ETV Bharat / business

ବଢିଲା ECLGS ସ୍କିମ ପରିସର; ମିଳିବ 2 କୋଟି ଋଣ, ଗ୍ୟାରେଣ୍ଟି ପଡିବେ ସରକାର

କୋଭିଡ ମୁକାବିଲା ପାଇଁ ବଢିଲା ଇସିଏଲଜିଏସ 4.0ର ପରିସର। ଇସିଏଲଜିଏସ ଅଧିନରେ ହସ୍ପିଟାଲ, ନର୍ସିଂହୋମ , କ୍ଲିନିକ ଓ ମେଡିକାଲରେ ଅକ୍ସିଜେନ ପ୍ଲାଣ୍ଟ ପାଇଁ ମିଳିବ 2 କୋଟି ର ଋଣ । ଆଉ ଏହି ଋଣର ଶତ ପ୍ରତିଶତ ଗ୍ୟାରେଣ୍ଟି ନେବେ ସରକାର । ଅଧିକ ପଢନ୍ତୁ...

ବଢିଲା ECLGS ସ୍କିମ ପରିସର; ମିଳିବ 2 କୋଟି ଋଣ, ଗ୍ୟାରେଣ୍ଟି ପଡିବେ ସରକାର
ବଢିଲା ECLGS ସ୍କିମ ପରିସର; ମିଳିବ 2 କୋଟି ଋଣ, ଗ୍ୟାରେଣ୍ଟି ପଡିବେ ସରକାର
author img

By

Published : May 30, 2021, 10:04 PM IST

Updated : May 31, 2021, 3:40 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନାର ଦ୍ବିତୀୟ ଲହରୀ କାରଣରୁ ଆର୍ଥିକ ସଙ୍କଟକୁ ଦୃଷ୍ଟିରେ ରଖି ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏମର୍ଜେନ୍ସି କ୍ରେଡେଟଲାଇନ ଗ୍ୟାରେଣ୍ଟି ଯୋଜନା( Emergency Credit Line Guarantee Scheme ECLGS)ର ବିସ୍ତାର କରିଛନ୍ତି ।

ଇସିଏଲଜିଏସ 4.0(ECLGS 4.0) ଅନ୍ତର୍ଗତ ହସ୍ପିଟାଲ, ନର୍ସିଂହୋମ, କ୍ଲିନିକ, ମେଡିକାଲ କଲେଜଗୁଡିକୁ ଅନସାଇଟ୍‌ ଅକ୍ସିଜେନ ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ ସ୍ଥାପନା ପାଇଁ ଦିଆଯାଇଥିବା 2 କୋଟି ପର୍ଯ୍ୟନ୍ତ ଋଣ ଉପରେ 100 ପ୍ରତିଶତ ଗ୍ୟାରେଣ୍ଟି କଭର ଦିଆଯିବ । ଏହା ଉପରେ 7.5 ପ୍ରତିଶତ ସୁଧ ଦର ସ୍ଥିର କରାଯାଇଛି ।

ଅନ୍ୟପକ୍ଷେ ସରକାର ECLGS 1.0 ସ୍କିମ୍‌ର ଅବଧି ବଢାଇବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । ଏହି ସ୍କିମର ବୈଧତା 30 ଡିସେମ୍ବର 2021 କିମ୍ବା ଯେତେ ପର୍ଯ୍ୟନ୍ତ 3 ଲକ୍ଷ କୋଟିର ଋଣ ବଣ୍ଟନ ନହୋଇଛି, ସେତେଯାଏଁ ବୃଦ୍ଧି କରିବାର ନିଷ୍ପତ୍ତି ନିଆଯାଇଛି ।

ମନ୍ତ୍ରଣାଳୟ ପକ୍ଷରୁ ଜାରି ବୟାନ ଅନୁଯାୟୀ, ଯଦି ଜଣେ 'ଇସିଏଲଜିଏସ 1.0' ଅନ୍ତର୍ଗତ ଋଣ ନିଏ, ତେବେ ତାକୁ 4 ବର୍ଷ ପରିବର୍ତ୍ତେ ଋଣ ପରିଶୋଧ ପାଇଁ 5 ବର୍ଷର ସମୟ ମିଳିବ । ଅର୍ଥାତ 24 ମାସ ପାଇଁ ସୁଧ ଦେବାକୁ ପଡିବ ଓ ମୂଳଧନ ଏବଂ ସୁଧ ମିଶି ମୋଟ 36 ମାସରେ ପରିଶୋଧ କରିବାକୁ ପଡିବ ।

ମହାମାରୀ ସମୟରେ ଲକଡାଉନ କାରଣରୁ କାରବାର ଉପରେ ଉତ୍ପନ୍ନ ହୋଇଥିବା ସଙ୍କଟକୁ ହ୍ରାସ କରିବା ପାଇଁ 2020ରେ ଏମର୍ଜେନ୍ସି କ୍ରେଡିଟ ଲାଇନ ଗ୍ୟାରେଣ୍ଟି ସ୍କିମ(ECLGS )ର ଆରମ୍ଭ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏମଏସଏମଇ, ମୁଦ୍ରା ଯୋଜନାରେ ଋଣଗ୍ରହୀତାଙ୍କୁ ସମ୍ପୂର୍ଣ୍ଣ ଗ୍ୟାରେଣ୍ଟି ତଥା ଗ୍ୟାରେଣ୍ଟି ଫ୍ରି ଋଣ ପ୍ରଦାନ କରିବା ଏହି ଯୋଜନାର ଉଦ୍ଦେଶ୍ୟ ।

Last Updated : May 31, 2021, 3:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.