ETV Bharat / business

ଏୟାର ଇଣ୍ଡିଆ ବିକ୍ରି ପାଇଁ ଜୁନ 30କୁ ବଢିଲା ବିଡିଂ ଅବଧି - ବିକ୍ରି ହେବ ଏୟାର ଇଣ୍ଡିଆ

ଏୟାର ଇଣ୍ଡିଆ ନିଲାମୀ ପାଇଁ ବିଡିଂ ଅବଧିକୁ ଦ୍ବିତୀୟ ଥର ବଢାଯାଇଛି । ଋଣ ଭାରରେ ବୁଡି ରହିଥିବା ଏହି ରାଷ୍ଟ୍ରାୟତ ବିମାନ କମ୍ପାନୀର ବିକ୍ରି ପ୍ରକ୍ରିୟା ଜାନୁଆରୀ 27ରୁ ଆରମ୍ଭ ହୋଇଥିଲା । ଅଧିକ ପଢନ୍ତୁ..

Govt extends deadline to submit bids for Air India sale till June 30
ଏୟାର ଇଣ୍ଡିଆ ଘରୋଇକରଣ
author img

By

Published : Apr 28, 2020, 10:58 PM IST

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର 100 ପ୍ରତିଶତ ଅଂଶଧନ ବିକ୍ରି ପାଇଁ ଜୁନ 30କୁ ଘୁଞ୍ଚିଲା ବିଡିଂ ପ୍ରକ୍ରିୟା । କୋରୋନା କଟକଣା ଯୋଗୁଁ ବାଧାପ୍ରାପ୍ତ ଆର୍ଥିକ ଗତିବିଧିକୁ ନଜରରେ ରଖି ଏଭଳି ନିର୍ଣ୍ଣୟ ନିଆଯାଇଛି ।

ଏହାକୁ ମିଶାଇ ଏୟାର ଇଣ୍ଡିଆ ନିଲାମୀ ପାଇଁ ବିଡିଂ ଅବଧିକୁ ଦ୍ବିତୀୟ ଥର ବଢାଯାଇଛି । ଋଣ ଭାରରେ ବୁଡି ରହିଥିବା ଏହି ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀର ବିକ୍ରି ପ୍ରକ୍ରିୟା ଜାନୁଆରୀ 27ରୁ ଆରମ୍ଭ ହୋଇଥିଲା ।

ନିବେଶ ଓ ସରକାରୀ ସମ୍ପତ୍ତି ପରିଚାଳନା ବିଭାଗ (ଡିଆଇପିଏଏମ) ପକ୍ଷରୁ ଏୟାର ଇଣ୍ଡିଆ ବିକ୍ରି ନେଇ ସଂଶୋଧିତ ରୁଚି ପତ୍ର ଜାରି କରାଯାଇଛି । ଏଥିରେ ଦର୍ଶାଯାଇଛି ଯେ, କୋଭିଡ-19 ଯୋଗୁଁ ଉପୁଜିଥିବା ସ୍ଥିତି ଯୋଗୁଁ 'ଆଇବି (ଆଗ୍ରହୀ ବିଡର)ଙ୍କ ଅନୁରୋଧ ରକ୍ଷା କରି ବିଡିଂ ସମୟସୀମାକୁ ବଢାଇ ଦିଆଯାଇଛି ।

ଏହାପୂର୍ବରୁ ଜାନୁଆରୀରେ ରୁଚିପତ୍ର ଜାରି କରାଯାଇଥିଲା । ସେତେବଳେ ବିଡିଂ ଶେଷ ତାରିଖ 17 ମାର୍ଚ୍ଚ ଥିଲା । ଯାହାକୁ ବଢାଇ 30 ଏପ୍ରିଲକୁ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ଏହାକୁ 30 ଜୁନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.