ETV Bharat / business

ଆସନ୍ତା 19ରେ ଜିଏସଟି ବୈଠକ, ଲାଗୁ ହେବ ନୂଆ ଗାଇଡଲାଇଲ - meet

ଆସନ୍ତା 19ରେ ବସିବ ଜିଏସଟି ପରିଷଦର 34ତମ ବୈଠକ । ତେବେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ଯୋଗୁଁ ଏହି ବୈଠକରେ ସେପରି କୌଣସି ଆଖିଦୃଷ୍ଟିଆ ନିଷ୍ପତ୍ତି ନିଆଯିବ ନାହିଁ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ@ଟ୍ବିଟର
author img

By

Published : Mar 13, 2019, 12:23 PM IST

ନୂଆଦିଲ୍ଲୀ: ଆସନ୍ତା 19ରେ ବସିବ ଜିଏସଟି ପରିଷଦର 34ତମ ବୈଠକ । ତେବେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ଯୋଗୁଁ ଏହି ବୈଠକରେ ସେପରି କୌଣସି ଆଖିଦୃଷ୍ଟିଆ ନିଷ୍ପତ୍ତି ନିଆଯିବ ନାହିଁ । କିନ୍ତୁ ଗତ ବୈଠକରେ ନିର୍ମାଣଧୀନ ଘର ଶସ୍ତା ହେବା ନେଇ ନିଆଯାଇଥିବା ନିଷ୍ପତ୍ତି ନେଇ ଗାଇଡଲାଇନ ପ୍ରସ୍ତୁତ ହେବ ।

ଏପ୍ରିଲ 11ରୁ ଆରମ୍ଭ ଲୋକସଭା ନିର୍ବାଚନ ପ୍ରକ୍ରିୟା । ଏଥିଯୋଗୁଁ ରବିବାର ନିର୍ବାଚନ ଆୟୋଗ ଲାଗୁ କରିଦେଇଛନ୍ତି ସମସ୍ତ ଆଦର୍ଶ ଆଚରଣ ବିଧି । ନିର୍ମାଣଧୀନ ପ୍ରପର୍ଟି ଉପରେ ଜିଏସଟି ହ୍ରାସ ହେବା ଦ୍ବାରା କଣ ଲାଭ ହେବ । ରାଜକୋଷକୁ କେତେ ପରିମାଣର କ୍ଷତି ସହିବାକୁ ପଡିବ । ଆଉ ଏ ନେଇ କଣ ସବୁ ସର୍ତ୍ତ ରହିବ, ସେ ନେଇ ଏହି ବୈଠକରେ ଆଲୋଚନା କରାଯିବ ।

ଫେବୃଆରୀ 20ରେ ଅନୁଷ୍ଠିତ 33ତମ ଜିଏସଟି ବୈଠକରେ ଫ୍ଲାଟ ଉପରେ କର ବ୍ୟବସ୍ଥାକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇ ପାରିଲାନି । ଏଣୁ ଏନେଇ 24ରେ ପୁଣି ଥରେ ବୈଠକ ବସିଥିଲା । ଏଥିରେ ନିର୍ମାଣାଧୀନ ଘର ଉପରେ ଜିଏସଟି ସ୍ଲାବ 12%ରୁ ହ୍ରାସ କରି 5% କରାଯାଇଥିଲା । ଏପ୍ରିଲରୁ ଏହି ନୂଆ ନିୟମକୁ କାର୍ଯ୍ୟକାରୀ କରାଯିବା ନେଇ ଘୋଷଣା କରାଯାଇଥିଲା ।

ଏଥିସହ ଏହି ବୈଠକରେ ଇନପୁଟ ଟ୍ୟାକ୍ସ କ୍ରେଡିଟକୁ ହଟାଇ ଦିଆଯାଇଛି । ଏହା ବ୍ୟତୀତ ଆପର୍ଡେଲେବଲ ହାଉସିଙ୍ଗ ପ୍ରୋଜେକ୍ଟ ପାଇଁ ଟିକସ ହାର 8% ରୁ 1% କୁ ହ୍ରାସ କରାଯାଇଛି । ଟିକସ ହ୍ରାସ ଯୋଗୁଁ ରିଅଲ ଇଷ୍ଟେଟ ବ୍ୟବସାୟଙ୍କୁ ପ୍ରୋତ୍ସାହନ ମିଳିବା ସହ ଲୋକେ ଘର କିଣିବାକୁ ଆଗ୍ରହ ହେବେ । ଯାହା ଫଳରେ 2022 ସୁଦ୍ଧା ସମସ୍ତ ଭାରତୀୟଙ୍କ ପାଖରେ ନିଜସ୍ବ ଘର ରହିପାରିବ ବୋଲି ବୈଠକ ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଦର୍ଶାଇଥିଲେ ।

Intro:Body:

ହାଇଦ୍ରାବାଦ: ଅମ୍ବାନୀଙ୍କ ବିଗ ଫ୍ୟାଟ ୱେଡିଂରେ ସାମିଲ ହୋଇଛନ୍ତି ବଲିଉଡର ପ୍ରାୟ ଷ୍ଟାର । ସେଠାରୁ ସମସ୍ତଙ୍କ ଲୁକ ଓ ଭିଡିଓ ଭାଇରାଲ ହୋଇଥିବାବେଳେ ସୋସିଆଲ ମିଡିଆର ନଜର କିନ୍ତୁ ବଚ୍ଚନ ଖାନଦାନର ଝିଅ ଆରାଧ୍ୟାଙ୍କ ଉପରେ । ତେବେ ଆରାଧ୍ୟା କଣ କରିଛନ୍ତି ଚାଲନ୍ତୁ ଜାଣିବା...

ପାର୍ଟିରେ ଅଭିଶେକ ଓ ଐଶ୍ବର୍ଯ୍ୟା ଝିଅ ଆରାଧ୍ୟା ସହ ପହଞ୍ଚିଥିବାବେଳେ ମିଡିଆ ମଧ୍ୟ ସେମାନଙ୍କ ଫଟୋ ଉଠାଇବାକୁ ବେଶ ଉତ୍ସାହିତ ଥିଲେ । କିନ୍ତୁ ସେହି ସମୟରେ ଆରାଧ୍ୟା ଏମିତି କିଛି କରିଥିଲେ ଯାହାର  ଭିଡିଓ ଦେଖିଲେ ଆପଣ ହସିହସି ବେଦମ ହେବେ ।

କ୍ୟାମେରା ସାମନାକୁ ଆସିବା ପରେ କ୍ୟାମେରାମ୍ୟାନ ସମସ୍ତେ ବାମ, ଡାହାଣ, ସିଧା ଲୁକ ଦେବାକୁ କହୁଥିବାବେଳେ ଆରାଧ୍ୟା ବି ଥିଲେ ମସ୍ତୀ ମୁଡରେ । ଆଉ କ୍ୟାମେରାମ୍ୟାନଙ୍କ କହିବାନୁଯାୟୀ ସେ ତାଙ୍କ ମୁଣ୍ଡ ବାମ, ଡାହାଣ, ସିଧା,ଉପରକୁ କରି କ୍ୟୁଟ ଏକ୍ସପ୍ରେସନ ଦେଇ ଚାଲିଥିଲେ । ଆଉ ଏହା ଦେଖି ଐଶ ବି ପରେ ତାଙ୍କୁ ଏମିତ ନକରିବାକୁ କହିବା ସହ କେଉଁଆଡେ ଲୁକ ଦେବାକୁ ହେବ କହିଥିଲେ ।

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.