ETV Bharat / business

ନୂଆ ରେକର୍ଡ, 538 ଅରବ ଡଲାରରେ ପହଞ୍ଚିଲା ବିଦେଶୀ ମୁଦ୍ରା ଭଣ୍ଡାର

author img

By

Published : Aug 15, 2020, 5:53 PM IST

ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଶୀର୍ଷ ସ୍ତରରେ ପହଞ୍ଚିଛି । କୋରୋନା ସଙ୍କଟ ମଧ୍ୟରେ ଭଣ୍ଡାର ସ୍ତର ରେକର୍ଡ ପରେ ରେକର୍ଡ ସୃଷ୍ଟି କରିଛି । ଅଧିକ ପଢନ୍ତୁ..

ନୂଆ ରେକର୍ଡ ,  538 ଅରବ ଡଲାରରେ ପହଞ୍ଚିଲା ବିଦେଶୀ ମୁଦ୍ରା ଭଣ୍ଡାର

ମୁମ୍ବାଇ: କୋରୋନା ସଙ୍କଟ ମଧ୍ୟରେ ଲଗାତାର ବଢିଚାଲିଛି ଦେଶର ବିଦେଶୀ ମୁଦ୍ରା ଭଣ୍ଡାର । ଅଗଷ୍ଟ 7 ରେ ସମାପ୍ତ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର 3.623 ଅରବ ଡଲାର ବୃଦ୍ଧି ପାଇ 538.191 ଅରବ ଡଲାର ସହ ରେକର୍ଡ ସ୍ତରରେ ପହଞ୍ଚିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ରିପୋର୍ଟରେ ଏ ନେଇ ସୂଚନା ଦିଆଯାଇଛି ।

ଏହା ପୂର୍ବରୁ ଜୁଲାଇ 31ରେ ସମାପ୍ତ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର 11.938 ଅରବ ଡଲାର ବୃଦ୍ଧି ହୋଇ 534.568 ଅରବ ଡଲାରରେ ପହଞ୍ଚିଥିଲା । ପ୍ରଥମ ଥର ପାଇଁ ଜୁନ 5ରେ ଶେଷ ହୋଇଥିବା ସପ୍ତାହରେ ଏହି ଭଣ୍ଡାର 500 ବିଲିୟନ ଡ଼ଲାର ଅତିକ୍ରମ କରିବା ସହ ନୂଆ ରେକର୍ଡ ସୃଷ୍ଟି କରିଥିଲା ।

ସେହି ସପ୍ତାହରେ ଭଣ୍ଡାର 8.223 ଅରବ ଡଲାର ବଢି 501.703 ଅରବ ଡଲାରରେ ପହଞ୍ଚିଥିଲା । ଅଗଷ୍ଟ 7ରେ ସମାପ୍ତ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧିର ମୁଖ୍ୟ କାରଣ ହେଉଛି ବିଦେଶୀ ମୁଦ୍ରା ସମ୍ପତ୍ତିର ବୃଦ୍ଧି । ଏହି ଅବଧିରେ ବିଦେଶୀ ମୁଦ୍ରା ସମ୍ପତ୍ତି 1.464 ଅରବ ଡ଼ଲାର ବଢି 492.293 ଅରବ ଡ଼ଲାରରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.