ETV Bharat / business

ବ୍ୟାଙ୍କ ରୂପେ କାର୍ଡ ଓ ୟୁପିଆଇ ପେମେଣ୍ଟ ଆପକୁ ପ୍ରମୋଟ କରୁ: ଅର୍ଥମନ୍ତ୍ରୀ - ଆଇବିଏ 73 ତମ ବାର୍ଷିକ ସାଧାରଣ ସଭା

ବ୍ୟାଙ୍କ ଯଥାସମ୍ଭବ ଅଣ ଡିଜିଟାଲ ପେମେଣ୍ଟକୁ ନିରୁତ୍ସାହିତ କରିବା ସହ ପ୍ରବଳ ମାତ୍ରାରେ ୟୁନିଫାଇଏଡ ପେମଣ୍ଟ ଇଣ୍ଟରଫେସ କୁ ଆଗକୁ ବଢାଇ ଡିଜିଟାଲ ପେମେଣ୍ଟକୁ ଅଧିକ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି ଅର୍ଥମନ୍ତ୍ରୀ । ଅଧିକ ପଢନ୍ତୁ..

ବ୍ୟାଙ୍କ  ରୂପେ କାର୍ଡ ଓ ୟୁପିଆଇ ପେମେଣ୍ଟ ଆପକୁ ପ୍ରମୋଟ କରୁ: ଅର୍ଥମନ୍ତ୍ରୀ

author img

By

Published : Nov 10, 2020, 10:40 PM IST

ମୁମ୍ବାଇ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର କହିଛନ୍ତି ଯେ, ବ୍ୟାଙ୍କ ‘ରୂପେ କାର୍ଡ’କୁ ପ୍ରୋତ୍ସାହିତ କରୁ । ଏଥିସହ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ଯେପରି ଭାରତର ଏକ ଦିଗ୍ଗଜୟ ପ୍ରଡକ୍ଟ ବ୍ରାଣ୍ଡର ଖ୍ୟାତି ଅର୍ଜନ କରିବ ସେ ନେଇ ସୁନିଶ୍ଚିତ କରାଯାଉ ।

ବ୍ୟାଙ୍କ ଯଥାସମ୍ଭବ ଅଣ ଡିଜିଟାଲ ପେମେଣ୍ଟକୁ ନିରୁତ୍ସାହିତ କରିବା ସହ ପ୍ରବଳ ମାତ୍ରାରେ ୟୁନିଫାଇଏଡ ପେମଣ୍ଟ ଇଣ୍ଟରଫେସ କୁ ଆଗକୁ ବଢାଇ ଡିଜିଟାଲ ପେମେଣ୍ଟକୁ ଅଧିକ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି ଅର୍ଥମନ୍ତ୍ରୀ । ମଙ୍ଗଳବାର ସୀତାରମଣ ଭାରତୀୟ ବ୍ୟାଙ୍କ ଆସୋସିଏସନ (ଆଇବିଏ)ର 73 ତମ ବାର୍ଷିକ ସାଧାରଣ ସଭାକୁ ସମ୍ବୋଧିତ କରି ଏ ନେଇ କହିଛନ୍ତି ।

ଦେଶରେ ବିଶେଷ କରି କୋରୋନା ଭାଇରସ ମହାମାରୀ ମଧ୍ୟରେ ଡିଜିଟାଲ ଓ ସମ୍ପର୍କ ରହିତ ଟ୍ରାଞ୍ଜାକ୍ସନ ଉପରେ ଅଧିକ ଗୁରୁତ୍ବ ଦେବାକୁ କୁହାଯାଇଛି । ଏଣୁ ସୀତାରମଣ କହିଛନ୍ତି ଯେ, ରୂପେ ର ବ୍ୟବହାର ସମଗ୍ର ବିଶ୍ବରେ ହେଉଛି , ଏହା ବ୍ୟତିତ ଅନ୍ୟ କୌଣସି କାର୍ଡ ଦେବାର ଅର୍ଥ ନାହିଁ । ରୂପେ ପେମେଣ୍ଟ କାର୍ଡ । ଯାହାକୁ ଏନପିସିଆଇ ଜାରି କରିଛି ।

ରିଜର୍ଭ ବ୍ୟାଙ୍କ ଓ ଆଇବିଏର ପ୍ରୟାସ ଏନପିସିଆଇ ଦେଶରେ ଖୁଚୁରା ପେମଣ୍ଟ ଓ ସମାଧାନ ପ୍ରଣାଳୀର ଶୀର୍ଷ ସଙ୍ଗଠନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.