ETV Bharat / business

ବଢୁଛି ଖର୍ଚ୍ଚ, ହ୍ରାସ ପାଉଛି ରାଜସ୍ବ: ବଢିଲା ଆର୍ଥିକ ଘାଟା

author img

By

Published : Nov 27, 2020, 10:50 PM IST

ବଢୁଛି ଖର୍ଚ୍ଚ । ହ୍ରାସ ପାଉଛି ରାଜସ୍ବ । ଫଳରେ ବୃଦ୍ଧି ହେଉଛି ଆର୍ଥିକ ଘାଟାର ପରିମାଣ । ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ଶେଷ ସୁଦ୍ଧା ଦେଶର ଆର୍ଥିକ ନିଅଣ୍ଟ ବଢି 9.53 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଅଧିକ ପଢନ୍ତୁ..

fiscal deficit at 120 pc of annual target at october end
ବଢୁଛି ଖର୍ଚ୍ଚ , ହ୍ରାସ ପାଉଛି ରାଜସ୍ବ:ବଢିଲା ଆର୍ଥିକ ଘାଟା

ନୂଆଦିଲ୍ଲୀ: ଚଳିତ ଆର୍ଥିକବର୍ଷର ଅକ୍ଟୋବର ଶେଷ ସୁଦ୍ଧା ଦେଶର ଆର୍ଥିକ ନିଅଣ୍ଟ/ ରାଜସ୍ବ ଘାଟା ବୃଦ୍ଧି ହୋଇ 9.53 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଯାହାକି ବାର୍ଷିକ ବଜେଟ ଲକ୍ଷ୍ୟର ପ୍ରାୟ 120 ପ୍ରତିଶତ । ଶୁକ୍ରବାର କଣ୍ଟ୍ରୋଲର ଜେନେରାଲ ଅଫ ଆକାଉଣ୍ଟ୍ସ (ସିଜିଏ) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏନେଇ ସୂଚନା ଦିଆଯାଇଛି ।

ରିପୋର୍ଟ ଅନୁସାରେ ଆର୍ଥିକ ନିଅଣ୍ଟ ବୃଦ୍ଧିର ମୁଖ୍ୟ କାରଣ ରାଜସ୍ବ ସଂଗ୍ରହ ହ୍ରାସ । କୋରୋନା ମହାମାରୀ ପ୍ରସାରଣ ରୋକିବା ପାଇଁ ଲଗାଯାଇଥିଲା ଲକଡାଉନ ଯୋଗୁଁ ଆର୍ଥିକ ଗତିବିଧି ଉପରେ ପ୍ରତିକୂଳ ପ୍ରଭାବ ପଡିଛି । ଆଉ ଏହାର ଗଭୀର ପ୍ରଭାବ ରାଜସ୍ବ ସଂଗ୍ରହରେ ପଡିଛି ।

ଏ ବର୍ଷ ସେପ୍ଟେମ୍ବ ଶେଷରେ ଆର୍ଥିକ ନିଅଣ୍ଟ ବାର୍ଷିକ ବଜେଟ ଅନୁମାନର 114.8 ପ୍ରତିଶତ ଥିଲା । ସିଜିଏ ତଥ୍ୟ ମୁତାବକ , ନିରେପକ୍ଷ ଭାବେ ଦେଖିଲେ ଆର୍ଥିକ ନିଅଣ୍ଟ 2020 ଅକ୍ଟୋବର ଶେଷରେ 9,53,154 କୋଟି ଟଙ୍କା ରହିଛି । ଯାହା ବଜେଟ ଅନୁମାନର 119.7 ପ୍ରତିଶତ । ଗତ ଆର୍ଥିକ ବର୍ଷ 2019-20ର ପ୍ରଥମ 7 ମାସରେ ଆର୍ଥିକ ନିୟଣ୍ଟ ବାର୍ଷିକ ଲକ୍ଷ୍ୟର 102.4 ପ୍ରତିଶତ ଥିଲା ।

ରାଜସ୍ବ ଓ ବ୍ୟୟ ମଧ୍ୟରେ ପାର୍ଥକ୍ୟ ଦର୍ଶାଉଥିବା ଆର୍ଥିକ ନିଅଣ୍ଟ ଏ ବର୍ଷ ଜୁଲାଇରେ ବାର୍ଷିକ ଲକ୍ଷ୍ୟର ଉପରକୁ ଟପିଯାଇଛି । ସରକାରଙ୍କ ଅକ୍ଟୋବର ସୁଦ୍ଧା ମୋଟ ପ୍ରାପ୍ତି 7,08,300 କୋଟି ଟଙ୍କା ରହିଛି । ଯାହା 2020-21ର ବଜେଟ ଅନୁମାନର 31.54 ପ୍ରତିଶତ ରହିଛି । ଏଥିରେ 5,75,697 କୋଟି ଟଙ୍କା ରାଜସ୍ବ ତଥା 1,16,206 କୋଟି ଟଙ୍କା ଅଣ ଟିକସ ରାଜସ୍ବ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.