ETV Bharat / business

କୋରୋନା ଚାପ: ଆସନ୍ତା 3ରେ ବ୍ୟାଙ୍କ ପ୍ରମୁଖଙ୍କ ସହ ଅର୍ଥମନ୍ତ୍ରୀଙ୍କ ବୈଠକ - କେ. ଭି କାମଥଙ୍କ କମିଟି

ଗୁରୁବାର ଅର୍ଥମନ୍ତ୍ରୀ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ ଏବଂ ଏନବିଏଫସିର ସର୍ବୋଚ୍ଚ ପରିଚାଳନା ସହିତ 'ବ୍ୟାଙ୍କ ଋଣରେ କୋଭିଡ -19 ସମ୍ଭନ୍ଧୀୟ ଚାପକୁ ନେଇ ଏକ ସମାଧାନ ପ୍ରଣାଳୀର କାର୍ଯ୍ୟକାରିତା’ ସମୀକ୍ଷା କରିବେ। ଅଧିକ ପଢନ୍ତୁ..

ବ୍ୟାଙ୍କ ପ୍ରମୁଖଙ୍କ ସହ  ଅର୍ଥମନ୍ତ୍ରୀଙ୍କ ବୈଠକ

author img

By

Published : Aug 31, 2020, 1:25 PM IST

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା 3 ରେ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ ଓ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (ଏନବିଏଫସି) ପ୍ରମୁଖଙ୍କ ସହ ସମୀକ୍ଷା ବୈଠକ କରିବେ । କୋଭିଡ-19 ସହ ଜଡିତ ଆର୍ଥିକ ଚାପର ସମାଧାନ ପାଇଁ ଏକକାଳୀନ ଋଣ ପୁନର୍ଗଠନ ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ଏହି ବୈଠକ କରାଯାଉଛି ।

ଏହି ବୈଠକର ଲକ୍ଷ୍ୟ ହେଉଛି ଯୋଜନାର ସୁଗମ ଏବଂ ଶୀଘ୍ର କାର୍ଯ୍ୟକାରିତା ନିଶ୍ଚିତ କରିବା । ଅର୍ଥ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି କି, ‘‘ସମୀକ୍ଷା ସମୟରେ ଏହା ଲକ୍ଷ୍ୟ ରଖାଯିବ ଯେ ଶେଷରେ ବ୍ୟବସାୟ ତଥା ଲୋକମାନେ କିପରି ସମ୍ଭାବ୍ୟତା ଆଧାରରେ ପୁନରୁଦ୍ଧାର ବ୍ୟବସ୍ଥାକୁ ସଠିକ ଭାବରେ ବ୍ୟବହାର କରିବାରେ ସକ୍ଷମ ହେବେ। ସମୀକ୍ଷା ସମୟରେ ବିଭିନ୍ନ ଆବଶ୍ୟକୀୟ ପଦକ୍ଷେପ ଯେପରିକି ବ୍ୟାଙ୍କ ନୀତିର ଚୂଡାନ୍ତକରଣ ଏବଂ ଋଣ ନେଇଥିବା ବ୍ୟକ୍ତିଙ୍କ ପରିଚୟ ଉପରେ ଆଲୋଚନା କରାଯିବ । ଏଥିରେ ସୁଗମ ତଥା ଶୀଘ୍ର କାର୍ଯ୍ୟକାରିତା ପାଇଁ ସମାଧାନ ହେବା ଆବଶ୍ୟକ ବୋଲି ମଧ୍ୟ ଆଲୋଚନା କରାଯିବ।

ଏଥିରେ କୁହାଯାଇଛି ଯେ ଗୁରୁବାର ଅର୍ଥମନ୍ତ୍ରୀ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ ଏବଂ ଏନବିଏଫସିର ସର୍ବୋଚ୍ଚ ପରିଚାଳନା ସହିତ 'ବ୍ୟାଙ୍କ ଋଣରେ କୋଭିଡ -19 ସମ୍ଭନ୍ଧୀୟ ଚାପକୁ ନେଇ ଏକ ସମାଧାନ ପ୍ରଣାଳୀର କାର୍ଯ୍ୟକାରିତା’ ସମୀକ୍ଷା କରିବେ।

ଆରବିଆଇ ଚଳିତ ମାସ ଆରମ୍ଭରେ କହିଥିଲା ​​ଯେ ଖୁଚୁରା ଋଣ ନେଉଥିବା କମ୍ପାନୀ ଏବଂ ଲୋକଙ୍କୁ ରିଲିଫ ଯୋଗାଇବା ପାଇଁ ଏହା ଏକକାଳୀନ ପୁର୍ନଗଠନକୁ ଅନୁମୋଦନ କରିବ।

ଆରବିଆଇ ଅଗଷ୍ଟ 6 ରେ ଏ ନେଇ ଅଧିସୂଚନା ଜାରି କରି କହିଥିଲା କି, ଆର୍ଥିକ ଚାପଗ୍ରସ୍ଥ ଏମଏସଏମଇଗୁଡିକୁ 2021 ମାର୍ଚ୍ଚ 31 ଯାଏଁ ଲୋନ ରିଷ୍ଟ୍ରକଚରିଂ ବା ଋଣ ପୁର୍ନଗଠନ ସ୍କିମର ଫାଇଦା ଦିଆଯିବ । 2020 ମାର୍ଚ୍ଚ 1 ସୁଦ୍ଧା ଯଦି ସେମାନଙ୍କ ଋଣ ଆକାଉଣ୍ଟ ଷ୍ଟାଡାର୍ଡ ଭାବେ ବର୍ଗୀରଣ ହୋଇଥିବ, ତେବେ ସେମାନଙ୍କ ଏହି ସ୍କିମର ଲାଭ ଉଠାଇପାରିବେ । କେତେକ ଋଣର ପୁର୍ନଗଠନ ପାଇଁ ସ୍ପେଶାଲ ୱିଣ୍ଡୋ ତିଆରି ହେବ । ଏଥିପାଇଁ କେ. ଭି କାମଥଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଆବଶ୍ୟକୀୟ ଆର୍ଥିକ ମାପଦଣ୍ଡ ଉପରେ ଏ କମିଟି ଆରବିଆଇକୁ ପରାମର୍ଶ ଦେବ । ଏ ନେଇ ଆଗାମୀ ଅଧିସୂଚନା ସେପ୍ଟେମ୍ବର 6 ରେ ଜାରି ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.