉ ଯେ, ଜାନୁଆରୀରେ ଜିଏସଟି ଆଦାୟ କୋଟିଏ ପାର କରିଛି । ଏହା ପୂର୍ବରୁ ଅକ୍ଟୋବରରେ ମଧ୍ୟ ଏହି ସୀମା କୋଟିଏ ଟପିଥିଲା । ଜିଏସଟି ସାହାଯ୍ୟରେ ଅଧିକ ଆଦାୟ ସରକାର ମାଲାମାଲ ହେଉଥିବା ବେଳେ କର ଚୋରି ଉପରେ ଲଗାମ ଲଗାଇବାକୁ ଅକ୍ଷମ ହୋଇଛନ୍ତି ।

ତେବେ ଫେବୃଆରୀ 24ରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦ ନିର୍ମାଣଧୀନ ଘର ଉପରେ ଜିଏସଟି ସ୍ଲାବକୁ 5 ପ୍ରତିଶତକୁ ଖସାଇ ଦେଇଛନ୍ତି । ଏହା ଦ୍ବାରା ଯଦି ଓ ଟିକସ କମ ମିଳିବ ହେଲେ ରିଟର୍ଣ୍ଣ ଫାଇଲ ଠିକ ସମୟରେ ହେବ ବୋଲି ବିଭାଗ ପକ୍ଷରୁ ଆଶା ରହିଛି ।

undefined

Slug , vijay ustav, avb , Puri , 26.2.19

Anchor,,, ପାକିସ୍ତାନ ଭିତରେ ପଶି ଆତଂକ ବାଦୀ ଙ୍କୁ ଭାରତୀୟ ବାୟୁ ସେନା ଜବାବ କୁ ନେଇ ସାରା ଦେଶରେ ବାୟୁ ସେନା କୁ ପ୍ରଶଂସା କରାଯାଇଛି। ତେବେ  ପୁରୀ ରେ abvp ପକ୍ଷରୁ ଏହାକୁ ବିଜୟ ଦିବସ ଭାବେ ପାଳନ କରାଯାଇଛି। ବଡ଼ ଦାଣ୍ଡ ରେ abvp କର୍ମୀ ରାଲି ବାହାର କରିବା ବାଜା ବଜାଇ , ନାଚି ସିଂହ ଦ୍ୱାର ସମୁଖ ରେ ବିଜୟ ଦିବସ ପାଳନ କରିଛନ୍ତି। ଆଗାମୀ ଦିନରେ ମଧ୍ୟ ପାକିସ୍ତାନ କୁ କଡା ଜବାବ ଦେବାକୁ ସରକାର ଙ୍କୁ ଆହ୍ୱାନ ଦେଇଚି abvp। ଏହା ଦ୍ୱାରା ପାକିସ୍ତାନ କୁ ଶାସ୍ତି ମିଳିବ ବୋଲୀ abvp କହିଛି।

ବାଇଟ ,, abvp କର୍ମୀ

Ftp ରେ ଭିଜୁଆଲ ବାଇଟ ଯାଇଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.