ETV Bharat / business

କେନ୍ଦ୍ରର ବଡ ନିଷ୍ପତ୍ତି, 2021 ଜୁଲାଏ ଯାଏଁ ମିଳିବନି ମହଙ୍ଗା ଭତ୍ତା

author img

By

Published : Apr 23, 2020, 4:55 PM IST

କୋଭିଡ-19 ମହାମାରୀ କାରଣରୁ ଦେଶର ରାଜକୋଷ ଗଭୀର ଭାବେ ପ୍ରଭାବିତ ହେଉଛି । ଏଥିପାଇଁ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ହେବନି । ଆଗକୁ ରାଜ୍ୟ ବି କେନ୍ଦ୍ର ନିଷ୍ପତ୍ତିକୁ ଅନୁକରଣ କରିବ । ଅଧିକ ପଢନ୍ତୁ..

FinMin freezes increment on DA
କେନ୍ଦ୍ରର ବଡ ନିଷ୍ପତ୍ତି, 2021 ଜୁଲାଏ ଯାଏ ବଢିବନି ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ବଢୁଛି ଆର୍ଥିକ ବୋଝ । ଏଥିପାଇଁ ଖର୍ଚ୍ଚକୁ କମାଇବା ଆରମ୍ଭ କଲେଣି କେନ୍ଦ୍ର ସରକାର । ଏହି କ୍ରମରେ ସରକାର ନିଜ କର୍ମଚାରୀ ଓ ପେନସନଭୋଗୀଙ୍କୁ ମିଳୁଥିବା ମହଙ୍ଗା ଭତ୍ତାର ନୂଆ କିସ୍ତି ଉପରେ 2021 ଜୁଲାଇ ଯାଏଁ ରୋକ ଲଗାଇଛନ୍ତି ।

ତଥ୍ୟା ଅନୁଯାୟୀ, କୋଭିଡ-19 ମହାମାରୀ କାରଣରୁ ଦେଶର ରାଜକୋଷ ଗଭୀର ଭାବେ ପ୍ରଭାବିତ ହେଉଛି । ଏଥିପାଇଁ 2020 ଜାନୁଆରୀରୁ 2021 ଜୁଲାଇ 1 ମଧ୍ୟରେ ଦିଆଯିବାକୁ ଥିବା ମହଙ୍ଗା ଭତ୍ତା ଓ ରିଲିଫ କିସ୍ତି ପେମେଣ୍ଟ ସ୍ଥଗିତ ନେଇ ନିଷ୍ପତ୍ତି ନେଇଛନ୍ତି ସରକର ।

ସୂଚନା ଅନୁଯାୟୀ, ଏହି ପଦକ୍ଷେପ ଦ୍ବାରା ସରକାରଙ୍କର ଚଳିତ ଆର୍ଥିକ ବର୍ଷ 2020-21 ଏବଂ ପରବର୍ତ୍ତୀ ଆର୍ଥିକ ବର୍ଷ 2021-22 ରେ ମୋଟ 37,530 କୋଟି ଟଙ୍କା ସଞ୍ଚୟ ହେବ। ତେବେ, କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ବର୍ତ୍ତମାନର ସ୍ତରର ଭତ୍ତା ପ୍ରଦାନ ଜାରି ରହିବ ।

ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ 50 ଲକ୍ଷ କେନ୍ଦ୍ର କର୍ମଚାରୀ ଓ 61 ଲକ୍ଷ ପେନସନଭୋଗୀ ପ୍ରଭାବିତ ହେବେ ।

ତେବେ ଏଭଳି ମାମଲାରେ ରାଜ୍ୟ ମଧ୍ୟ କେନ୍ଦ୍ର ସରକାରଙ୍କୁ ଅନୁକରଣ କରିବ । ରାଜ୍ୟ ଯଦି ନିଜ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତାକୁ 3ଟି କିସ୍ତିରେ ପେମେଣ୍ଟ କରିବ ନାହିଁ , ତାହେଲେ ରାଜ୍ୟର 82 ହଜାର 566 ଟଙ୍କା ସଞ୍ଚୟ ହେବ । ଯାହାକି କୋରୋନା ମୁକାବିଲାରେ ସାହାଯ୍ୟ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.