ETV Bharat / business

ଆସିପାରେ ଦ୍ବିତୀୟ ଆର୍ଥିକ ପ୍ୟାକେଜ, ସଙ୍କେତ ଦେଲେ ସରକାର - ଅର୍ଥନୀତିକୁ ବୁଷ୍ଟର

କୋରୋନା ସଙ୍କଟ ଓ ଲକଡାଉନରେ ପ୍ରଭାବିତ ଅର୍ଥନୀତିକୁ ଭିଟାମିନ ଦେବା ପାଇଁ ସରକାର ପୁଣି ଥରେ ଆର୍ଥିକ ପ୍ୟାକେଜର ଘୋଷଣା କରିପାରନ୍ତି । ଏ ନେଇ ସରକାରୀ ସ୍ତରରୁ ସଙ୍କେତ ରହିଛି । ଅଧିକ ପଢନ୍ତୁ..

Government hints at fresh stimulus once Covid-19 cases dip

author img

By

Published : Aug 26, 2020, 7:30 PM IST

ମୁମ୍ବାଇ: କୋଭିଡ-19 ସଂକ୍ରମଣ ପ୍ରଭାବ ହ୍ରାସ ଓ ଲୋକଙ୍କ ମନରୁ ଏହାର ଭୟ ଦୂରେଇବା ପରେ ସରକାର ଦ୍ବିତୀୟ ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଜାରି କରିପାରନ୍ତି । ଅର୍ଥମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଏ ନେଇ ସୂଚନା ଦଇଛନ୍ତି ।

ଅର୍ଥମନ୍ତ୍ରାଳୟ ବ୍ୟୟ ସଚିବ ଟି . ଭି ସୋମନାଥନ କହିଛନ୍ତି କି, ସରକାର ପ୍ରତ୍ୟକ୍ଷ ଲାଭ ଟ୍ରାନ୍ସଫର ଦ୍ବାରା ବ୍ଯାଙ୍କ ଖାତାକୁ ଯେତେ ଟଙ୍କା ଆସିଛି , ସେଥିରେ ଦେଖିବାକୁ ମିଳିଛି କି 40 ପ୍ରତିଶତ ବ୍ୟୟ କରାଯାଇନାହିଁ । ବରଂ ତାହାକୁ ସଞ୍ଚୟ କରି ରଖାଯାଇଛି । ଏଥିରୁ ଜଣାପଡିଛି କି ପ୍ରୋତ୍ସାହନ ପଦକ୍ଷେପର ଲିମିଟ ରହିଛି । ସମୟ ଅନୁସାର ଏହାକୁ ବଣ୍ଟନ କରାଯିବ ।

ଡୁନ ଆଣ୍ଡ ବ୍ରେଡଷ୍ଟ୍ରିଟ ଇଣ୍ଡିଆର ଏକ କାର୍ଯ୍ୟକ୍ରମରେ ସୋମନାଥନ କହିଛନ୍ତି କି, ବର୍ତ୍ତମାନ ସମୟରେ ସ୍ବାଭାବିକ ଆର୍ଥିକ ଗତିବିଧି ଥମିଯାଇଛି । ଏଭଳି ସମୟରେ କୋରୋନା ସଙ୍କଟ ଭୟ ଲୋକଙ୍କୁ ଅଧିକ ଘାରିଛି । ଦେଶର ବିଭିନ୍ନ ଭାଗରେ ସ୍ବାସ୍ଥ୍ୟ ସ୍ଥିତି ବହୁତ ଦୁର୍ବଳ ରହିଛି । ଆର୍ଥିକ ଓ ବୀମା କ୍ଷେତ୍ର ବ୍ୟତିତ ସିନେମାହଲ , ମଲ, ଓ ରେସ୍ତେରା ଭଳି ଘରୋଇ ସେବା ଗଭୀର ଭାବେ ପ୍ରଭାବିତ ।

ଆଉ ଏଭଳି ଘଡିସନ୍ଧି ସମୟରେ ସରକାର ପୁଣି ଥରେ ଲୋକଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେଇପାରନ୍ତି । ତେବେ ଅର୍ଥବ୍ୟବସ୍ଥାରେ ସୁଧାର ଲୋକଙ୍କ ମଧ୍ୟରେ କୋଭିଡ-19 ର ଡର ଦୂରେଇବା ପରେ ସମ୍ଭବ ହେବ ବୋଲି ସୋମନାଥନ କହିଛନ୍ତି ।

ଯେବେ ଲୋକଙ୍କ ମଧ୍ୟରେ ସ୍ବାସ୍ଥ୍ୟ ଚିନ୍ତା କମ ହେବ, ସେବେ ସରକାର ଆର୍ଥିକ ପ୍ରୋତ୍ସାହନ ଦେଇ ଅର୍ଥବ୍ୟବସ୍ଥାକୁ ବୁଷ୍ଟର ଦେବେ ।

ପ୍ରକାଶ ଯେ, ସରକାର ପ୍ରଥମ ଆର୍ଥିକ ପ୍ୟାକେଜ ଘୋଷଣା ମାର୍ଚ୍ଚ ଶେଷରେ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.