ETV Bharat / business

NSEର ପୂର୍ବତନ ଅଧିକାରୀ ଆନନ୍ଦ ସୁବ୍ରମଣ୍ୟମ ଗିରଫ - ଏନଏସଇର ପୂର୍ବତନ ଅଧିକାରୀ ଗିରଫ

ନ୍ୟାସନାଲ ଏକ୍ସଚେଞ୍ଜର ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଘଟ ଘଟଣା । NSEର ପୂର୍ବତନ ଗ୍ରୁପ ଅପରେଟିଂ ଅଫିସର ଆନନ୍ଦ ସୁବ୍ରମଣ୍ୟମ ଗିରଫ । ଅଧିକ ପଢନ୍ତୁ

NSEର ପୂର୍ବତନ ଅଧିକାରୀ ଆନନ୍ଦ ସୁବ୍ରମଣ୍ୟମ ଗିରଫ

author img

By

Published : Feb 25, 2022, 11:07 AM IST

ମୁମ୍ବାଇ: ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(NSE)ର ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଘଟ ଘଟଣା । ଏନଏସଇ(NSE)ରେ ଏହି ଅନିୟମିତତା ମାମଲାରେ ବନ୍ଧା ହେଲେ ପୂର୍ବତନ ଗ୍ରୁପ ଅପରେଟିଂ ଅଫିସର ଆନନ୍ଦ ସୁବ୍ରମଣ୍ୟମ(Anand Subramanian arrested) । ଗୁରୁବାର ରାତିରେ ସିବିଆଇ(CBI) ଚେନ୍ନାଇରୁ ଆନନ୍ଦଙ୍କୁ ଗିରଫ କରିଛି । ତାଙ୍କୁ ଗିରଫ କରାଯିବା ପୂର୍ବରୁ କିଛି ଦିନ ଧରି ମାମଲା ସଂକ୍ରାନ୍ତରେ ପଚରାଉଚରା କରାଯାଇଥିଲା ।

୨୦୧୩ରେ ଆନନ୍ଦ ସୁବ୍ରମଣ୍ୟମ ପ୍ରଥମେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ଚିଫ୍ ଷ୍ଟ୍ରାଟେଜିକ୍ ଅଫିସର ଭାବେ ନିଯୁକ୍ତ ହୋଇଥିଲେ । ଏହାପରେ ପରିଚାଳନା ନିର୍ଦ୍ଦେଶିକା(MD) ଚିତ୍ରା ରାମକୃଷ୍ଣଙ୍କ ତାଙ୍କୁ ଗ୍ରୁପ ଅପରେଟିଂ ଅଫିସର ଭାବେ ପଦୋନ୍ନତି କରିଥିଲେ । ୨୦୧୬ରେ ତାଙ୍କ ବିରୁଦ୍ଧରେ ଏନଏସଇରେ ଅନିୟମିତତା ଅଭିଯୋଗ ଆସିବା ପରେ ସେ ଚାକିରି ଛାଡି ଦେଇଥିଲେ ।

କହିରଖୁଛୁ କି, ନିବେଶକଙ୍କ ଷ୍ଟକ କିଣାବିକା ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ବହନ କରୁଥିବା ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ଏମଡି ଚିତ୍ରା ରାମକୃଷ୍ଣ ହିମାଳୟରେ ରହୁଥିବା ଜଣେ ଯୋଗୀଙ୍କ କଥାରେ ପରିଚାଳିତ ହେଉଥିବାର ଖବର ଏବେ ଖୁବ୍ ଚର୍ଚ୍ଚାରେ ରହିଛି । ସିବିଆଇ ନିଜ ତଦନ୍ତରେ ଦର୍ଶାଇଛି ଯେ, ଆନନ୍ଦ ସୁବ୍ରମଣ୍ୟଙ୍କ ନିଯୁକ୍ତି ହିମାଳୟର ତଥାକଥିତ ଜଣେ ଯୋଗୀଙ୍କ ପରାମର୍ଶକ୍ରମେ ହୋଇଥିଲା ।

ବର୍ତ୍ତମାନ ଏହି ଘଟଣାରେ ତଦନ୍ତ ଜାରି ରହିଥିବାବେଳେ ସେବି(SEBI) ରାମକୃଷ୍ଣଙ୍କ ଉପରେ ୩ କୋଟିର ଜରିମାନା ପକାଇଛି । ସେହିପରି ସୁବ୍ରମଣ୍ୟମ ଓ ପୂର୍ବତନ ଏନଏସଇ ଏମଡି ରବି ନାରାୟଣଙ୍କ ଉପରେ ୨ କୋଟି ଏବଂ ମୁଖ୍ୟ ରେଗୁଲେଟାରୀ ଅଧିକାରୀ ଥିବା ଭି ଆର ନିରସିଂହମାଙ୍କୁ ୬ କୋଟିର ଫାଇନ ଭରିବା ପାଇଁ ନିର୍ଦ୍ଦେଶ ଦେଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.