ETV Bharat / business

ଅର୍ଥନୀତିରେ ସୁଧାର ଜାରି, ଅଭିବୃଦ୍ଧି 13.5 % ରହିପାରେ: ନୋମୁରା

author img

By

Published : Feb 16, 2021, 5:12 PM IST

କୋଭିଡ-19 ମହାମାରୀ ପ୍ରତିହିତ ପାଇଁ ଲାଗୁ ଲକଡାଉନ ଓ ସାର୍ବଜନୀକ କଟକଣା ଯୋଗୁଁ ଭାରତୀୟ ଅର୍ଥବ୍ୟବସ୍ଥା ଗଭୀର ଭାବେ ପ୍ରଭାବିତ । କଟକଣା କୋହଳ ଓ ସରକାରଙ୍କ ବିଭିନ୍ନ ଉପାୟ ପରେ ଅର୍ଥନୀତି କ୍ରମାଗତ ସୁଧୁରିଛି । ଅଧିକ ପଢନ୍ତୁ..

ଅର୍ଥନୀତିରେ ସୁଧାର ଜାରି, ଅଭିବୃଦ୍ଧି 13.5 % ରହିପାରେ : ନୋମୁରା

ନୂଆଦିଲ୍ଲୀ: ଭାରତର ଅର୍ଥନୈତିକ ଗତିବିଧି ସୁଧାର ପଥରେ । ଆର୍ଥିକ ବର୍ଷ 2021-22 ରେ ଆର୍ଥିକ ବୃଦ୍ଧି ହାର 13.5 ପ୍ରତିଶତ ରହିବ । ଏ ନେଇ ଆକଳନ କରିଛି ଜାପାନର ଆର୍ଥିକ ସେବା କମ୍ପାନୀ ନୋମୁରା ।

କୋଭିଡ-19 ମହାମାରୀ ପ୍ରତିହିତ ପାଇଁ ଲାଗୁ ଲକଡାଉନ ଓ ସାର୍ବଜନୀକ କଟକଣା ଯୋଗୁଁ ଭାରତୀୟ ଅର୍ଥବ୍ୟବସ୍ଥା ଗଭୀର ଭାବେ ପ୍ରଭାବିତ । କଟକଣା କୋହଳ ଓ ସରକାରଙ୍କ ବିଭିନ୍ନ ଉପାୟ ପରେ ଅର୍ଥନୀତି କ୍ରମାଗତ ସୁଧୁରିଛି । ବିଭିନ୍ନ ସେକ୍ଟର ଓ ଆର୍ଥିକ ଗତିବିଧି ସକରାତ୍ମକ ରହୁଛି । ଏସହୁକୁ ଦୃଷ୍ଟିରେ ରଖି ନୋମୁରା ଆସନ୍ତା ଆର୍ଥିକ ବର୍ଷର ଅଭିବୃଦ୍ଧି ହାରକୁ ନେଇ ପଜେଟଭ ଆକଳନ କରିଛି ।

ନୋମୁରାର ଅର୍ଥନୈତିକ ଗତିବିଧିର ସଙ୍କେତ ସୂଚକାଙ୍କ ‘ ନୋମୁରା ଇଣ୍ଡିଆ ବିଜନେସ ରିଜର୍ଭେସନ ଇଣ୍ଡେର୍ସ ଫେବୃଆରୀ 14 କୁ ସମାପ୍ତ ସପ୍ତାହରେ ସୁଧୁରି 98.1 ପଏଣ୍ଟରେ ପହଞ୍ଚିଛି । 1 ସପ୍ତାହ ପୂର୍ବରୁ ଏହି ସୂଚକାଙ୍କ 95.9 ପଏଣ୍ଟରେ ଥିଲା । ଚଳିତ ଆର୍ଥିକ ବର୍ଷରେ ମହାମାରୀର ପ୍ରଭାବ ଯୋଗୁଁ ଭାରତର ମୋଟ ଘରୋଇ ଉତ୍ପାଦ ଜିଡିପିରେ 7.7 ପ୍ରତିଶତ ସଙ୍କୁଚନ ହେବା ଅନୁମାନ ଅଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଆସନ୍ତା ଆର୍ଥିକ ବର୍ଷରେ ଭାରତର ଜିଡିପି 10.5 ପ୍ରତିଶତ ରହିବା ନେଇ ଆକଳନ କରିଛି । ତେବେ ନୋମୁରା ଅନୁସାରେ ଚଳିତ ଆର୍ଥିକ ବର୍ଷ ଜିଡିପିରେ 6.7 ପ୍ରତିଶତ ହ୍ରାସ ଆସିବ । ଏହି ଆର୍ଥିକ ସେବା ଫାର୍ମର ଅନୁମାନ ରହିଛି କି ଆର୍ଥିକ ବର୍ଷ 2021-22ରେ ଭାରତୀୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି 13.5 ପ୍ରତିଶତ ରହିବ । ନୋମୁରାର ଏହି ସାପ୍ତାହିତ ରିପୋର୍ଟ ଅନୁସାରେ ଫେବୃଆରୀ 14କୁ ସମାପ୍ତ ସପ୍ତାହ ମଧ୍ୟରେ ସୁଧାର ସଙ୍କେତ ରହିଛି ।

ବିଦ୍ୟୁତ ଚାହିଦା ନିଶ୍ଚିତ ଭାବରେ 0.1 ପ୍ରତିଶତ ହ୍ରାସ ପାଇଛି । କିନ୍ତୁ ଏହା ପୂର୍ବ ସପ୍ତାହରେ 9.6 ପ୍ରତିଶତ, ବୃଦ୍ଧି ଉପରେ ପ୍ରଭାବ ପକାଇଥାଇପାରେ । ଶ୍ରମ ଅଂଶଗ୍ରହଣ ଅନୁପାତ ଏକ ସପ୍ତାହ ପୂର୍ବରୁ 40.9 ପ୍ରତିଶତରୁ 40.5 ପ୍ରତିଶତକୁ ଖସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.